ଓଡିଶାମହାନଗର

ଟେଷ୍ଟ ଡ୍ରାଇଭ କହି ଲୁଟି ନେଲେ ଦେଢ କୋଟିର କାର୍…

ଟେଷ୍ଟ ଡ୍ରାଇଭ ପାଇଁ ଶୋ ରୁମକୁ ଫୋନ କରିଥିଲେ । ଟେଷ୍ଟ ଡ୍ରାଇଭ୍ ଲାଗି ଶୋ ରୁମରୁ ଦାମୀ ଡିଫେଣ୍ଡର କାର୍ ଆସିଲା । ଦାମୀ କାରରେ ଆସିଥିବା ସେଲ୍ସମ୍ୟାନ୍ ଏବଂ ମ୍ୟାନେଜରଙ୍କୁ ନିର୍ଘାତ ମାଡ଼ ମାରିଥିଲେ।

ଭୁବନେଶ୍ୱର ୨୬।୦୩ : ଟେଷ୍ଟ ଡ୍ରାଇଭ ପାଇଁ ଶୋ ରୁମକୁ ଫୋନ କରିଥିଲେ । ଟେଷ୍ଟ ଡ୍ରାଇଭ୍ ଲାଗି ଶୋ ରୁମରୁ ଦାମୀ ଡିଫେଣ୍ଡର କାର୍ ଆସିଲା । ଦାମୀ କାରରେ ଆସିଥିବା ସେଲ୍ସମ୍ୟାନ୍ ଏବଂ ମ୍ୟାନେଜରଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଏହାପରେ ଦେଢ କୋଟିର କାର୍ ନେଇ ଚମ୍ପଟ ମାରିଥିଲେ ଲୁଟେରା ।

ବୁଧବାର ଫୁଲନଖରା ଠାରେ ଥିବା ଶୋ ରୁମକୁ ଏକ ଫୋନ୍ ଆସିଲା । ଯେଉଁଥିରେ ଡିଫେଣ୍ଡର କାରର ଟେଷ୍ଟ ଡ୍ରାଇଭ ପାଇଁ କହିଥିଲେ । ଯାହାପରେ ଶୋ ରୁମ୍ର ମ୍ୟାନେଜର ଏବଂ ତାଙ୍କ ଜଣେ ସେଲ୍ସ ଗାର୍ଲ ଦେଢକୋଟିର ଡିଫେଣ୍ଡର କାର୍ ନେଇ ବାହାରିଥିଲେ । ଭୁବନେଶ୍ୱର ଉପକଣ୍ଠ ଭରତପୁର-ଚନ୍ଦକା ରାସ୍ତାରେ ଥିବା ହୋଟେଲକୁ ଆସିଥିଲେ। ଏହି ସମୟରେ ହୋଟେଲରେ ଅପେକ୍ଷାରତ ୫ ଜଣ ଲୁଟେରା ମ୍ୟାନେଜରକୁ ନିର୍ଘାତ ମାଡ଼ ମାରିବା ସହ ସେଲ୍ସ ଗାର୍ଲଙ୍କୁ ଅସଦାଚରଣ କରିଥିଲେ । ଏହାପରେ କାର୍ ନେଇ ଫେରାର ମାରିଥିଲେ । ହେଲେ କାର୍ ନେବା ସମୟରେ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅନ୍ଲାଇନ୍ ଜରିଆରେ ଦେଢଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ଅନ୍ୟପଟେ ଲୁଟ୍ ସଂପର୍କBus Accident : ଟ୍ରକକୁ ଧକ୍କା ଦେଇ ବସରେ ଲାଗିଗଲା ନିଆଁ : ଜଳିଗଲେ ୮ ଯାତ୍ରୀରେ ମ୍ୟାନେଜର ଭରତପୁର ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଏପିରିକି ସାଇଣ୍ଟିଫିକ୍ ଟିମ୍ର ମଧ୍ୟ ସହଯୋଗ ଲୋଢିଥିଲା ପୋଲିସ । ଉଭୟ ମିଳିତ ଭାବେ ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ । ବିଭିନ୍ନ ଲୋକଙ୍କୁ ପଚରାଉଚରା, ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଲୁଟ୍ ହୋଇଥିବା କାର୍ ସଂପର୍କରେ ସୂଚନା ପାଇଥିଲା ପୋଲିସ । ଲୁଟ୍ ହୋଇଥିବା ଦାମୀ କାରକୁ ଖୋର୍ଦ୍ଧା-ଟାଙ୍ଗୀ ରାସ୍ତାରେ ଛାଡ଼ି ଲୁଟେରାମାନେ ଚମ୍ପଟ ମାରିଥିଲେ । ସେହିପରି ଭୁବନେଶ୍ୱର ଉପକଣ୍ଠ ହୋଟେଲରୁ ମଧ୍ୟ ଲୁଟେରାଙ୍କ କଳା ରଙ୍ଗର କାର୍ ଜବତ ହୋଇଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button