Breaking News

ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଚାର ସରିଲା: ଶେଷ ଦିନରେ କମ୍ପିଲେ ଶାହ, ଯୋଗୀ

ଝାଡ଼ଖଣ୍ଡରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌। ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୪୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ ହୋଇଛି।

0

ରାଞ୍ଚି: ଝାଡ଼ଖଣ୍ଡରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌। ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୪୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଅନ୍ୟପକ୍ଷେ ନଭେମ୍ବର ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟରେ ୩୮ ଆ‌ସନରେ ଭୋଟ୍‌ ଗ୍ରହଣ ହେବ।  ଉଭୟ ଏନଡିଏ ଏବଂ ଇଣ୍ଡି ମେଣ୍ଟ ରାଜ୍ୟରେ ବିଜୟ ସୁନିଶ୍ଚିତ କରିବାପାଇଁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି।  ଆଜି ଶେଷ ଦିନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାଡ଼ଖଣ୍ଡରେ ଜୋରଦାର ପ୍ରଚାର କରିଛନ୍ତି।  ଶାହ ଝାଡ଼ଖଣ୍ଡରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଜଣେ ଅନୁପ୍ରବେଶକାରୀ ଯଦି ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ବିବାହ କରେ ତେବେ ସେ ମହିଳାଙ୍କ ଜମି ଉପରେ କୌଣସି ଅଧିକାର ଜାହିର କରିପାରିବେନି।

ଶାହ କହିଛନ୍ତି, ଅନୁପ୍ରବେଶକାରୀମାନେ ଆମ ଝିଅଙ୍କୁ ବିବାହ କରି ଆମ ଜମି ହାତେଇ ନେଉଛନ୍ତି।  ଆମେ ଏଥିପାଇଁ ଏକ ଆଇନ ଆ‌ଣିବୁ।  ଯାହାଦ୍ବାରା ଯଦି ଅନୁପ୍ରବେଶକାରୀ କୌଣସି ଆଦିବାସୀ ମହିଳାଙ୍କୁ ବିବାହ କରନ୍ତି ତେବେ ସେ ତାଙ୍କ ଜମି ଉପରେ ହକ୍‌ ଜାହିର କରିପାରିବବେନି।  ସେହିପରି ଜମି ହଡ଼ପ କରିଥିବା ଅନୁପ୍ରବେଶକାରୀଙ୍କଠାରୁ ଜମି ଫେରାଇବା ଏବଂ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାପାଇଁ ଏକ କମିଟି ଗଠନ ହେବ ବୋଲି ଶାହ କହିଛନ୍ତି।  ଝାଡ଼ଖଣ୍ଡର ଷଢ଼େଇକଳାରେ ଶାହ ଆଜି ରାଲି କରି ଏହି ଟିପ୍ପଣୀ ଦେଇଛନ୍ତି।  ଶାହ ମଧ୍ୟ ଆଜି ସିମଡ଼େଗା ଏବଂ ତମାଡ଼ ବିଧାନସଭା ଆସନରେ ରାଲି କରିଛନ୍ତି।

ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ଶେଷ ଦିନରେ ଝାଡ଼ଖଣ୍ଡରେ ପ୍ରଚାର କରିଛନ୍ତି।  ଭବନାଥପୁରରେ ଏକ ରାଲି କରି ଯୋଗୀ କହିଛନ୍ତି,  ଝାଡ଼ଖଣ୍ଡରେ ମାଫିଆଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି।  କେବଳ ବିଜେପି ହିଁ ଏଠାରେ ସୁରକ୍ଷା ଏବଂ ସୁଶାସନ ସୁନିଶ୍ଚିତ କରିପାରିବ।  ଯୋଗୀ ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତିର ଉଦାହରଣ ଦେଇଛନ୍ତି ଏବଂ କର୍ତ୍ତୃପକ୍ଷ କିଭଳି ଏଠାରେ ବିଶୃଙ୍ଖଳଙ୍କୁ ମୁକାବିଲା କରୁଛନ୍ତି ତାହା ଦେଖିବା ପାଇଁ ଯୋଗୀ କହିଛନ୍ତି।

ସୌଜନ୍ୟ – ସମ୍ବାଦ

 

Leave A Reply

Your email address will not be published.