Breaking News

ଜିରୋ ନାଇଟ୍‌ରେ ଛୁରୀ ମାଡ଼ ଓ ଗୁଳି ଫୁଟିବା ଘଟଣା: ଜଣେ ଗିରଫ, ଆଉ ତିନିଙ୍କୁ ଖୋଜୁଛି ପୁଲିସ

ଖଲ୍ଲିକୋଟ,୦୪/୦୧: ଜିରୋ ନାଇଟରେ ରମ୍ଭା ଥାନା  ଅନ୍ତର୍ଗତ ସାବୁଳିଆ ଓଡିଆରପି କଲୋନୀରେ ଛୁରା ମାଡ଼  ଓ ଗୁଳିକାଣ୍ଡ ଘଟଣାରେ ଜଣେ ଯୁବକକୁ ପୁଲିସ ଗିରଫ  କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଗିରଫ ଯୁବକ କୋଦଳା  ରେଙ୍ଗୁଟିପଲ୍ଲୀ ଗ୍ରାମର ତପୁନ ଗୌଡ଼ ବୋଲି ରମ୍ଭା ଥାନା  ଅଧିକାରୀ ସତ୍ୟବ୍ରତ ଭୂତିଆ କହିଛନ୍ତି ।

ଘଟଣା ଦିନ ୪ ଜଣ  ଯୁବକ ସାବୁଳିଆ ଓଡିଆରପି କଲୋନୀରେ ଆତଙ୍କ ସୃଷ୍ଟି କରିଥିଲେ । ଛୁରୀରେ ଆକ୍ରମଣ ଓ ଗୁଳି ଚାଳନା କରିଥିଲେ। ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର  ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ  ମଧ୍ୟରୁ ଗତକାଲି ବସନ୍ତ ପରିଡ଼ାଙ୍କ ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ଘଟିଥିଲା । ଏବେ ବି ୩ ଜଣ ଚିକିତ୍ସା ହେଉଛନ୍ତି  ।

ତପୁନ ଗୌଡ଼ ଗିରଫ ହୋଇଥିବା ବେଳେ ଅନ୍ୟ ୩ ଜଣ  ଯୁବକଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି  କହିଛନ୍ତି । ଏହି ୪ଜଣ ଯୁବକ ପୂର୍ବରୁ ସବୁଳିଆ ଓଡିଆରପି  କଲୋନୀରେ ଘର ଭଡ଼ା ନେଇ ରହୁଥିଲେ । ପ୍ରେମଜନିତ  ଘଟଣାରୁ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା  ସୂଚନା ମିଳିଛି  । ଘଟଣାସ୍ଥଳରେ ରମ୍ଭା ଥାନା ପୁଲିସ୍‌ ପହଞ୍ଚି  ୨ଟି ଛୁରୀ, ମୋବାଇଲ ଓ ସ୍କୁଟି ଜବତ କରିଥିବା ବେଳେ ତପୁନକୁ ଧରି ଥାନାରେ ପଚରାଉଚରା କରିଥିଲା ।

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.