ମନୋରଞ୍ଜନ

ଜ୍ୟୋତିର୍ମୟୀ ଦେଲେ ଖୁସି ଖବର; ଜାତୀୟ ମଞ୍ଚରେ କଲେ ବଡ଼ ଖୁଲାସା, ରିୟାଲିଟି ସୋ’ରେ ବାପା- ମାଆ ବାଣ୍ଟିଲେ ମିଠା

ନୀଳଗିରି : ସିଙ୍ଗିଙ୍ଗ୍ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲରେ ଚମକୁଛନ୍ତି ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ। ନିଜର ସୁନ୍ଦର ଗାୟୀକି ପାଇଁ ଜଜ୍ ମାନଙ୍କ ପ୍ରଶଂସା ସାଉଁଟୁଛନ୍ତି। କେବଳ ସେତିକି ନୁହେଁ ଶୋ’କୁ ଆସିଥିବା ସେଲିବ୍ରିଟି ମାନେ ବି ତାଙ୍କ ଗାୟିକୀକୁ ବେଶ୍ ଉଚ୍ଚକୋଟୀର ବୋଲି କହୁଛନ୍ତି । ଜ୍ୟୋତିର୍ମିୟୀଙ୍କ ସୁମଧୁର କଣ୍ଠସ୍ୱର ଓ ଗାୟିକୀ ତାଙ୍କୁ କେବଳ ଓଡ଼ିଶା ନୁହେଁ ପୂରା ଦେଶରେ ଦେଇଛି ଭିନ୍ନ ପରିଚୟ। କିନ୍ତୁ ଜାତୀୟ ମଞ୍ଚରେ ଖୁସି ଖବର ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଜ୍ୟୋତିର୍ମୟୀ। ଜଜ୍ ଶ୍ରେୟା ଘୋଶାଲ, ଭିଶାଲ୍ ଦଦଲାନୀ ଓ ବାଦଶାହ ଏକଥା ଜାଣିବାପରେ ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା।

ଜ୍ୟୋତିର୍ମୟୀଙ୍କ ବାହାଘର ଠିକ୍ ହୋଇ ଯାଇଛି। ସେ ଆବୁଧାବିରେ ବିବାହ କରିବା ନେଇ ବାପା-ମା’ ରିୟାଲିଟି ଶୋ’ରେ ସ୍ପଷ୍ଟ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍। ଇଣ୍ଡିଆନ୍ ଆଇଡଲରେ ଶନିବାର ଦିନ ଜ୍ୟୋତିର୍ମୟୀଙ୍କ ବାପା ଓ ମାଆ ପହଞ୍ଚିଥିଲେ। ସେମାନେ ଜ୍ୟୋତିର୍ମୟୀଙ୍କ ବିବାହ ସ୍ଥିର ହୋଇ ସାରିଛି କହି ଜଜ୍ ତଥା ଅନ୍ୟମାନଙ୍କୁ ମିଠା ବାଣ୍ଟିଥିଲେ। ତାଙ୍କ ଭାବି ସ୍ୱାମୀ ଆଶୁତୋଷ ସାମଲ। ଯିଏ କି ଆବୁଧାବିରେ ଏକ କମ୍ପାନୀରେ ବରିଷ୍ଠ ପରିଚାଳକଭାବେ କାର୍ଯ୍ୟ କରୁଛନ୍ତି। 2 ବର୍ଷ ପରେ ଜ୍ୟୋତିର୍ମୟୀଙ୍କ ସହ ତାଙ୍କର ବାହାଘର ହେବ। ଜ୍ୟୋତିର୍ମୟୀଙ୍କ ଭାବିସ୍ୱାମୀ ଜଣେ ସ୍ମାର୍ଟ ଓ ସଂସ୍କାରୀ ବୋଲି ତାଙ୍କ ବାପା କହିଛନ୍ତି। ଜ୍ୟୋତିର୍ମୟୀ ମଧ୍ୟ ଭାବିସ୍ଵାମୀଙ୍କ ସୁଗୁଣ ରିୟଲିଟି ସୋ’ରେ ସମସ୍ତଙ୍କ ଆଗରେ କହିଥିଲେ।

ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତ ଅଧୀନ ବାଉଁଶନାଳ ଗାଁର ଚକ୍ରଧର ନାୟକ ଓ ଗୌରୀ ନାୟକଙ୍କ ଝିଅ ଜ୍ୟୋତିର୍ମୟୀ। ସେ ଏବେ ଇଣ୍ଡିଆନ୍ ଆଇଡଲରେ ଟପ୍ ଟେନ୍ ପ୍ରତିଯୋଙ୍କ ମଧ୍ୟରେ ଅଛନ୍ତି। ସାରାଦେଶ ଶୁଣୁଛି ତାଙ୍କ ସୁମଧୁର ଗାୟିକୀ । ଜାତୀୟ ମଞ୍ଚ ପୂର୍ବରୁ ସେ ଓଡ଼ିଶାର ଜଣେ ଆଗ ଧାଡ଼ିର ଗାୟିକା। ‘ମୁଇଁ ସୁନା ମଇନା’, ‘ତୋ ପ୍ରେମ ବର୍ଣ୍ଣବୋଧ’ ହେଉ କି ‘ଚୋରି ଚୋରି ପବନକୁ ପ୍ରେମବନ୍ଦିନୀ’। ଏମିତି ଅନେକ ଗୀତ ଗାଇ ସମସ୍ତଙ୍କ ମନ ଜିଣିଛନ୍ତି। ଜ୍ୟୋତିର୍ମୟୀ କେବଳ ଯେ ଜଣେ କଣ୍ଠଶିଳ୍ପୀ ତାହା ନୁହଁ, ବରଂ ଡାକ୍ତରଖାନାରେ ସେ କର୍କଟ ରେଗୀଙ୍କୁ ମାଗଣାରେ ମ୍ୟୁଜିକ ଥେରାପି ବି ଦିଅନ୍ତି। ରୋଗୀଙ୍କୁ ତାଙ୍କ ବିଜୟ ପାଇଁ ପରିବାର ଭାଗବତ ଗୋସାଇଁଙ୍କ ପାଖରେ ଅଖଣ୍ଡ ଦୀପ ଜାଳିଛନ୍ତି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button