Breaking News

ଝାଡ଼ଖଣ୍ଡ କ୍ୟାବିନେଟ୍‌ ସମ୍ପ୍ରସାରଣ ମନ୍ତ୍ରୀ ଭାବେ ଶପଥ ନେଲେ ୧୧ ବିଧାୟକ

ଝାଡ଼ଖଣ୍ଡରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ହେମନ୍ତ ସୋରେନ ସରକାରରେ ଆଜି ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ୬ ବିଧାୟକଙ୍କ ସମେତ ମୋଟ୍‌ ୧୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ରାଞ୍ଚି: ଝାଡ଼ଖଣ୍ଡରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ହେମନ୍ତ ସୋରେନ ସରକାରରେ ଆଜି ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ୬ ବିଧାୟକଙ୍କ ସମେତ ମୋଟ୍‌ ୧୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ ଭବନ ଅଶୋକ ଉଦ୍ୟାନରେ ଆଜି ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ମନ୍ତ୍ରୀ ଭାବେ ଶପଥ ନେଇଥିବା ଜେଏମ୍‌ଏମ୍‌ର ୬ ଜଣ ବିଧାୟକ ହେଉଛନ୍ତି ସୁଦିବ୍ୟ କୁମାର, ଦୀପକ ବିରୁଆ, ରାମଦାସ ସୋରେନ, ଚମରା ଲିଣ୍ଡା, ଯୋଗେନ୍ଦ୍ର ପ୍ରସାଦ ଏବଂ ହଫିଜୁଲ୍‌ ହାସନ।

କଂଗ୍ରେସ ବିଧାୟକ ଦୀପିକା ପାଣ୍ଡେ ସିଂହ, ଶିଳ୍ପୀ ନେହା ତିର୍କୀ, ଇରଫାନ୍‌ ଅନ୍‌ସାରି ଏବଂ ରାଧାକ୍ରି‌ଷ୍ଣନ୍‌ କିଶୋର ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆରଜେଡିର ସଂଜୟ ପ୍ରସାଦ ଯାଦବ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଜେଏମ୍‌ଏମ୍‌ ‌ନେତା ହେମନ୍ତ ସୋରେନ ଗତ ନଭେମ୍ବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେମନ୍ତ ସୋରେନ ସରକାରରେ ୬ ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି। ଷ୍ଟିଫେନ ମାରାଣ୍ଡି ବିଧାନସଭାର ପ୍ରୋଟେମ୍‌ ସ୍ପିକର୍‌ ଭାବେ ଶପଥ ନେବା ସହ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସୌଜନ୍ୟ-ସମ୍ୱାଦ

Comments are closed.