Breaking News

ଝାନ୍ସି ହସ୍ପିଟାଲ୍‌ରୁ ମିଳିଲା ‘ଏକ୍ସପାରି’ ଅଗ୍ନି ନିର୍ବାପକ ଯନ୍ତ୍ର

ଝାନ୍ସି ମେଡିକାଲ କଲେଜର ଶିଶୁ ୱାର୍ଡରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ, ଝାନ୍ସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଶିଶୁ ୱାର୍ଡକୁ ପ୍ରଭାବିତ କରିଥିଲା, ଯେଉଁଠାରେ ପ୍ରାୟ ୫୪ ଶିଶୁ ଏବଂ ନବଜାତ ଶିଶୁ ଭର୍ତ୍ତି ହୋଇଥିଲେ।

0

ଝାନ୍ସି: ଝାନ୍ସି ମେଡିକାଲ କଲେଜର ଶିଶୁ ୱାର୍ଡରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଆହତ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଝାନ୍ସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଶିଶୁ ୱାର୍ଡକୁ ପ୍ରଭାବିତ କରିଥିଲା, ଯେଉଁଠାରେ ପ୍ରାୟ ୫୪ ଶିଶୁ ଏବଂ ନବଜାତ ଶିଶୁ ଭର୍ତ୍ତି ହୋଇଥିଲେ।

ଏହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଥିବା ବେଳେ ଏବେ ଜାଣିବାକୁ ମିଳିଛି ଯେ ହସ୍ବିଟାଲ୍‌ରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଅକାମୀ ହୋଇ ପଡ଼ିଥିଲା। ଅର୍ଥାତ ସେଠାରୁ ଏକ ‘ଏକ୍ସପାରି’ ଅଗ୍ନି ନିର୍ବାପକ ଯନ୍ତ୍ର ମିଳିଛି। କେବଳ ସେତିକି ନୁହେଁ, ହସ୍ପିଟାଲ୍‌ରେ ଥିବା ସେଫ୍‌ଟି ଆଲାର୍ମ ବି ଉଚିତ ସମୟରେ ବାଜି ନଥିଲା।

ସର୍ଟସର୍କିଟ ଯୋଗୁଁ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହସ୍ପିଟାଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଝାନ୍‌ସୀ ମେଡିକାଲ କଲେଜରେ ଘଟିଥିବା ଦୁର୍ଘଟଣାରେ ପିଲାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ହୃଦୟ ବିଦାରକ। ଝାନ୍‌ସୀର ଡିଭିଜନାଲ କମିସନର ଏବଂ ଡିଆଇଜିଙ୍କୁ ୧୨ ଘଣ୍ଟା ମଧ୍ୟରେ ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.