ଜାତୀୟବାଣିଜ୍ୟ

ଟ୍ରମ୍ପଙ୍କ ବୟାନରେ ନିବେଶକ ଖୁସ୍ : ଝୁମିଲା ସେୟାର ବଜାର, ବଢିଲା ସେନସେକ୍ସ-ନିଫ୍ଟି

ମଙ୍ଗଳବାର ଉଭୟ ସେନସେକ୍ସ ଏବଂ ନିଫ୍ଟି ଭଲ ଆରମ୍ଭ କରିଛନ୍ତି । ସୋମବାର ଅପେକ୍ଷା ସେନସେକ୍ସ ୧୫୦୦ ଅଙ୍କ ଅଧିକରେ ଖୋଲିଛି । ଫଳରେ ୭୪ ହଜାର ଅତିକ୍ରମ କରିଛି । ସେହିପରି ନିଫ୍ଟି ମଧ୍ୟ ୨୩ ହଜାର ପାଖାପାଖି ନଜର ଆସିଛି । ତେବେ ବଜାରରେ ଉତ୍ସାହର କାରଣ ଡୋନାଲ୍ଡ ଟ୍ରମ୍ପ୍ ବୋଲି କୁହାଯାଉଛି । ସେ ସୋମବାର ସନ୍ଧ୍ୟାରେ ଯୁଦ୍ଧକୁ ନେଇ ବୟାନ ଦେଇଥିଲେ । ଯାହା ପରେ ସାରା ବିଶ୍ୱର ବଜାରରେ ସକରାତ୍ମକ ପ୍ରଭାବ ପଡିଛି ।

ନୂଆଦିଲ୍ଲୀ,୨୪ /୦୩: ସୋମବାର କ୍ରାଶ୍ କରିଥିଲା ସେୟାର ବଜାର । କୋଟିକୋଟି ଟଙ୍କା ହରାଇଥିଲେ ନିବେଶକ । ମାର୍କେଟ୍ ଆହୁରି ତଳକୁ ଜୀବ ବୋଲି ଆଶଙ୍କା ଦେଖାଗଲା । କିନ୍ତୁ ମଙ୍ଗଳବାର ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ବଜାର ସବୁଜ ସଙ୍କେତରେ ଖୋଲିଛି ।

ମଙ୍ଗଳବାର ଉଭୟ ସେନସେକ୍ସ ଏବଂ ନିଫ୍ଟି ଭଲ ଆରମ୍ଭ କରିଛନ୍ତି । ସୋମବାର ଅପେକ୍ଷା ସେନସେକ୍ସ ୧୫୦୦ ଅଙ୍କ ଅଧିକରେ ଖୋଲିଛି । ଫଳରେ ୭୪ ହଜାର ଅତିକ୍ରମ କରିଛି । ସେହିପରି ନିଫ୍ଟି ମଧ୍ୟ ୨୩ ହଜାର ପାଖାପାଖି ନଜର ଆସିଛି । ତେବେ ବଜାରରେ ଉତ୍ସାହର କାରଣ ଡୋନାଲ୍ଡ ଟ୍ରମ୍ପ୍ ବୋଲି କୁହାଯାଉଛି । ସେ ସୋମବାର ସନ୍ଧ୍ୟାରେ ଯୁଦ୍ଧକୁ ନେଇ ବୟାନ ଦେଇଥିଲେ । ଯାହା ପରେ ସାରା ବିଶ୍ୱର ବଜାରରେ ସକରାତ୍ମକ ପ୍ରଭାବ ପଡିଛି ।

ଖୋଲିବା ପରେ ଆଗେଇଲା ବଜାର

ବିଏସଇ ସେନସେକ୍ସ ସୋମବାର ୭୨୬୯୬ ଅଙ୍କରେ ବନ୍ଦ ହୋଇଥିଲା । ମଙ୍ଗଳବାର ଏହା ୧୫୦୦ ଅଙ୍କ ବଢି ୭୪,୨୧୨ରେ ଖୋଲିଥିଲା । ଏହାପରେ କିଛି ସମୟ ପାଇଁ ବଜାର ମାନ୍ଦା ରହିଥିଲା । କିନ୍ତୁ ତଥାପି ପୂର୍ବ କାରବାର ଦିନ ଅପେକ୍ଷା ଅଧିକ ୧୦୦୦ ପଏଣ୍ଟରେ କାରବାର ଚାଲିଛି ।

ଏନଏସଇ ନିଫ୍ଟି ଉପରେ ନଜର ପକାଇଲେ ଏହଂ ସୋମବାର ୨୨,୫୧୨.୬୫ ଅଙ୍କରେ ବନ୍ଦ ହୋଇଥିଲା । ଆଜି ଏହା ୨୨୮୭୮ ରେ ଖୋଲିବା ପରେ ସକାଳ ୧୦ଟା୧୦ ସୁଦ୍ଧା ୨୨୮୯୯ରେ କାରବାର କରୁଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button