Breaking News

ଟ୍ରେଡିଂ ଟ୍ରେଣ୍ଡ୍‌

ନିବେଶ କରିବା ଲାଗି ଆପଣ ଏକ ଭଲ ଆପ୍ ସନ୍ଧାନ କରୁଛନ୍ତି। ଆପଣ ଗ୍ରୋ, ଜିରୋଧା ଓ ସନ୍ ଭଳି ଆପ୍ ଜରିଆରେ ଆପଣଙ୍କ ନିବେଶ ଯାତ୍ରା ଆରମ୍ଭ କରିପାରିବେ। ନିବେଶ କରିବା ଲାଗି ସବୁ ବ୍ରୋକର୍‌ ସୁରକ୍ଷିତ...

ରାଜନ ସରକାର
ନିର୍ଦ୍ଦେଶକ ଓ ୟୁନିଟ୍ ମୁଖ୍ୟ
ଆନନ୍ଦ ରାଠି ୱେଲ୍‌ଥ ଲିମିଟେଡ୍‌

ମୁଁ ଏସଆଇପି ଜରିଆରେ ନିବେଶ କରିବାକୁ ଚାହୁଛି। କିନ୍ତୁ କେଉଁ ଆପ୍ ଉପରେ ବିଶ୍ବାସ କରିବି ତାହା ବୁଝିପାରୁନାହିଁ। କେଉଁ ଆପ୍ ଭଲ? ଦୟାକରି ପରାମର୍ଶ ଦିଅନ୍ତୁ।
-ହରିଓମ୍ ପରିଡ଼ା, କଟକ
ନିବେଶ କରିବା ଲାଗି ଆପଣ ଏକ ଭଲ ଆପ୍ ସନ୍ଧାନ କରୁଛନ୍ତି। ଆପଣ ଗ୍ରୋ, ଜିରୋଧା ଓ ସନ୍ ଭଳି ଆପ୍ ଜରିଆରେ ଆପଣଙ୍କ ନିବେଶ ଯାତ୍ରା ଆରମ୍ଭ କରିପାରିବେ। ନିବେଶ କରିବା ଲାଗି ସବୁ ବ୍ରୋକର୍‌ ସୁରକ୍ଷିତ, କାରଣ ବ୍ରୋକର କିଏ ‌ବି ହୋଇଥାଆନ୍ତୁ ନା କାହିଁକି ଆପଣଙ୍କ ମ୍ୟୁଚୁଆଲ୍ ଫଣ୍ଡ୍‌ ୟୁନିଟ୍ ଡିପୋଜିଟୋରିରେ ସୁରକ୍ଷିତ ରହିବ। ଆପଣ ଏଠାରେ ପରାମର୍ଶ ଦିଆଯାଇଥିବା ଫଣ୍ଡ୍‌ଗୁଡ଼ିକ ଜରିଆରେ ନ‌ିବେଶ ଆରମ୍ଭ କରିପାରିବେ। ନିବେଶକୁ ବାର୍ଷିକ ୧୦ ପ୍ରତିଶତ ଲେଖାଏଁ ବଢ଼ାଇ ଆପଣ ଦୀର୍ଗକାଳୀନ ଭିତ୍ତି‌ରେ ଅଧିକ ପାଣ୍ଠି ସୃ‌ଷ୍ଟି କରିପାରିବେ। ଆପଣ ନିବେଶ ଲାଗି ଆଇସିଆଇସିଆଇ ପ୍ରୁ ଫୋକସ୍‌ଡ ଇକ୍ବିଟି ଫଣ୍ଡ, କ୍ବାଣ୍ଟ ଆକ୍ଟିଭ୍ ଫଣ୍ଡ୍‌, କୋଟକ୍ ଇମର୍ଜିଂ ଇକ୍ବିଟି ଫଣ୍ଡ୍‌ ଓ ଇନ୍‌ଭେସ୍କୋ ଇଣ୍ଡିଆ ସ୍ମଲ୍‌ କ୍ୟାପ୍ ଫଣ୍ଡ୍‌କୁ ବିଚାରକୁ ନେଇପାରିବେ।

ମାସିକ ୫୦୦ ଟଙ୍କାର ଏସ୍‌ଆଇପି ଜରିଆରେ ମୁଁ ଏସ୍‌ବିଆଇ କଣ୍ଟ୍ରା ଫଣ୍ଡ୍‌ରେ ନିବେଶ କରିଛି। ଏହା ଏକ ଭଲ ପଦକ୍ଷେପ କି? ଅନ୍ୟ କେଉଁ ଫଣ୍ଡ୍‌ ରହିଛି ଯାହା ଅଧିକ ରିଟର୍ଣ୍ଣ ଦେଇପାରିବ?
-ଚିନ୍ମୟ ସାହୁ, ରାଉରକେଲା
ବର୍ତ୍ତମାନ ଏସ୍‌ବିଆଇ କଣ୍ଟ୍ରାରେ ଆପଣ ୫୦୦ ଟଙ୍କାର ଏସ୍‌ଆଇପି ଜରିଆରେ ନିବେଶ କରିଛନ୍ତି। ଆପଣ ନିଜର ନିବେଶକୁ ଜାରି ରଖିପାରିବେ। ନିଜର ଏସ୍‌ଆଇପି ରାଶିକୁ ବଢ଼ାନ୍ତୁ। ଷ୍ଟେଟ୍‌-ଅପ୍ ରଣନୀତି ଗ୍ରହଣ କରି ଆପଣ ଦୀର୍ଘକାଳୀନ ଭିତ୍ତିରେ ମୋଟା ଅଙ୍କର ପାଣ୍ଠି ସୃଷ୍ଟି କରିପାରିବେ। ନୂତନ ନିବେଶ ପାଇଁ ଆପଣ ଏହି ଫଣ୍ଡ୍‌ଗୁଡ଼ିକୁ ବିଚାରକୁ ନେଇପାରିବେ। ସେଗୁଡ଼ିକ ହେଉଛି ଆଇସିଆଇସିଆଇ ପ୍ରୁ ଡିଭିଡେଣ୍ଟ ୟିଲ୍‌ଡ ଇକ୍ବିଟି ଫଣ୍ଡ, କାନାରା ରୋବ୍ ମଲ୍ଟି କ୍ୟାପ୍ ଫଣ୍ଡ୍‌ ଓ ଏଚ୍‌ଡିଏଫ୍‌ସି ସ୍ମଲ୍‌ କ୍ୟାପ୍ ଫଣ୍ଡ୍‌।

ମୋର ଗୋଟିଏ ଛୋଟ ଦୋକାନ ଅଛି। ମୁଁ ମାସିକ ୧୫୦୦ ଟଙ୍କା ନିବେଶ କରିପାରିବି। ମୁଁ କିଭଳି ନିବେଶ ଯାତ୍ରା ଆରମ୍ଭ କରିପାରିବି? କୁହନ୍ତୁ।
-ସୁଶାନ୍ତ ବଗର୍ତି, ସମ୍ବଲପୁର
ନିବେଶ ଆରମ୍ଭ କରିବା ଓ ଷ୍ଟେପ୍-ଅପ୍ ରଣନୀତିକୁ ଗ୍ରହଣ କରିବା ଲାଗି ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ। ଯେତେବେଳେ ଆପଣଙ୍କ ଆୟ ଅଧିକ ହେବ ଏକକାଳୀନ ରାଶି ନିବେଶ କରନ୍ତୁ। ବଡ଼ ପାଣ୍ଠି ଗଠନ କରିବା ଲାଗି ୧୫ରୁ ୨୦ ବର୍ଷ ଭଳି ଲମ୍ବା ଅବଧି ପର୍ଯ୍ୟନ୍ତ ନିବେଶ କରନ୍ତୁ। ନୂତନ ନିବେଶ ଲାଗି ଆପଣ ଆଇସିଆଇସିଆଇ ପ୍ରୁ ଫୋକସଡ୍‌ ଇକ୍ବିଟି ଫଣ୍ଡ୍‌, କୋଟକ୍ ମଲ୍ଟିକ୍ୟାପ୍ ଫଣ୍ଡ୍‌ ଓ ଏସ୍‌ବିଆଇ ଲାର୍ଜ ଆଣ୍ଡ୍‌ ମିଡ୍‌କ୍ୟାପ୍ ଫଣ୍ଡ୍‌ ବିଚାରକୁ ନେଇପାରିବେ।

ମୁଁ ଜଣେ ଅବସରପ୍ରାପ୍ତ କର୍ମଚାରୀ। ମୋର ଏଫ୍‌ଡିକୁ ଭାଙ୍ଗି ଟଙ୍କାକୁ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରିବା ବୁଦ୍ଧିମାନର କାର୍ଯ୍ୟ ହେବ କି?
-ପୀତବାସ ସ୍ବାଇଁ, ଭୁବନେଶ୍ବର
ଆପଣ ଅବସର ନେଇଥିବା ବେଳେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରିବାକୁ ଚାହୁଛନ୍ତି। ପାଣ୍ଠିର ୬୦ ପ୍ରତିଶତକୁ ଇକ୍ବିଟି ଓ ୪୦ ପ୍ରତିଶତ ଡେବ୍‌ଟରେ ନିବେଶ କରିବା ଲାଗି ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ। ଇକ୍ବିଟିରେ ଆପଣ ଡାଇଭର୍ସିଫାଏଡ୍‌ ଇକ୍ବିଟି ଫଣ୍ଡ୍‌‌ରେ ନିବେଶ କରିପାରିବେ। ଡେବ୍‌ଟ ଉପକରଣରେ ଯଦି ବାର୍ଷିକ ୬ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ମିଳୁଛି ଆପଣ ଏଫ୍‌ଡିରେ ନିବେଶ ଜାରି ରଖିପାରିବେ। ଆପଣ ନିଜର ୬ ମାସ କିମ୍ବା ୧ ବର୍ଷର ଖର୍ଚ୍ଚକୁ ନଜରରେ ରଖି ଏକ ଜରୁରୀକାଳୀନ ପାଣ୍ଠି ନିଜ ପାଖରେ ରଖନ୍ତୁ। ତେବେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନ‌ିବେଶ ଲାଗି ଆପଣ କ୍ବାଣ୍ଟ ଲାର୍ଜ କ୍ୟାପ୍ ଫଣ୍ଡ୍‌, କୋଟକ୍ ଇମର୍ଜିଂ ଇକ୍ବିଟି ଫଣ୍ଡ୍‌, ଡିଏସ୍‌ପି ଇକ୍ବିଟି ଅପର୍ଚୁନିଟିଜ୍ ଫଣ୍ଡ୍‌, ଏଚ୍‌ଡିଏଫ୍‌ସି ଫ୍ଲେକ୍ସି କ୍ୟାପ୍ ଫଣ୍ଡ୍ ଭଳି ଇକ୍ବିଟି ଫଣ୍ଡ୍‌ ଏବଂ ଏସ୍‌ବିଆଇ ଆବ୍ରିଟ୍ରେଜ୍ ଅପର୍ଚୁନିଟିଜ୍ ଫଣ୍ଡ୍ ଓ କୋଟକ୍ ଇକ୍ବିଟି ଆବ୍ରିଟ୍ରେଜ୍ ଫଣ୍ଡ୍‌ ବିଚାରକୁ ନେଇପାରିବେ।
ସୌଜନ୍ୟ-ସମ୍ୱାଦ

Comments are closed.