Breaking News

ଜାତୀୟ ସ୍କୋର୍ଟସ କ୍ଲାଇମ୍ବିଂ: ସାହିଲଙ୍କୁ ଐତିହାସିକ ରୌପ୍ୟ

ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ସାହିଲ କୁମାର ଦାସ। ବେଙ୍ଗାଲୁରୁଠାରେ ରବିବାର ଶେଷ ହୋଇଥିବା ୨୮ତମ ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂ ପ୍ରତିଯୋଗିତାରେ ସାହିଲ ଉପକନିଷ୍ଠ ବର୍ଗର ସ୍ପିଡ୍ କ୍ଲାଇମ୍ବିଂରେ ରୌପ୍ୟ...

ଭୁବନେଶ୍ବର: ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ସାହିଲ କୁମାର ଦାସ। ବେଙ୍ଗାଲୁରୁଠାରେ ରବିବାର ଶେଷ ହୋଇଥିବା ୨୮ତମ ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂ ପ୍ରତିଯୋଗିତାରେ ସାହିଲ ଉପକନିଷ୍ଠ ବର୍ଗର ସ୍ପିଡ୍ କ୍ଲାଇମ୍ବିଂରେ ରୌପ୍ୟ ପଦକ ଜିତି ଓଡ଼ିଶା କ୍ରୀଡ଼ାରେ ବିରଳ ସଫଳତା ଅର୍ଜନ କରିଛନ୍ତି। ଓଡ଼ିଶା ପାଇଁ ଏହା ପ୍ରଥମ ଜାତୀୟ ପଦକ। ଟିଏସ୍‌ଏଏଫ୍‌ ସ୍ପୋର୍ଟସ କ୍ଲାଇମ୍ବିଂ ଏଚ୍‌ପିସିର ଅନ୍ତେବାସୀ ସାହିଲ ପ୍ରଶିକ୍ଷକ ଚିନ୍ମୟ ମହାରଣାଙ୍କଦ୍ବାରା ପ୍ରଶିକ୍ଷଣ ପାଇ ଆଗକୁ ବଢ଼ିଛନ୍ତି। ଜୋନାଲ୍‌ ଓ ଜାତୀୟ ପଦାର୍ପଣରେ ଏବେ ଓଡ଼ିଆ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଏହି ଖେଳ ପ୍ରତି ଆକର୍ଷଣକୁ ବଢ଼ାଇଛି। ଗତ ସପ୍ତାହରେ ସର୍ବଭାରତୀୟ ପ୍ରତିଯୋଗିତାରେ ଶୁଭ୍ରାଂଶୁ ଶେଖର ମାହୁନ୍ତ ୨ଟି କାଂସ୍ୟ ପଦକ ଜିତିଥିଲେ। ସାହିଲଙ୍କ ଜାତୀୟ ସଫଳତା ତାଙ୍କୁ ଏବେ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଆଣି ଦେଇଛି ବୋଲି ଚିନ୍ମୟ ସୂଚନା ଦେଇଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.