Breaking News

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଆମ ନିକଟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖିବା ଠାରୁ ଦିନ ଆରମ୍ଭ କରିଥାନ୍ତି। ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

0

ମେଷ:ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ସମାଜିକ କ୍ଷେତ୍ରରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢ଼ିବେ। ଆର୍ଥିକ ବିଷୟରେ ମନ ଚାହୁଁଥିବା ସଫଳତା ପାଇବେ। ମହିଳାମାନେ ନିଜର ବ୍ୟବସାୟ ଆରମ୍ଭ କରିପାରନ୍ତି। ଚାକିରିଜୀବୀଙ୍କ ଲାଗି ଭଲ ସମୟ। ଆହ୍ବାନର ସାମ୍‌ନା କରିବାରେ ସକ୍ଷମ ରହିବେ। ଜରୁରୀ ଜିନିଷ କିଣିବାରେ ଖର୍ଚ୍ଚ ବଢ଼ିପାରେ। ଘରକୁ ଅଚାନକ କୌଣସି ବନ୍ଧୁ ଆସିପାରନ୍ତି। ବିବାହିତଙ୍କର ଜୀବନ ଆନନ୍ଦମୟ ହେବ। ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମରେ ପ୍ରବେଶ କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଗୁରୁପାକ ଖାଦ୍ୟ ବର୍ଜନ କରନ୍ତୁ।

ବୃଷ:ଆପଣ ନିଜର ଯୋଗ୍ୟତା ଓ କାର୍ଯ୍ୟ କୁଶଳତା ଦ୍ବାରା ଆଶା ଠାରୁ ଅଧିକ ଲାଭ ପାଇବେ। ବ୍ୟବସାୟ ବଢ଼ାଇବାକୁ ଚାହୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ସମୟ ଭଲ। ନେଣଦେଣ ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ। ଅଫିସରେ ଆପଣଙ୍କୁ ମନ ପସନ୍ଦର କାମ ମିଳିପାରେ। ପାରିବାରିକ ଜୀବନ ସୁଖମୟ ରହିବ। ଭାଇ ଭଉଣୀଙ୍କ ସହିତ ଖୁବ୍ ମଉଜମସ୍ତି କରିବେ। ଯେଉଁମାନେ ନିକଟରେ ଡ୍ୟାନ୍ସ ଏକା‌ଡେମିରେ ପ୍ରବେଶ କରିଛନ୍ତି ସେମାନେ ମନ ଲଗାଇ ଶିଖନ୍ତୁ। ମାନସିକ ସୁଖ ଶାନ୍ତି ପାଇଁ ଏକାନ୍ତ ଓ ଧାର୍ମିକ ସ୍ଥାନରେ ସମୟ ବିତାନ୍ତୁ।

ମିଥୁନ :ମାର୍ବଲ ବ୍ୟବସାୟୀଙ୍କ ଲାଗି ସମୟ ଭଲ। ଅଫିସରେ ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ। ଆପଣ କୌଣସି ସଭାରେ ଅତିଥି ଭାବେ ନିମନ୍ତ୍ରଣ ପାଇବେ। ସେଠି ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। କୃଷକଙ୍କ ଲାଗି ସମୟ ଭଲ ରହିବ। କୋର୍ଟକଚେରି ମାମଲାରେ ସଫଳତା ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଉନ୍ନତିର ନୂଆ ରାସ୍ତା ଫିଟିପାରେ। କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିପାରନ୍ତି। ପାରିବାରିକ ବା ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

କର୍କଟ: କ୍ୟାରିୟର୍‌ ମାମଲାରେ ଆପଣ ନିଜ କ୍ଷମତାଠାରୁ ଅଧିକ ଦାୟିତ୍ବ ନେବେ। ଅନ୍ୟମାନଙ୍କୁ ଆପଣ ନିଜ ମତ ସହ ସହମତ କରାଇନେବେ। ନାଟକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ସମୟ। କାରବାରରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ଅଫିସରେ ସହକର୍ମୀଙ୍କର ପୂରା ସହଯୋଗ ପାଇବେ। କ୍ରିକେଟ ଖେଳାଳି ନୂଆ କୀର୍ତ୍ତିମାନ ସ୍ଥାପନ କରିବାରେ ସଫଳ ହେବେ। ପରିବାର ଲୋକଙ୍କ ସହିତ ପର୍ଯ୍ୟଟନ ସ୍ଥଳକୁ ଭ୍ରମଣରେ ଯିବେ। ସଫ୍ଟୱେର୍‌ ଇଂଜିନିୟର ଛାତ୍ରଛାତ୍ରୀ ନିଜର ଜୁନିୟର୍‌ଙ୍କୁ କିଛି ନୂଆ ଶିଖାଇବେ। ଉତ୍ତମ ସ୍ବାସ୍ଥ୍ୟ ପାଇଁ କିଛି ସମୟ ବାହାର କରନ୍ତୁ।

ସିଂହ :କୌଣସି ସରକାରୀ ଅଧିକାରୀ ଆପଣଙ୍କ ଜମି ବିବାଦର ସମାଧାନ କରିବା ପାଇଁ ସାହାଯ୍ୟ କରିବେ। ଆପଣଙ୍କ ଚତୁରତା ବ୍ୟବସାୟର ବେଗ ବଢ଼ାଇ ଦେବ। ବୟସାଧିକ ବ୍ୟକ୍ତିମାନଙ୍କର ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳି ରହିବ। ରଙ୍ଗମଞ୍ଚ କ୍ଷେତ୍ରରେ ଥିବା ଲୋକଙ୍କୁ ନିଜର କୌଶଳ ଦେଖାଇବାର ବଡ଼ ଉପଲବ୍ଧି ହାସଲ ହେବ। ବୈବାହିକ ଜୀବନରେ ସୁଖ ସନ୍ତୋଷ ବୃଦ୍ଧି ହେବ। ପ୍ରତିଟି ପରସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖିବା ଦରକାର। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ। ମହିଳାମାନେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

କନ୍ୟା:ବ୍ୟବହାରିକ ଜୀବନରେ ବଡ଼ ନିଷ୍ପତ୍ତି ନେବେ। ବନ୍ଧୁ ସହିତ ମିଶି ନୂଆ ବ୍ୟବସାୟ ଆରମ୍ଭ କରିବେ। ସରକାରୀ ଚାକିରିଆଙ୍କର ପଦୋନ୍ନତି ପାଇଁ ରାସ୍ତା ଖୋଲିବ। ବେକାରଙ୍କୁ ଭଲ ଉଦ୍ୟୋଗରେ ଚାକିରି ମିଳିବାର ସମ୍ଭାବନା। ଝିଅର ଚୟନ ମୁତାବକ ଭଲ ଜାଗାରେ ଚାକିରି ହେବା ଯୋଗୁଁ ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ଅବିବାହିତଙ୍କର ବିବାହ କଥା ନେଇ ଘରେ ଆଲୋଚନା ହୋଇପାରେ। କୌଣସି ନୂଆ ସଂପର୍କ ଗଢ଼ିବାର ମଉକା ପାଇବେ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଫଳତା ପାଇବେ। ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ।

ତୁଳା :ପୂର୍ବରୁ କରିଆସୁଥିବା ଯୋଜନା ପୂରା କରିପାରିବେ। ଆର୍ଥିକ କ୍ଷେତ୍ରରେ ସଫଳତା ମିଳିପାରେ। କିଛି ଲୋକଙ୍କର ଧ୍ୟାନ ଆପଣଙ୍କ ଉପରେ ରହିବ। ଜମି ବ୍ୟବସାୟ କରୁଥିବା ଲୋକଙ୍କର ଜମି ଭଲ ଦାମ୍‌ରେ ବିକ୍ରି ହେବ। ଚାକିରିରେ ପଦୋନ୍ନତି ସହ ଆୟରେ ବୃଦ୍ଧି ହେବ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ରହିଛି। ରାଜନୀତି କ୍ଷେତ୍ରରେ ଥିବା ଲୋକ ନିଜର ପରିସର ବଢ଼ାଇବା ଲାଗି ଯଥା ସମ୍ଭବ ଚେଷ୍ଟା କରିବେ। ପରିବାରରେ ଖୁସିର ପରିବେଶ ରହିବ। ଆପଣଙ୍କ କାମରେ ପିଲାମାନଙ୍କର ନୈତିକତାର ବିକାଶ ହେବ। ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ କରି ପଢ଼ନ୍ତୁ।

ବିଛା :ଆପଣଙ୍କ ଭିତରେ ପ୍ରଚୁର ଶକ୍ତି ଓ ଆତ୍ମବିଶ୍ବାସ ରହିବ। ଆତ୍ମନିଯୁକ୍ତ ବ୍ୟକ୍ତି ନୂଆ ଯୋଜନା ଆରମ୍ଭ କରିପାରନ୍ତି। ପ୍ରତିଟି ପଦକ୍ଷେପରେ ବନ୍ଧୁର ସହଯୋଗ ପାଇବେ। ବ୍ୟବସାୟରେ ବିପଦପୂର୍ଣ୍ଣ ଡିଲ୍ କରିବାରୁ ନିବୃତ୍ତ ରହନ୍ତୁ। ଅଫିସ୍‌ରେ କୌଣସି କାମ ତରବରିଆ ଭାବେ କଲେ ହାନି ହୋଇପାରେ। ଜୀବନସାଥୀର ଦୃଷ୍ଟିକୋଣ ବୁଝି ବ୍ୟକ୍ତିଗତ ସମସ୍ୟା ସମାଧାନ କରିବେ। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସମୟ ବହୁତ ଭଲ। ପାଠପଢ଼ାରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଖାଦ୍ୟ ପାନୀୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ଧନୁ :କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ୍‌ରେ ଆପଣଙ୍କ କ୍ୟାରିୟର୍‌ର ଦିଶା ବଦଳିପାରେ। ମନରେ ନୂଆ ନୂଆ ସୃଜନଶୀଳ ଭାବନା ଆସିବ। ବ୍ୟବସାୟରେ ପ୍ରଗତି ଲାଗି ସମୟ ବହୁତ ଭଲ। ଧନଲାଭ ହୋଇପାରେ। ଫାଲ୍‌ତୁ କଥା ଠାରୁ ଦୂରେଇ ରହନ୍ତୁ। ଅଫିସରେ ବରିଷ୍ଠଙ୍କଠାରୁ ସକାରାତ୍ମକ ବ୍ୟବହାର ପାଇବେ। ପଦୋନ୍ନତି ସୂଚୀରେ ଆପଣଙ୍କ ନାମ ସାମିଲ ହେବ। ଆପଣଙ୍କର ପୁରୁଣା କାବ୍ୟ ପାଇଁ ଆପଣଙ୍କୁ ପୁରସ୍କାର ମିଳିବାର ସମ୍ଭାବନା। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ମକର :ଉତ୍ତମ ପରିଣାମ ପାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ। ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ଇଲେକ୍ଟ୍ରୋନିକ୍ସ ଇଂଜିନିୟରଙ୍କ ଲାଗି ଭଲ ସମୟ। ଚାକିରିରେ ସୁଖଦ ପରିଣାମର ନଜର ଆସିବ। ଆପଣ ସାମାଜିକ ସ୍ତରରେ ସକ୍ରିୟ ରହିବେ। ଭାଇର ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନ ସୁଖରେ ପରିପୂର୍ଣ୍ଣ ରହିବ। ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଛାତ୍ରୀ ଯେତେ ପରିଶ୍ରମ କରିବେ ସେତେ ସଫଳତା ପାଇବେ। ସ୍ବାସ୍ଥ୍ୟକୁ ନେଇ ଟିକେ ସାବଧାନ ରହିବା ଦରକାର।

କୁମ୍ଭ:ଧନ ମାମଲାର ସ୍ଥିତି ଠିକ୍ ରହିବ। ବ୍ୟବସାୟ ସଂପର୍କିତ ଯୋଜନା ଯଥେଷ୍ଟ ଆକର୍ଷକ ହେବ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଅଫିସର କୌଣସି କାମ ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଫିଲ୍ମ ଦୁନିଆ କ୍ଷେତ୍ରରେ ଥିବା ଲୋକ ଭଲ କାମର ସୁଯୋଗ ପାଇବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ଆପଣଙ୍କ ମନଗହନରେ କୌଣସି କଥା ଅଶାନ୍ତି ସୃଷ୍ଟି କରୁଥିଲେ ନିଜର ବନ୍ଧୁଙ୍କୁ ଜଣାନ୍ତୁ। ଛାତ୍ରଛାତ୍ରୀଙ୍କର ମନ ପାଠପଢ଼ାରେ ଅଧିକ ଲାଗିବ। ଦେହ ଓ ମନ ଭଲ ରହିବ।

ମୀନ :ମାତାପିତାଙ୍କ ଆଶୀର୍ବାଦ ଆପଣଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା‌େର ସାହାଯ୍ୟ କରିବ। ଶତ୍ରୁ ଆପଣଙ୍କ ଆଗରେ ନତମସ୍ତକ ହେବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ସମୟ। ବନ୍ଧୁର ସହଯୋଗ ପାଇବେ। ଅଫିସରେ କୌଣସି କଥାକୁ ନେଇ ମାନସିକ ସ୍ଥିତି ଖରାପ ହୋଇପାରେ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି କୌଣସି ଭଲ ଉଦ୍ୟୋଗରେ ଚାକିରିର ସୁଯୋଗ ଆସିପାରେ। ବୟସାଧିକ ବ୍ୟକ୍ତିମାନେ କୌଣସି ଧର୍ମକାର୍ଯ୍ୟର ଯୋଜନା କରିପାରନ୍ତି। ଆପଣଙ୍କ ପିଲାର କ୍ୟାରିୟର୍‌ ପାଇଁ ଭଡ଼ାଘର ବଦଳାଇ ପାରନ୍ତି। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.