Breaking News

ଜିମ୍ବାୱେ କଲା ସର୍ବୋଚ୍ଚ ଟ୍ବେଣ୍ଟି-୨୦ ସ୍କୋର୍‌

ଟ୍ବେଣ୍ଟି-୨୦ରେ ସର୍ବୋଚ୍ଚ ଦଳଗତ ସ୍କୋର୍ କରିଛି ଜିମ୍ବାୱେ। ବୁଧବାର ଏଠାରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆଫ୍ରିକୀୟ ଯୋଗ୍ୟତା ପର୍ଯ୍ୟାୟର ଗାମ୍ବିୟା ବିପକ୍ଷ ମୁକାବିଲାରେ ୨୦ ଓଭରରୁ ୪ ୱିକେଟ୍ ବିନିମୟରେ ୩୪୪ ରନ୍ କରି ବିଶ୍ବ ରେକର୍ଡର ଅଧିକାରୀ ହୋଇଛି।

0

ନାଇରୋବି: ଟ୍ବେଣ୍ଟି-୨୦ରେ ସର୍ବୋଚ୍ଚ ଦଳଗତ ସ୍କୋର୍ କରିଛି ଜିମ୍ବାୱେ। ବୁଧବାର ଏଠାରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆଫ୍ରିକୀୟ ଯୋଗ୍ୟତା ପର୍ଯ୍ୟାୟର ଗାମ୍ବିୟା ବିପକ୍ଷ ମୁକାବିଲାରେ ୨୦ ଓଭରରୁ ୪ ୱିକେଟ୍ ବିନିମୟରେ ୩୪୪ ରନ୍ କରି ବିଶ୍ବ ରେକର୍ଡର ଅଧିକାରୀ ହୋଇଛି। ସିକନ୍ଦର ରାଜା ମାତ୍ର ୪୩ ବଲ୍‌ରୁ ୭ ଚୌକା ଓ ୧୬ ଛକା ବଳରେ ୧୩୩ ରନ୍ କରିବା ପରେ ନେପାଳକୁ ଟପି ଜିମ୍ବାୱେ ଏଭଳି ରେକର୍ଡ କରିଛି। ପୂର୍ବରୁ ନେପାଳ ଗତବର୍ଷ ମଙ୍ଗୋଲିଆ ବିପକ୍ଷରେ ୩ ୱିକେଟ୍ ବିନିମୟରେ ୩୧୪ ରନ୍ କରି ବିଶ୍ବ ରେକର୍ଡ କରିଥିଲା। ଜିମ୍ବାୱେ ମଧ୍ୟ ଟେଷ୍ଟ୍ ଖେଳୁଥିବା ଦେଶଗୁଡ଼ିକ ମଧ୍ୟରେ ସର୍ବୋଚ୍ଚ ଟ୍ବେଣ୍ଟି-୨୦ ସ୍କୋର୍ କରିଛି।

ଏହି କ୍ରମରେ ଜିମ୍ବାୱେ, ଚଳିତ ମାସରେ ହାଇଦ୍ରାବାଦଠାରେ ବାଂଲାଦେଶ ବିପକ୍ଷରେ ଭାରତ କରିଥିବା ୨୯୭/୬କୁ ଟପିଛି। ଏହା ପୂର୍ବରୁ ସିଚେଲ୍‌ସ ବିପକ୍ଷରେ ଜିମ୍ବାୱେ ୫ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା। ରାଜା ମଧ୍ୟ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଶତକ ଅର୍ଜନ କରିବାରେ ଜିମ୍ବାୱେର ପ୍ରଥମ ‌ଖେଳାଳି ହୋଇଛନ୍ତି। ୩୩ ବଲ୍‌ରୁ ତିନି ଅଙ୍କ ଛୁଇଁ ସେ ଟ୍ବେଣ୍ଟି-୨୦ର ଦ୍ବିତୀୟ ଦ୍ରୁତତମ ହୋଇଛନ୍ତି। ଟ୍ବେଣ୍ଟି-୨୦ରେ ଦ୍ରୁତତମ ଶତକ ହାସଲ କରିବାର କୀର୍ତ୍ତିମାନ ଇସ୍ତୋନିଆର ସାହିଲ ଚୌହ୍ବାନଙ୍କ ନାଁରେ ରହିଛି। ଜିମ୍ବାୱେ ତା ପାଳିରେ ୨୭ ଛକା ମାରି କୌଣସି ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାରେ ନେପାଳ (୨୬)କୁ ଟପିଛି। ଏହି ମ୍ୟାଚ୍‌କୁ ଜିମ୍ବାୱେ ୨୯୦ ରନ୍‌ରେ ଜିତିବା ମଧ୍ୟ ଏକ ରେକର୍ଡ ଥିଲା।

ସୌଜନ୍ୟ – ସମ୍ବାଦ

 

Leave A Reply

Your email address will not be published.