ଜିଲ୍ଲାମହାନଗର

Collector’s old office in dilapidated condition: ଭଙ୍ଗା ହେବ ଜିଲ୍ଲାପାଳଙ୍କ ପୁରୁଣା କୋଠା: ନିର୍ମାଣ ହେବ ନୂଆ କୋଠା

ଜିଲ୍ଲାପାଳଙ୍କ ପୁରୁଣା କୋଠା ଓ ବ୍ରିଟିଶ ଅମଳର କୋଠା ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ଏହି କୋଠାକୁ ଭାଙ୍ଗି ଦିଆଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ପୁରୁଣା କୋଠାରେ ଏବେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ , ଜିଲା ସମାଜ ମଙ୍ଗଳ କାର୍ଯ୍ୟଳୟ, ଜିଲ୍ଲା କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି....

ଭଦ୍ରକ:  ଅବିଭକ୍ତ ବାଲେଶ୍ୱର ଜିଲ୍ଲାରୁ ଭାଗ ହୋଇ ୧୯୯୩ ମସିହାରେ ଭଦ୍ରକ ସ୍ବତନ୍ତ୍ର  ଜିଲ୍ଲା ହେଲା। ସ୍ଵତନ୍ତ୍ର ଜିଲ୍ଲା ହେବା ପୂର୍ବରୁ ଏଠାରେ ଏକ ସବ୍ ଡିଭିଜନ ଅଫିସ ଥିଲା। ଜଣେ ଉପଜିଲ୍ଲାପାଳ ଭଦ୍ରକର ପ୍ରଶାସନିକ ଦାୟିତ୍ୱରେ ଥିଲେ। ଜିଲ୍ଲା ହେବା ପରେ ବ୍ରିଟିଶ ଅମଳର ନିର୍ମାଣ ହୋଉଥିବା ପୁରୁଣା କଚେରି ବିଲ୍ଫିଙ୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାଲିଥିଲା। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଭଦ୍ରକର ମହତାବ ଛକରେ ଥିବା ପୁରୁଣା ତହସିଲ କାର୍ଯ୍ୟାଳୟକୁ ଭଙ୍ଗା ଯାଇ ସେଠାରେ ନୂତନ ଭାବରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ହେବା ପରେ  ୨୦୧୭ ମସିହାରେ ଏହି ନୂତନ କୋଠା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଥିଲା।

ନୂଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୩ ମହଲା ବିଶିଷ୍ଟ କୋଠାରେ ନିର୍ମିତ ହୋଇଛି। ଏହି କୋଠାରେ ଜିଲ୍ଲାପାଲଙ୍କ  ସମେତ ଦୁଇ ଅତିରିକ୍ତ ଜିଲାପାଳ , ନିଜାରତ ଅଫିସ , ଜରୁରୀକାଳୀନ ଅଫିସ, ସ୍ୱଳ୍ପ ସଞ୍ଚୟ ଅଫିସ, ଏନ୍ଆଇସି ଅଫିସ, ଇଲେକ୍ସନ ଅଫିସ , ଏଷ୍ଟାବ୍ଲିସ ବିଭାଗର କାର୍ଯ୍ୟାଳୟ ରହିଛି।

ସେହିପରି ଜିଲ୍ଲାପାଳଙ୍କର ପୁରୁଣା କୋଠାରେ ଭଦ୍ରକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚାଲିଥିଲା। ଏବେ ଦୁଇ ମାସ ହେଲା ଏହି ଉପ ଜିଲ୍ଲା ପାଲଙ୍କ ଅଫିସଜୁ ପୁରୁଣା କୋଠାରୁ ନୂତନ ଭାବରେ ନିର୍ମାଣ ହୋଇଥିବା ବାଇପାସ୍ ରୋଡ଼ରେ ଥିବା  ଆରଏମସି ମାର୍କେଟ କ୍ୟାମ୍ପସକୁ ସ୍ଥାନାନ୍ତରିତ କରାଯାଇଛି।

ଜିଲ୍ଲାପାଳଙ୍କ ପୁରୁଣା କୋଠା ଓ ବ୍ରିଟିଶ ଅମଳର କୋଠା ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ଏହି କୋଠାକୁ ଭାଙ୍ଗି ଦିଆଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପୁରୁଣା କୋଠାରେ  ଏବେ  ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ , ଜିଲା ସମାଜ ମଙ୍ଗଳ କାର୍ଯ୍ୟଳୟ, ଜିଲ୍ଲା କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଜିଲ୍ଲା ରେକର୍ଡ ରୁମ୍, ଚକବନ୍ଦୀ କାର୍ଯ୍ୟାଳୟ,  ଭୂ ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟ , ସେଟେଲମେଣ୍ଟ କମିସନରଙ୍କ କୋର୍ଟ ରହିଛି।

ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପୁରୁଣା କାର୍ଯ୍ୟାଳୟ

ଏହି ଅଫିସ ଗୁଡ଼ିକ ପୁରୁଣା କୋଠାରେ ଚାଲୁଥିବା ବେଳେ ଅସୁରକ୍ଷିତ କୋଠା କେବିକେ କଣ ହେବ ଜଣା ନାହିଁ। ଏହି ପୁରୁଣା କୋଠାକୁ ଭଙ୍ଗା ଯିବା ପାଇଁ ବହୁ ଦିନରୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏବେ ଏହି କୋଠାକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଉଛି।  ପୁରୁଣା କୋଠାରେ ଥିବା ପ୍ରଶାସନର ୬  ଟି  କାର୍ଯ୍ୟାଳୟକୁ ଭଦ୍ରକର ନୂଆ ବଜାରରେ ଖାଲିପଡ଼ିଥିବା ପୁରୁଣା ଜିଲ୍ଲା ମେଡ଼ିକାଲ ପରିସରକୁ ସ୍ଥାନାନ୍ତରିତ କରାଯିବ । ଅସ୍ଥାୟୀ ଭାବରେ ଏହି ସବୁ କାର୍ଯ୍ୟଳୟ ପୁରୁଣା ମେଡିକାଲ କୋଠାରେ ଚାଲିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଉଛି।  ଚରମ୍ପା ଷ୍ଟେସନ ରୋଡ ଉଚ୍ଛେଦ ଅଭିଯାନ ଶେଷ ହେବା ପରେ ଭଦ୍ରକରେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଙ୍ଗା ଯିବ ।

ପୁରୁଣା ମେଡିକାଲ କୋଠା ପରିଦର୍ଶନ କଲେ ଅଧିକାରୀ

ଆସନ୍ତା ଦୁଇ ତିନି ଦିନ ଭିତରେ ପୁରୁଣା ଜିଲ୍ଲାପାଲଙ୍କ  କୋଠା ଭଙ୍ଗା ଯିବା ବୋଲି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇଛି। ଏଥିପାଇଁ ସୋମବାର କିଛି ଅଧିକାରୀ ଭଦ୍ରକର ପୁରୁଣା ମେଡିକାଲ କୋଠା ପରିଦର୍ଶନରେ ଯାଇଥିଲେ। କେଉଁ ବିଭାଗ କେଉଁ କୋଠାରେ ଚାଲିବ ସେଥିପାଇଁ କ୍ଷେତ୍ରୀୟ ତଦନ୍ତ ହୋଇଛି। ପୁରୁଣା  ମେଡ଼ିକାଲରେ ୩ ମହଲା ବିଶିଷ୍ଟ କୋଠା ଘର ଏବେ ଖାଲି ପଡ଼ିଛି। କିଛି ଦିନ ହେଲା ଏହି କୋଠା ସବୁ ଖାଲି ପଡିଥିବାରୁ ଏଠାରେ ମଦ୍ୟପ ଓ ଗୁଣ୍ଡା ଶ୍ରେଣୀର ଲୋକମାନେ ଡ୍ରଗସ ଖାଇ ଏହାର ପତିସରରଜୁ  ନଷ୍ଟ କରି ଦେବାକୁ ବସିଛନ୍ତି।

ଜିଲ୍ଲାପାଳଙ୍କ ପୁରୁଣା କୋଠା ଭଙ୍ଗା ହେବା ଜଣା ପଡ଼ିବା ପରେ ଏହି କୋଠାରେ ଥିବା ବାରଣ୍ଡାରେ ବସୁଥିବା କିଛି ତହସିଲ ଓକିଲମାନେ ଏବେ କେଉଁଠି ନିଜର ସିରସ୍ଥାଆ  ଖୋଲିବେ ତାଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button