Breaking News

ଜିଓର ନୂଆବର୍ଷ ଭେଟି, ପ୍ରତିଦିନ ହାଇସ୍ପିଡ୍‌ ୨.୫ଜିବି ଇଣ୍ଟନନେଟ୍‌ ମାତ୍ର ଏତିକି ଟଙ୍କାରେ…

ନୂଆଦିଲ୍ଲୀ,୧୨।୧୨: ଆଉ କିଛି ଦିନ ପରେ ଆସିବ ନୂଆବର୍ଷ । ଏତିପାଇଁ ଜିଓ ଆଣିଛି ଦମଦାର ଅଫର୍‌। ନିଜ କୋଟି କୋଟି ୟୁଜର୍ସଙ୍କୁ ଖୁସି ଖବର ଦେଇଛି ଜିଓ। ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ ନୂଆ ହାପି ନ୍ୟୁ ଇୟର ୱେଲକମ ପ୍ଲାନ ଲଞ୍ଚ କରିଛି ।

ଏହି ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ କଲିଂ ସହ ଅନଲିମିଟେଡ ୫ଜି ଡାଟା ସମେତ ଅନେକ ଦମଦାର ଲାଭ ମିଳୁଛି। ଜିଓର ଏହି ପ୍ଲାନ ୨୦୦ ଦିନର ଲମ୍ବା ଭ୍ୟାଲିଡିଟି ସହ ଆସିଥାଏ। ଏହା ଦ୍ୱାରା ୟୁଜର୍ସଙ୍କୁ ନିଜର ଜିଓ ନମ୍ବର ବାରମ୍ବାର ରିଚାର୍ଜ କରିବାକୁ ପଡିବନି। ଜିଓର ଏହି ରିଚାର୍ଜ ପ୍ଲାନ ୨୦୨୫ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଛି। କମ୍ପାନୀ ଏହି ବିଶେଷ ପ୍ଲାନର ମୂଲ୍ୟ ନୂଆ ବର୍ଷ ହିସାବରେ ରଖିଛି। ଏହି ପ୍ଲାନରେ ମିଳୁଥିବା ଲାଭ ବିଷୟରେ କହିଲେ, ୟୁଜର୍ସଙ୍କୁ ଏହି ଲମ୍ବା ଭ୍ୟାଲିଡିଟିର ରିଚାର୍ଜ ପ୍ଲାନରେ ପ୍ରତିଦିନ ୨.୫ଜିବି ହାଇ ସ୍ପିଡ ଇଣ୍ଟରନେଟ ଡାଟାର ଲାଭ ମିଳିଥାଏ।

ଏହି ପ୍ଲାନ ୨୦୦ ଦିନର ଭ୍ୟାଲିଡିଟି ସହ ଆସିଥାଏ, ଯେଉଁ କାରଣରୁ ୟୁଜର୍ସଙ୍କୁ ସମୁଦାୟ ୫୦୦ ଜିବି ହାଇ ସ୍ପିଡ ଡାଟାର ଲାଭ ମିଳିବ। ଜିଓ ଏହି ୱେଲକମ ଅଫର ୧୧ ଡିସେମ୍ବର ଅର୍ଥାତ ଆଜିଠାରୁ ୧୧ ଜାନୁଆରୀ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ୫ଜି ସ୍ମାର୍ଟଫୋନ ୟୁଜର୍ସଙ୍କୁ ଏହି ପ୍ଲାନରେ ଅନଲିମିଟେଡ ୫ଜି ଡାଟାର ଲାଭ ମିଳିବ। ଜିଓର ଅନ୍ୟ ରିଚାର୍ଜ ପ୍ଲାନ ପକ୍ଷରୁ ଏଥିରେ ମଧ୍ୟ ୟୁଜର୍ସଙ୍କୁ ସାରା ଭାରତରେ କୌଣସି ମଧ୍ୟ ନମ୍ବରରୁ କଲ କରିବା ଲାଗି ଫ୍ରୀ କଲିଂ ଏବଂ ନେସନାଲ ରୋମିଂର ଲାଭ ମିଳିବ। ଏତିକି ନୁହେଁ, ଏହି ପ୍ଲାନରେ ୟୁଜର୍ସଙ୍କୁ AJIO, Swiggy ସମେତ ଅନେକ ଫୁଡ ଏବଂ ସିକ୍ୟୁରିଟି ଆପ୍ସର ଫ୍ରୀ ସବସ୍କ୍ରିପସନ ମଧ୍ୟ ମିଳିବ।

 

 

 

ସୌଜନ୍ୟ -ଧରିତ୍ରୀ

 

Comments are closed.