Breaking News

ଜାଣନ୍ତୁ ଆଜିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ମେଷ: ଜୀବନସାଥୀର ଭାବନାକୁ ବୁଝିବେ। ବଡ଼ ଲୋକଙ୍କ ସହିତ ସାକ୍ଷାତ ଯୋଗ ଅଛି। ଅଫିସରେ ସହକର୍ମୀଙ୍କ ସହିତ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଲାଭ ପାଇବେ। ସନ୍ତାନ ଉନ୍ନତିରେ ଖୁସି ପାଇବେ।

ବୃଷ: ଆପଣଙ୍କ ଠାରୁ ବଡ଼ ଓ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟର ଯୋଜନା ପ୍ରସ୍ତୁତି ହେବ। ସନ୍ତାନ, ପରିଜନ ଓ ବନ୍ଧୁ ସହିତ ସମୟ ଅତିବାହିତ କରିବେ।‌

ମିଥୁନ: ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖଦ ରହିବ। କ୍ୟାରିୟରରେ ସଫଳତା ପାଇଁ ଯୋଜନା କରିବେ। ‌

କର୍କଟ: ଆପଣଙ୍କ ବ୍ୟବହାର ନରମ ରଖନ୍ତୁ ଅନ୍ୟମାନଙ୍କ କଥା ବୁଝିବା ପାଇଁ ମନ ବନାଇ ଚାଳନ୍ତୁ। ବଡ଼ ବ୍ୟକ୍ତି ଆପଣଙ୍କୁ ସଠିକ୍ ପରାମର୍ଶ ଦେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ।

ସିଂହ: ବ୍ୟବସାୟରେ ଲାଭ ହୋଇପାରେ। କୋର୍ଟ କଚେରି ମାମଲାଠୁ ଦୂରରେ ରହନ୍ତୁ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ। ପରିବାର ଲୋକଙ୍କ ସହ ମହତ୍ବପୂର୍ଣ୍ଣ ବିଷୟରେ କଥାବାର୍ତ୍ତ କରିବେ।

କନ୍ୟା: ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ହେବେ। କୌଣସି କାମ ପୂରା ହେବା ଯୋଗୁଁ ଆପଣଙ୍କୁ ଖୁସି ହେବ। ଭାବିଥିବା କାମର ଗତି ମଜଭୁତ ହେବ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ।

ତୁଳା: ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ହେବ। ସୋଫ୍ଟୱେର ଇଂଜିନିୟରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗି ରହିବ। ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

ବିଛା: ଜରୁରୀ କାମ ଓ ସମ୍ବନ୍ଧ ବିଷୟରେ ବିଚାର କରିବେ। ଅନ୍ୟମାନଙ୍କ ଭାବନାକୁ ନେଇ ସଂବଦେନଶୀଳ ରହିବେ। ଧାର୍ମିକ ଗତିବିଧିରେ ସାମିଲ ହେବାର ଯୋଗ ଅଛି। ବେପାରରେ ଲାଭ ହେବ।

ଧନୁ: କୌଣସି ବନ୍ଧୁ ସହିତ ସାକ୍ଷାତ ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗ ଦର୍ଶନ ମିଳିବ। ନୂଆ ଲୋକଙ୍କ ସହିତ ସଂପର୍କ ଆସିବାକୁ ଚେଷ୍ଟା କରିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମକର: ପିତାମାତାଙ୍କ ସହଯୋଗରେ କାମ ପୂରା ହେବ। ଧାର ନେବା ଦେବାରେ ନିବୃତ୍ତ ରହନ୍ତୁ। ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ନବ ବିବାହିତ ବାହାରକୁ ବୁଲି ଯିବେ।

କୁମ୍ଭ: ଆପଣଙ୍କ ସାକ୍ଷାତ ବାଲ୍ୟବନ୍ଧୁ ସହିତ ହେବ। ଆପଣଙ୍କ ବାଲ୍ୟ ଜୀବନର ସ୍ମୃତି ତାଜା ହୋଇଯିବ। କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଉତ୍ସବ ଭଳି ବାତାବରଣ ରହିବ। ‌ବେପାରରେ ଉନ୍ନତି ହେବ।

ମୀନ: ଆପଣ ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ଆପଣଙ୍କ ପରାମର୍ଶରେ ଅନ୍ୟମାନଙ୍କର ଲାଭ ହେବ। ପ୍ରତିଟି ମାମଲାରେ ସକାରାତ୍ମକ ରଖନ୍ତୁ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯାଇପାରନ୍ତି।

 

ସୌଜନ୍ୟ – ସମ୍ବାଦ

Comments are closed.