Breaking News

ଜାଣନ୍ତୁ ଆଜିର ରାଶଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

0

ମେଷ: ଆପଣଙ୍କ ଆଖପାଖର ଲୋକ ଆପଣଙ୍କୁ ପ୍ରୋତ୍ସାହିତ କରିବେ ଏବଂ ଆପଣଙ୍କ କାମ ପ୍ରଶଂସା କରିବେ। କିଛି ଲୋକଙ୍କ ସହିତ ମିଶି ଆପଣ ଖୁସି ରହିବେ। ବନ୍ଧୁ ଠାରୁ ସୁନ୍ଦର ଉପହାର ପାଇବେ। ‌

ବୃଷ: ବକେୟା ଅର୍ଥ ପାଇବେ। କାରବାରରେ ଉନ୍ନତି ହେବ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହିତ ମିଶି ଆପଣଙ୍କୁ ସମସ୍ୟାର ସମାଧାନ ମିଳିଯିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ‌

ମିଥୁନ: କୌଣସି ପୁରୁଣା କଥାରେ ଫସି ଯିବେ। ଆପଣଙ୍କ ବ୍ୟକ୍ତିତ୍ବ ଲୋକମାନଙ୍କୁ ଆକର୍ଷିତ କରିବ। ଆପଣଙ୍କ ରୁଚି ସାମାଜିକ ଗତିବିଧିରେ ରହିବ। ଅଫିସରେ କାମ ତରବରିଆରେ କରନ୍ତୁ ନାହିଁ। ‌

କର୍କଟ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଆପଣ ନୂଆ ଘର କିଣିବା ପାଇଁ ବିଚାର କରିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିବେ।

ସିଂହ: ଶ୍ରୀଜଗନ୍ନାଥଙ୍କ ପ୍ରତି ଆସ୍ଥା ବଢ଼ିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ବ୍ୟବସାୟରେ ଅଧିକ ମନୋଯୋଗର କାମ କରନ୍ତୁ। ସମୟ ଓ ଶକ୍ତି ଅନ୍ୟମାନଙ୍କ ସାହାଯ୍ୟରେ ଲଗାନ୍ତୁ।

କନ୍ୟା: ନିଜର ମହତ୍ବାକାଂକ୍ଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। କୌଣସି ମହଳାଙ୍କ ସାହାଯ୍ୟରେ ନିଜ ପେସାରେ ଲାଭ ହେବ। ପ୍ରେମୀ ଯୁଗଳ ରମଣୀୟ ସ୍ଥାନକୁ ବୁଲି ଯିବେ।

ତୁଳା: ଦିନଦଟି ବ୍ୟସ୍ତତା ଭରା ରହିବ। ଆର୍ଥିକ ବିଷୟରେ ଆପଣଙ୍କୁ ଲାଭ ହେବ। ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ଅଧିକ ଆଶା ରହିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।

ବିଛା: ସବୁ କଷ୍ଟ ନିବାରଣ ହେବ। ଘର ସଜାଇବା ଉପକରଣ କିଣିବା ପାଇଁ ବଜାରକୁ ଯିବେ। କୌଣସି ବ୍ୟକ୍ତି ନିଜର କଥା ଆପଣଙ୍କୁ କହିବେ। ଆପଣ ନିଜର ପ୍ରିୟବନ୍ଧୁ ସହିତ ମିଶିବା ପାଇଁ ଯୋଜନା କରିପାରନ୍ତି।

ଧନୁ: ବ୍ୟବସାୟର ଲାଭ ଅର୍ଥ ପୁଣି ବ୍ୟବସାୟରେ ଲଗାଇବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଖେଳାଳୀଙ୍କ ଲାଗି ଦିନଟି ଭଲ। ପ୍ରେମୀ ଯୁଗଳଙ୍କ ବ୍ୟବହାରରେ ସକାରାତ୍ମକ ଆସିବ।

ମକର: ଖର୍ଚ୍ଚ ଆପଣଙ୍କୁ ଚିନ୍ତାରେ ପକାଇପାରେ। ଆପଣଙ୍କ ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ଆସିବ। କତୃପକ୍ଷ ଆପଣଙ୍କ କାମରେ ପ୍ରଶଂସା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କୁମ୍ଭ: ଘରର ସମସ୍ୟା ଜାଣିବା ପାଇଁ ଘରର ବରିଷ୍ଠଙ୍କ ସହିତ ସମୟ କଟାଇବେ। ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ କଲେଜ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ।

ମୀନ: ପୂର୍ବରୁ କରିଥିବା ନିବେଶ ଲାଭପ୍ରଦ ରହିବ। କିଛି ନୂଆ ଓ ସୃଜନାତ୍ମକ କରିବା ପାଇଁ ଦିନଟି ଭଲ। ଆର୍ଥିକ ବିଷୟ ଅଧିକ ଗମ୍ଭୀରତାରେ ନେବେ। ଅଫିସରେ ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପାଇବେ।
ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.