Breaking News

ଜାଲ୍‌ ପରିଚୟପତ୍ର ଦେଖାଇ ଲୋକସେବ‌ା ଭବନକୁ ପଶୁଥିଲେ

ଅଭେଦ୍ୟ ସୁରକ୍ଷା ବଳୟରେ ରହିଛି ଲୋକସେବା ଭବନ। ପରିଚୟପତ୍ର ନଥିଲେ ଭିତରକୁ ପଶିବା କଷ୍ଟକର। ସବୁ ଫାଟକ ନିକଟରେ କଡ଼ାକଡ଼ି ଯାଞ୍ଚ୍‌ କରାଯାଉଛି। ତାହା ସତ୍ତ୍ବେ ପୁଲିସ୍‌କୁ ଚକମା ଦେଖାଇ ଜାଲ୍‌ ପରିଚୟପତ୍ର ନେଇ ଲୋକ ପଶିପାରୁଛନ୍ତି।

 ଜାଲ୍‌ ପରିଚୟପତ୍ର ଦେଖାଇ ଲୋକସେବ‌ା ଭବନକୁ ପଶୁଥିଲେ

ଭୁବନେଶ୍ବର: ଅଭେଦ୍ୟ ସୁରକ୍ଷା ବଳୟରେ ରହିଛି ଲୋକସେବା ଭବନ। ପରିଚୟପତ୍ର ନଥିଲେ ଭିତରକୁ ପଶିବା କଷ୍ଟକର। ସବୁ ଫାଟକ ନିକଟରେ କଡ଼ାକଡ଼ି ଯାଞ୍ଚ୍‌ କରାଯାଉଛି। ତାହା ସତ୍ତ୍ବେ ପୁଲିସ୍‌କୁ ଚକମା ଦେଖାଇ ଜାଲ୍‌ ପରିଚୟପତ୍ର ନେଇ ଲୋକ ପଶିପାରୁଛନ୍ତି। କ୍ୟାପିଟାଲ ଥାନା ପୁଲିସ ଆଜି ଏମିତି ଜଣେ ଯୁବକକୁ ଗିରଫ କରିଛି। ସେ ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ସନ୍ଦୀପ ପ୍ରଧାନ(୩୦)। ପୁଲିସ ତାଙ୍କଠାରୁ ଜାଲ୍‌ ପରିଚୟପତ୍ର ଓ ୨ଟି ମୋବାଇଲ୍‌ ଜବତ କରିଛି।
ସୂଚନା ମୁତାବକ, ଗତକାଲି ଅପରାହ୍ଣ ସାଢ଼େ ୩ଟା ସମୟରେ ସନ୍ଦୀପ ଲୋକସେବା ଭବନର ୬ ନମ୍ବର ଗେଟ୍ ଦେଇ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ହେଲେ ସେଠାରେ କାର୍ଯ୍ୟରତ ପୁଲିସ ଅଧିକାରୀ ତାକୁ ଆଇଡି କାର୍ଡ ମାଗିବାରୁ ସେ ବଳପୂର୍ବକ ପଶିବାକୁ ଉଦ୍ୟମ କରିଥିଲା। କିଛି ସମୟ ଯୁକ୍ତିତର୍କ ପରେ ଏକ କାର୍ଡ ଦେଖାଇଥିଲା। ପରିଚୟପତ୍ରକୁ ଦେଖି କର୍ମଚାରୀ ଜଣଙ୍କ ସନ୍ଦେହ କରିଥିଲେ। ତେଣୁ ଏହାର ଯାଞ୍ଚ ପାଇଁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବାରୁ ସନ୍ଦୀପ ଜାଣିପାରି ସେଠାରୁ ଫେରାର୍‌ ଉଦ୍ୟମ କରିଥିଲା। ପୁଲିସ କିଛି ବାଟ ପିଛା କରି ଏଜି ଛକରେ ତାକୁ କାବୁ କରିଥିଲା। ପରିଚୟପତ୍ର ଜାଲ୍‌ ଥିବା ଜଣାପଡ଼ିବା ପରେ କ୍ୟାପିଟାଲ୍‌ ଥାନା ପୁଲିସ ମାମଲା ରୁଜୁ କରି ଆଜି ତାକୁ କୋର୍ଟଚାଲାଣ କରିଛି। ଅନ୍ୟପଟେ ପୁଲିସ ପୂର୍ବରୁ ମଧ୍ୟ ଏଭଳି ଜାଲ୍‌ ପରିଚୟପତ୍ରଧାରୀଙ୍କୁ ଗିରଫ କରିଛି। ଉଦ୍‌ବେଗର ବିଷୟ ଯେଉଁଠି ଆଇଡି ପ୍ରସ୍ତୁତ କରାଯାଉଛି ପୁଲିସ ସେଠାରେ ପହଞ୍ଚିପାରୁନାହିଁ। ତେବେ ଲୋକସେବା ଭବନର ଅବିକଳ ଆଇକାର୍ଡ ଓ ହଲୋଗ୍ରାମ୍‌ ପଛରେ କିଏ ଓ କାହିଁକି ତିଆରି କରୁଛି, ତାକୁ ପୁଲିସ ତଦନ୍ତ ପରିସରଭୁକ୍ତ କରୁନାହିଁ। ଫଳରେ ଏହି ରୢାକେଟ୍‌ ପଛରେ ଥିବା ମାଷ୍ଟର୍‌ମାଇଣ୍ଡ ପାଖରେ ପୁଲିସ ପହଞ୍ଚି ପାରୁ ନଥିବା କୁହାଯାଉଛି।

 

 

 

ସୌଜନ୍ୟ – ସମ୍ବାଦ

Comments are closed.