ଖେଳ

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନ୍‌ରେ ଏକ ବିରାଟ ବିଜୟ ହାସଲ କରିଥିଲା। ଯଦିଓ ଲିଗ ପର୍ଯ୍ୟାୟରେ ଭାରତ-ପାକିସ୍ତାନ ମ୍ୟାଚ ପ୍ରାୟ ଏକପାଖିଆ ଥିଲା, ପ୍ରଶଂସକମାନେ ଏବେ ଭାବୁଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଟି୨୦ ବିଶ୍ୱକପ୍‌ରେ ହୋଇପାରେ କି ନାହିଁ। ଦ୍ୱିତୀୟ ଭାରତ-ପାକିସ୍ତାନ ମ୍ୟାଚ ହେବ କି ନାହିଁ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ଟର୍ନାମେଣ୍ଟର ସୁପର-୮ ପର୍ଯ୍ୟାୟ ପାଇଁ ସମସ୍ତ ଦଳ ଚୂଡ଼ାନ୍ତ ହୋଇଛି। ଏହି ୮ଟି ଦଳକୁ ଦୁଇଟି ପୃଥକ ଗ୍ରୁପ୍‌ରେ ରଖାଯାଇଛି। ଭାରତ ଏବଂ ପାକିସ୍ତାନୀ ଦଳ ଭିନ୍ନ ଭିନ୍ନ ଗ୍ରୁପ୍‌ରେ ଅଛନ୍ତି, ଯାହା ଫଳରେ ସୁପର-୮ ପର୍ଯ୍ୟାୟରେ ସେମାନଙ୍କ ମଧ୍ୟରେ ମୁକାବିଲା ଅସମ୍ଭବ। ଲିଗ ପର୍ଯ୍ୟାୟରେ ଦୁଇଟି ଦଳ ସମାନ ଗ୍ରୁପ୍‌ରେ ଥିଲେ। ଫଳରେ ସେମାନଙ୍କ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା।

ସେମିଫାଇନାଲ କିମ୍ବା ଫାଇନାଲ ମ୍ୟାଚ ସମୀକରଣ

ସେମିଫାଇନାଲ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲାର ପ୍ରବଳ ସମ୍ଭାବନା ଅଛି। ଉଭୟ ଦଳ ନିଜ ନିଜ ଗ୍ରୁପରୁ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା କଲେ ଏହା ସମ୍ଭବ ହେବ। ଗୋଟିଏ ଦଳ ଯଦି ସେମାନଙ୍କ ଗ୍ରୁପରେ ଶୀର୍ଷରେ ରହିବ, ଅନ୍ୟଟି ଦ୍ୱିତୀୟ ସ୍ଥାନରେ ରହିଲେ ହିଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ହୋଇପାରେ।

ଫାଇନାଲ: ସେମିଫାଇନାଲ ସହିତ ଉଭୟ ଦଳ ଫାଇନାଲରେ ପହଞ୍ଚିବା ସମ୍ପୂର୍ଣ୍ଣ ସମ୍ଭବ। ଯଦି ଦୁଇଟି ଦଳ ସେମିଫାଇନାଲରେ ପରସ୍ପରର ମୁହାଁମୁହିଁ ନ ହୁଅନ୍ତି, ବରଂ ପୃଥକ ସେମିଫାଇନାଲ ଖେଳନ୍ତିି ଏବଂ ଉଭୟ ଜିତି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ଫାଇନାଲରେ ସେମାନଙ୍କ ମଧ୍ୟରେ ଏକ ମୁକାବିଲା ମଧ୍ୟ ସମ୍ଭବ ହୋଇପାରେ।

ସେମିଫାଇନାଲ ଏବଂ ଫାଇନାଲ ସୂଚୀ
ପ୍ରଥମ ସେମିଫାଇନାଲ – ମାର୍ଚ୍ଚ ୪ (ସ୍ଥାନ ସ୍ଥିର ହୋଇନାହିଁ)

ଦ୍ୱିତୀୟ ସେମିଫାଇନାଲ – ମାର୍ଚ୍ଚ ୫ (ମୁମ୍ବାଇ, ୱାଙ୍ଖେଡେ ଷ୍ଟାଡିୟମ)

ଫାଇନାଲ – ମାର୍ଚ୍ଚ ୮ (ସ୍ଥାନ ସ୍ଥିର ହୋଇନାହିଁ)

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button