Breaking News

ଟ୍ରମ୍ପ୍‌ଙ୍କ ଏଆଇ ଉପଦେଷ୍ଟା ହେଲେ ଚେନ୍ନାଇ ଜନ୍ମିତ ଶ୍ରୀରାମ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ନିଜର ଟିମ୍‌ରେ ଆଉଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପଦବ‌ିରେ ନିଯୁକ୍ତି ଦେଇଛନ୍ତି। ଭାରତୀୟ ଆମେରିକୀୟ ଉଦ୍ୟୋଗପତି...

ୱାସିଂଟନ୍‌: ‌ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ନିଜର ଟିମ୍‌ରେ ଆଉଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପଦବ‌ିରେ ନିଯୁକ୍ତି ଦେଇଛନ୍ତି। ଭାରତୀୟ ଆମେରିକୀୟ ଉଦ୍ୟୋଗପତି, ଭେଞ୍ଚର କ୍ୟାପିଟାଲିଷ୍ଟ ଏବଂ ଲେଖକ ଶ୍ରୀରାମ କ୍ରିଷ୍ଣନ୍‌ଙ୍କୁ ରାଷ୍ଟ୍ରପତି ଭବନର ବରିଷ୍ଠ ନୀତି ଉପଦେଷ୍ଟା (କୃତ୍ରିମ ବୁଦ୍ଧିମତା) ଭାବେ ନିଯୁକ୍ତି ଦିଆଯାଇଛି। ଆଜି ଟ୍ରମ୍ପ୍‌ ସାମାଜିକ ଗଣମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ତାଙ୍କୁ ରାଷ୍ଟ୍ରପତିଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ଉପଦେଷ୍ଟା ପରିଷଦର ଅନ୍ୟତମ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେ ଟ୍ରମ୍ପ୍‌ ସରକାରର ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା(ଏଆଇ)ର କାର୍ଯ୍ୟାନ୍ବୟନକୁ ତଦାରଖ କରିବେ।

ଏହା ସହ ତାଙ୍କର ପୂର୍ବ ଅଭିଜ୍ଞତାକୁ ଦର୍ଶାଇ ଟ୍ରମ୍ପ୍‌ କହିଛନ୍ତି, ସେ ମାଇକ୍ରୋସଫ୍‌ଟ କମ୍ପାନିର ୱିଣ୍ଡୋଜ୍‌ ଏଜ୍ୟୁର୍‌ ଟିମ୍‌ର ପ୍ରତିଷ୍ଠାତା ସଦସ୍ୟ ଥିଲେ। ଚେନ୍ନାଇରେ ଜନ୍ମିତ ଶ୍ରୀରାମଙ୍କ ପିତା ବୀମା କ୍ଷେତ୍ରରେ କାମ କରନ୍ତି। ତାମିଲନାଡ଼ୁ କାଞ୍ଚିପୁରର କାତ୍ତାନକୁଲାଥୁରର ଏସ୍‌ଆର୍‌ଏମ୍‌ ଇଂଜିନିୟରିଂ କଲେଜରୁ ସୂଚନା ଓ ପ୍ରଯୁକ୍ତିରେ ବିଟେକ୍‌ ପଢ଼ିଥିଲେ। ୨୦୦୫ରେ ୨୧ ବର୍ଷ ବୟସରେ ଆମେରିକା ଚାଲିଯାଇଥିଲେ। ମାଇକ୍ରୋସଫ୍ଟ ପରେ ସେ ଟୁଇଟର, ୟାହୁ, ଫେସ୍‌ବୁକ୍‌, ସ୍ନାପ୍‌ ଆଦି କମ୍ପାନିରେ କାର୍ଯ୍ୟ କରିଛନ୍ତି। ଫେସ୍‌ବୁକ୍‌ ଓ ସ୍ନାପ୍‌ରେ କାର୍ଯ୍ୟ କରିବା ସମୟରେ ସେ ମୋବାଇଲ୍‌ ଆପ୍ଲିକେସନ୍‌ ବିଜ୍ଞାପନ ସାମଗ୍ରୀ ପ୍ରସ୍ତୁତ କରୁଥିଲେ। ଶ୍ରୀରାମଙ୍କ ସହ ଟେସ୍‌ଲା ଓ ଏକ୍ସର ମାଲିକ ଏଲନ୍‌ ମସ୍କଙ୍କ ବନ୍ଧୁତା ରହିଛି। ଫେବ୍ରୁଆରି ୨୦୨୧ରେ ସେ ଆଣ୍ଡ୍ରିସିନ୍‌ ‌ହୋରେୱିଜ୍‌ କମ୍ପାନିର ପାର୍ଟନର ହୋଇଥିଲେ। ୨୦୨୩ ବେଳକୁ ସେ କମ୍ପାନିର ଲଣ୍ଡନ କାର୍ଯ୍ୟାଳୟ ପରିଚାଳନା ଭାର ସମ୍ଭାଳିଥିଲେ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.