ବାଣିଜ୍ୟ

ଟଙ୍କାରେ ସର୍ବବୃହତ୍‌ ଦୈନିକ ସୁଧାର: ଦିନକରେ ୧ ଟଙ୍କା ୨୫ ପଇସା ସବଳ

ଆମେରିକା ସହ ବାଣିଜ୍ୟ ରାଜିନାମାର ପ୍ରଭାବ ଷ୍ଟକ୍‌ ବଜାରଠାରୁ ଆରମ୍ଭ କରି ମୁଦ୍ରା ବିନିମୟ ବଜାର ପର୍ଯ୍ୟନ୍ତ ସବୁ କାରବାରରେ ସ୍ପଷ୍ଟ ଅନୁଭୂତ ହୋଇଛି। ଆଜି ଗୋଟିଏ ଦିନରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବବୃହତ୍‌ ସୁଧାର ଘଟିଛି

ନୂଆଦିଲ୍ଲୀ: ଆମେରିକା ସହ ବାଣିଜ୍ୟ ରାଜିନାମାର ପ୍ରଭାବ ଷ୍ଟକ୍‌ ବଜାରଠାରୁ ଆରମ୍ଭ କରି ମୁଦ୍ରା ବିନିମୟ ବଜାର ପର୍ଯ୍ୟନ୍ତ ସବୁ କାରବାରରେ ସ୍ପଷ୍ଟ ଅନୁଭୂତ ହୋଇଛି। ଆଜି ଗୋଟିଏ ଦିନରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବବୃହତ୍‌ ସୁଧାର ଘଟିଛି। ୨୦୧୮ ପରେ କୌଣସି ଗୋଟିଏ ଦିନରେ ଟଙ୍କାକୁ ଏଭଳି ସବଳ ହେବା ଦେଖିବାକୁ ମିଳିନଥିଲା। ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୦ ଟଙ୍କା ୨୬ ପଇସା ପର୍ଯ୍ୟନ୍ତ ସୁଧାର ଘଟିଛି।

ଗତକାଲି ଏକ ଡଲାର ମୂଲ୍ୟ ୯୧ ଟଙ୍କା ୫୧ ପଇସା ଥିିଲା। ଅର୍ଥାତ ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ୧ ଟଙ୍କା ୨୬ ପଇସାର ସୁଧାର ହୋଇଛି। ଗତ କିଛି ମାସ ହେଲାଣି ଡଲାର ତୁଳନାରେ ଟଙ୍କା ଦୁର୍ବଳରୁ ଅତି ଦୁର୍ବଳ ସ୍ତରକୁ ଗତି କରୁଥିଲା। କିଛି ଦିନ ଧରି ତାହା ୯୦ ଟଙ୍କା ଉପରେ ରହିଛି। ବାଣିଜ୍ୟ ରାଜିନାମା ପ୍ରଭାବରେ ଆଗାମୀ ଦିନରେ ଟଙ୍କା ମୂଲ୍ୟରେ ଆହୁରି ସୁଧାର ହେବା ଆଶା କରାଯାଉଛି।

ଆମଦାନୀ, ବିଦେଶ ଭ୍ରମଣ ଓ ବିଦେଶରେ ପିଲାଙ୍କୁ ପାଠପଢ଼ାଇବା ଲାଗି ଡଲାର କିଣିବାକୁ ପଡ଼ିଥାଏ। ଡଲାର ଦାମ ‌‌ଯେତେବେଳେ କମ୍‌ ହେବ ତାହା ଦେଶ ପାଇଁ ସେତେ ହିତକର। ଡଲାର ମହଙ୍ଗା ହେଲେ ତାହା ଦେଶର ଦରଦାମ୍‌ ସ୍ଥିତିକୁ ବିଗାଡ଼ିବାର ଶକ୍ତି ରଖିଛି। କାରଣ ଅଶୋଧିତ ତୈଳଠାରୁ ଆରମ୍ଭ କରି ସାର, ଖାଇବାତେଲ, ସୁନା ଆଦି ଅନେକ ସାମଗ୍ରୀ ଆବଶ୍ୟକତାକୁ ଭାରତ ଆମଦାନି ଜରିଆରେ ପୂରଣ କରୁଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button