ରାଉରକେଲା: ଝାଡ଼ଖଣ୍ଡରୁ ଗରିବ ୯ ବର୍ଷର ନାବାଳିକାଙ୍କୁ ପାଠପଢ଼ାଇବାକୁ ଆଣି ଘରେ ଚାକରାଣି ପରି ଖଟାଉଥିବା ରାଉରକେଲାର ଏକ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ଉଦ୍ଧାର ନାବାଳିକାଙ୍କୁ ପ୍ଲାଣ୍ଟସାଇଟ ପୁଲିସ ଉଦ୍ଧାର କରି ଚାଇଲ୍‌ଡଲାଇନ୍‌ ‘ଦିଶା’କୁ ହସ୍ତାନ୍ତର କରିଛି। ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ସଦସ୍ୟ ଚାଇଲ୍‌ଡଲାଇନ୍‌ରେ ପହଞ୍ଚି ଉଦ୍ଧାର ନାବାଳିକାଙ୍କୁ ପଚରାଉଚୁରା କରୁଛି। ସିଡବ୍ଲ୍ୟୁସିର ଲିଖିତ ଅଭିଯୋଗ କରିବାପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି। ସିଡବ୍ଲ୍ୟୁସିର ସଦସ୍ୟ ବାଳମୁକୁନ୍ଦ ଶୁକ୍ଳା କହିଛନ୍ତି, ନାବାଳିକା ଓ ତାଙ୍କ ପରିବାରଙ୍କୁ ପଚରାଉଚୁରା କରାଯାଉଛି। ରାଉରକେଲାର ଦମ୍ପଦି କେତେଦିନ ଧରି ନାବାଳିକାଙ୍କୁ ନିର୍ଯାତନା ଦେଉଥିଲେ, ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି।

ଝାଡ଼ଖଣ୍ଡ ଖୁଣ୍ଟିର ଏକ ଗରିବ ଚାଷୀ ପରିବାର ରହନ୍ତି। ଗତ ୮ ମାସ ତଳେ ରାଉରକେଲାର ଜଣେ ମହିଳା ଖୁଣ୍ଟିର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଚାଷୀ ଜଣକ ଗରିବ ଥିବାରୁ ତାଙ୍କ ୯ ବର୍ଷ ଝିଅକୁ ପାଠ ପଢ଼ାଇବାକୁ କହି ରାଉରକେଲାକୁ ନେଇ ଆସିଥିଲେ। ମହିଳା ଜଣକ ନାବାଳିକାଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ତାଙ୍କ ଘରେ ସମସ୍ତ ପ୍ରକାର କାମ କରାଉଥିଲେ।

ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡ ଖୁଣ୍ଟିର ଏକ ଗରିବ ଚାଷୀ ପରିବାର ରହନ୍ତି। ଗତ ୮ ମାସ ତଳେ ରାଉରକେଲାର ଜଣେ ମହିଳା ଖୁଣ୍ଟିର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଚାଷୀ ଜଣକ ଗରିବ ଥିବାରୁ ତାଙ୍କ ୯ ବର୍ଷ ଝିଅକୁ ପାଠ ପଢ଼ାଇବାକୁ କହି ରାଉରକେଲାକୁ ନେଇ ଆସିଥିଲେ। ମହିଳା ଜଣକ ନାବାଳିକାଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ତାଙ୍କ ଘରେ ସମସ୍ତ ପ୍ରକାର କାମ କରାଉଥିଲେ। ଏପରି ତାଙ୍କ ବୁଢ଼ୀ ମା’ଙ୍କ ଲୁଗାସଫା କରିବା ସହ ତା’ ସେବାଶୁଶ୍ରୁଷା କରିବାକୁ ବାଧ୍ୟ କରୁଥିଲେ। ପ୍ରତିବାଦ କଲେ ମହିଳା ଜଣକ ଧମକଚମକ ଦେଉଥିବା ନାବାଳିକା ଜଣକ ଚାଇଲ୍‌ଡ ନିକଟରେ କହିଛି। କେବଳ ଏତିକି ନାବାଳିକାଙ୍କୁ ଦମ୍ପତି ଘରେ ଏକପ୍ରକାର ବନ୍ଧକ କରି ରଖୁଥିଲେ। ଧରପଡ଼ିଯିବା ଭୟରେ କୌଣସି ପଡୋଶୀଙ୍କ ସହ ମିଶିବାକୁ ଦେଉ ନଥିଲେ। ଏପରିକି ପରିବାର ସହ ଫୋନ୍‌ରେ କଥା ହେବାକୁ ମଧ୍ୟ ଦେଉ ନଥିଲେ। ନାବାଳିକା ଜଣକ ନିର୍ଯାତନା ସହି ନ ପାରି ଗତ ୨୫ରେ ସଂଧ୍ୟାରେ କୌଣସି ମୋତେ ଦମ୍ପତିଙ୍କ ଘରୁ ଖସି ପଳାଇଥିଲେ।

ରାଉରକେଲା ବିର୍ସା ମୁଣ୍ଡା ଛକରେ ଏକାକୀ ଛିଡ଼ା ହୋଇଥିବା ଦେଖି ପ୍ଲାଣ୍ଟସାଇଟ୍‌ ପୁଲିସର ସନ୍ଦେହ ହୋଇଥିଲା। ପୁଲିସ ନାବାଳିକାଙ୍କୁ କେଉଁଠି ଯିବାକୁ ଛିଡାହୋଇଛ ବୋଲି ପଚାରିଥିଲେ। ନାବାଳିକା ଜଣକ କୌଣସି ଉତ୍ତର ଦେଇ ନ ପାରିନଥିଲେ। ପୁଲିସ ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରି ବିଶ୍ରାସ୍ଥ ଚାଇଲଡ୍‌ଲାଇନ୍‌ରେ ଛାଡି ଦେଇଥିଲେ। ଦୁଇ ଦିନ ପରେ ନାବାଳିକା ଜଣକ ତାଙ୍କ ପ୍ରତି ହୋଇଥିବା ନିର୍ଯାତନା ସମ୍ପର୍କରେ ଚାଇଲ୍‌ଡଲାଇନ କର୍ମଚାରୀଙ୍କୁ କହିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପରେ ଚାଇଲ୍‌ଡଲାଇନ କର୍ମଚାରୀ ଏ ସଂକ୍ରାନ୍ତରେ ସିଡବ୍ଲ୍ୟୁସିକୁ ଜଣାଇଥିଲେ।