ମନୋରଞ୍ଜନ

ଜେଲରୁ ମୁକୁଳି ପାରନ୍ତି ରାଜପାଲ ଯାଦବ, ସଲମାନଙ୍କ ସମେତ ସହାୟତାର ହାତ ବଢାଇଲେ ଏହିସବୁ ଷ୍ଟାର୍ସ

ବଲିଉଡ ଅଭିନେତା ରାଜାପାଲ ଯାଦବଙ୍କୁ ଖୁବ୍ ଶୀଘ୍ର ଜାମିନ ମିଳିଯାଇ ପାରେ। ସଲମାନ ଖାନ, ଅଜୟ ଦେବଗନ ଓ ବରୁଣ ଧାବନଙ୍କ ସମେତ କେତେକ ସେଲିବ୍ରିଟି ତାଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଏହି ସୂଚନା ଦେଇଛନ୍ତି ରାଜପାଲଙ୍କ ମ୍ୟାନେଜର ଗୋଲ୍ଡି।

ନୂଆଦିଲ୍ଲୀ ୧୧।୨: ଋଣ ପାଇଁ ଜେଲରେ ବନ୍ଦୀ ବଲିଉଡ ଅଭିନେତା ରାଜାପାଲ ଯାଦବଙ୍କୁ ଖୁବ୍ ଶୀଘ୍ର ଜାମିନ ମିଳିଯାଇ ପାରେ। ସଲମାନ ଖାନ, ଅଜୟ ଦେବଗନ ଓ ବରୁଣ ଧାବନଙ୍କ ସମେତ କେତେକ ସେଲିବ୍ରିଟି ତାଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଏହି ସୂଚନା ଦେଇଛନ୍ତି ରାଜପାଲଙ୍କ ମ୍ୟାନେଜର ଗୋଲ୍ଡି। ରାଜପାଲଙ୍କୁ ସହାୟତା କରିବା ପାଇଁ ସେ ଡାଇରେକ୍ଟର ଡେଭିଡ ଧାୱନଙ୍କ ସହିତ କଥା ହୋଇଥିବା କହିଛନ୍ତି। ସେ ମଧ୍ୟ ସହାୟତାର ହାତ ବଢେଇଛନ୍ତି। ଏଥିରେ ବରୁଣ ଧାବନ ଓ ରତନ ନୈନ ମଧ୍ୟ ସମର୍ଥନରେ ଆଗକୁ ଆସିଛନ୍ତି।

ରାଜପାଲ ଯାଦବଙ୍କୁ ଜାମିନ ମିଳିଯିବାର ପୁରା ସମ୍ଭାବନା ରହିଛି। କାରଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର ତାଙ୍କୁ ସହଯୋଗର ହାତ ବଢାଇଛନ୍ତି। ୯ କୋଟି ଟଙ୍କା ଋଣ ମାମଲାରେ ସରେଣ୍ଡର କରିବା ପରେ ରାଜପାଲ ଯାଦବ ଏବେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି। ମ୍ୟାନେଜରଙ୍କ ଦ୍ୱାରା ସେୟାର କରାଯାଇଥିବା ତାଜା ସୂଚନାରେ ରାଜପାଲଙ୍କ ଜାମିନ ଉପରେ ୧୨ ଫେବୃଆରୀ ଗୁରୁବାର ଶୁଣାଣି ହୋଇପାରେ। ଯଦି ପୁରା ରାଶି ଜମା କରିଦିଆଯାଏ ତେବେ ସେ ଜେଲରୁ ମୁକୁଳି ଯାଇ ପାରନ୍ତି।

ତେବେ ୯ କୋଟି ଟଙ୍କା ଋଣ ମାମଲାରେ ଜେଲକୁ ଯିବା ପୂର୍ବରୁ ରାଜପାଲ ସାଥି କଳାକାରଙ୍କୁ ସହାୟତା ନିବେଦନ କରିଥିଲେ କି ବୋଲି ପଚରା ଯିବାରେ ଗୋଲ୍ଡି କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ହେଲେ ରାଜପାଲ ଏହିପରି ଜେଲ ଚାଲିଯିବା ପରେ ଇଣ୍ଡଷ୍ଟ୍ରିରୁ ତାଙ୍କୁ ମଜଭୁତ ସମର୍ଥନ ମିଳୁଥିବା ସେ କହିଛନ୍ତି। ଯଦିଓ ଲୋକେ ସହାୟତା କରିବାକୁ ରାଜି ହୋଇଛନ୍ତି, ତେବେ ନେଣ ଦେଣ କରିବାରେ ସମୟ ଲାଗୁଛି। ଏହା ରାତାରାତ ହୋଇଯିବ ନାହିଁ ବୋଲି ଗୋଲ୍ଡି କହିଛନ୍ତି। ସଲମାନ ଓ ଅଜୟ ଦେବଗନଙ୍କ ବ୍ୟତୀତ ଗୁରୁ ରନ୍ଧାୱା, ଗୁରମିତ ଚୌଧୁରୀ, କେଆରକେ ଓ ମ୍ୟୁଜିକ୍ ଡାଇରେକ୍ଟର ରାଓ ଇନ୍ଦ୍ରଜିତ ଯାଦବ ମଧ୍ୟ ସହାୟତାର ହାତ ବଢେଇତିବା ସେ କହିଛନ୍ତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button