Breaking News

ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୮

ନୂଆଦିଲ୍ଲୀ,୨୯/୧୧:ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପଜନିତ ଆହତ କିମ୍ବା କ୍ଷୟକ୍ଷତି ସମ୍ବନ୍ଧରେ ଏବେ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ଅଧିକାରୀଙ୍କ ଅନୁଯାୟୀ, ଗତକାଲି ଅପରାହ୍ନ ୪.୧୯ ରେ ଏହି ଭୂକମ୍ପ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନରେ ୩୬.୪୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୧.୨୭ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଅଧିକାରୀଙ୍କ ଅନୁଯାୟୀ, ପୃଥିବୀ ପୃଷ୍ଠରୁ ୧୬୫ କିଲୋମିଟର ଗଭୀରରେ ଏହି ଭୂକମ୍ପ ହୋଇଛି । ଅପରାହ୍ନ ୪:୧୯ ରେ ଏହି ଭୂକମ୍ପ ରେକର୍ଡ କରାଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଭୟଭୀତ ଥିବା ଜଣାପଡିଛି । ତେବେ କାଶ୍ମୀର ଉପତ୍ୟକାରେ ଏପର୍ଯ୍ୟନ୍ତ କୌଣସି ଧନଜୀବନ ନଷ୍ଟ ହେବାର ଖବର ନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଅଧିକାରୀମାନେ ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ତେବେ ପରିବେଶ ସନ୍ତୁଳନ ହରାଉଥିବାରୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ନିୟମିତ ଭାବେ କେଉଁଠି ନା କେଉଁଠି ଭୂକମ୍ପ ଝଟକା ଅନୁଭୂତ ହେଉଛି ।
ସୌଜନ୍ୟ-ପ୍ରମେୟ

Comments are closed.