Breaking News

ଟ୍ରେଡିଂ ଟ୍ରେଣ୍ଡ୍‌

ଦୁଇ ବର୍ଷ ଏସ୍‌ଆଇପିରେ ଆପଣ ନିବେଶ କରିଛନ୍ତି ଓ ଏବେ ସିଧାସଳଖ ଇକ୍ବିଟିରେ ନିବେଶ କରିବାକୁ ଚାହୁଛନ୍ତି। ‌ସିଧାସଳଖ ଇକ୍ବିଟିରେ ନିବେଶକୁ ଏଡ଼ାଇବା ଲାଗି ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ, କାରଣ ଷ୍ଟକ୍ ଚୟନ କରିବାରେ ବିଶେଷତ‌ା ଦରକାର...

ରାଜନ ସରକାର
ନିର୍ଦ୍ଦେଶକ ଓ ୟୁନିଟ୍ ମୁଖ୍ୟ
ଆନନ୍ଦ ରାଠି ୱେଲ୍‌ଥ ଲିମିଟେଡ୍‌

ମୁଁ ୨୦୨୨ ପରଠାରୁ ଏସ୍‌ଆଇପି ଜରିଆରେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରିଛି। ଇକ୍ବିଟିରେ ବି ଅଳ୍ପ ନିବେଶ କରିଛି। କିନ୍ତୁ କିଭଳି ଷ୍ଟକ୍ ଚୟନ କରିବି ତାହା ଜାଣିପାରୁନାହିଁ। ଦୟାକରି ପରାମର୍ଶ ଦିଅନ୍ତୁ।
-ସଞ୍ଜୟ କୁମାର କିଷାନ, ସମ୍ବଲପୁର
ଦୁଇ ବର୍ଷ ଏସ୍‌ଆଇପିରେ ଆପଣ ନିବେଶ କରିଛନ୍ତି ଓ ଏବେ ସିଧାସଳଖ ଇକ୍ବିଟିରେ ନିବେଶ କରିବାକୁ ଚାହୁଛନ୍ତି। ‌ସିଧାସଳଖ ଇକ୍ବିଟିରେ ନିବେଶକୁ ଏଡ଼ାଇବା ଲାଗି ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ, କାରଣ ଷ୍ଟକ୍ ଚୟନ କରିବାରେ ବିଶେଷତ‌ା ଦରକାର ଏବଂ କମ୍ପାନିର ମୂଳତତ୍ତ୍ବକୁ ଭଲ ଭାବେ ଟ୍ରାକ୍ କରିବା ଓ ତାହାର ନିୟମିତ ସମୀକ୍ଷା ଜରୁରୀ। ତେଣୁ ଏହା ନିୟମିତ ନିବେଶକମାନଙ୍କ ଲାଗି ଉପଯୁକ୍ତ ନୁହେଁ। ଏହା ବଦଳରେ ବିଭିନ୍ନ କ୍ଷେତ୍ର ଓ ଷ୍ଟକ୍‌ର ଲାଭ ପାଇବା ଲାଗି ଆପଣ ଇକ୍ବିଟି ଉପରେ ଆଧାରିତ ବିଭିନ୍ନ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରିପାରିବେ ଯଥା କଣ୍ଟ୍ରା, ଭାଲ୍ୟୁ, ଫୋକସ୍‌ଡ ଓ ଫ୍ଲେକ୍ସି କ୍ୟାପ୍। ନିବେଶ ଲାଗି ଆପଣ ଆଇସିଆଇସିଆଇ ପ୍ରୁ ଫୋକସ୍‌ଡ ଇକ୍ବିଟି ଫଣ୍ଡ୍‌, କ୍ବାଣ୍ଟ ଆକ୍ଟିଭ୍ ଫଣ୍ଡ୍‌ ଓ ଇନ୍‌ଭେସ୍କୋ ଇଣ୍ଡିଆ ସ୍ମଲ୍‌ କ୍ୟାପ୍ ଫଣ୍ଡ୍‌ ବିଚାରକୁ ନେଇପାରିବେ।

ବଜାରରେ ଶ୍ରେଷ୍ଠ ଟିକସ ସଞ୍ଚୟକାରୀ ମ୍ୟୁଚୁଆଲ୍ ଫଣ୍ଡ୍‌ କ’ଣ ରହିଛି। ମୋତେ ଏବେ ୪୫ ବର୍ଷ ହୋଇଛି ଓ ମୋ ପାଖରେ ନିବେଶ ଲାଗି ଏକ ଲକ୍ଷ ଟଙ୍କା ରହିଛି। କେଉଁଭଳି ନିବେଶ କଲେ ଭଲ ରିଟର୍ଣ୍ଣ ମିଳିବ?
-ତ୍ରିନାଥ ସାହୁ, ଭୁବନେଶ୍ବର
ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ କାଟ ସୁବିଧା ପାଇବା ଲାଗି ଇଏଲ୍‌ଏସ୍‌ଏସ୍‌ ଫଣ୍ଡ୍‌ରେ ନିବେଶ କରିବା ଲାଗି ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ। ଇଏଲ୍‌ଏସ୍‌ଏସ୍‌ ଫଣ୍ଡ୍‌ରେ ତିନି ବର୍ଷର ଲକ୍‌-ଇନ୍ ସୁବିଧା ରହିଛି। ଆପଣ ବାର୍ଷିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ। ନିବେଶ କରିବା ଲାଗି ଆପଣ ଏସ୍‌ବିଆଇ ଲଙ୍ଗ ଟର୍ମ ଇକ୍ବିଟି ଫଣ୍ଡ୍‌, ଏଚ୍‌ଡିଏଫ୍‌ସି ଇଏଲ୍‌ଏସ୍‌ଏସ୍‌ ଟ୍ୟାକ୍ସ ସେଭର, କୋଟକ୍ ଇଏଲ୍‌ଏସ୍‌ଏସ୍‌ ଟ୍ୟାକ୍ସ ସେଭର ଫଣ୍ଡ୍‌, କ୍ବାଣ୍ଟ ଲାର୍ଜ କ୍ୟାପ୍ ଫଣ୍ଡ୍‌ ଓ କୋଟକ୍ ଇମର୍ଜିଂ ଇକ୍ବିଟି ଫଣ୍ଡ୍‌ ବିଚାରକୁ ନେଇପାରିବେ।

ମୋ ବୟସ ୩୦ ବର୍ଷ। ସ୍ବଳ୍ପ ସମୟରେ ଭଲ ରିଟର୍ଣ୍ଣ ପାଇବା ଲାଗି ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରିବାକୁ ଚାହୁଛି। ମୁଁ ୧୦ ବର୍ଷ ଭିତରେ ଭୁବନେଶ୍ବରରେ ଏକ ୨ବିଏଚ୍‌କେ ଘର କିଣିବାକୁ ଲକ୍ଷ୍ୟ ରଖିଛି। ମୋତେ କେତେ ଟଙ୍କା ନିବେଶ କରିବାକୁ ପଡ଼ିବ?
-ଅଭିଷେକ କୁମାର, ଭୁବନେଶ୍ବର
ଆପଣ ସ୍ବଳ୍ପକାଳୀନ ଭିତ୍ତିରେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରିବାକୁ ଚାହୁଛନ୍ତି। ଯଦି ୧ ବର୍ଷରୁ କମ୍ ସମୟ ଲାଗି ନିବେଶ କରିବାକୁ ଚାହୁଛନ୍ତି ତେବେ ଆପଣ ଡେବ୍‌ଟ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରିପାରିବେ। ସେଥିରେ ଆପଣଙ୍କୁ ୬ରୁ ୮ ପ୍ରତିଶତ ରିଟର୍ଣ୍ଣ ମିଳିଯିବ। ଯଦି ଆପଣ ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ଚାହୁଛନ୍ତି ତେବେ ୮୦ ପ୍ରତିଶତ ରାଶିକୁ ଇକ୍ବିଟିରେ ଓ ଅବଶିଷ୍ଟ ୨୦ ପ୍ରତିଶତ ରାଶିକୁ ଡେବ୍‌ଟରେ ନିବେଶ କରିପାରିବେ। ସେଥିରେ ଆପଣଙ୍କୁ ବାର୍ଷିକ ୧୨-୧୩ ପ୍ରତିଶତ ରିଟର୍ଣ୍ଣ ମିଳିଯିବ। ଯଦି ଆପଣ ଏସ୍‌ଆଇପି ଜରିଆରେ ନିବେଶ କରିବାକୁ ଚାହୁଛନ୍ତି ତେବେ ନିଜ ପ୍ରତି ମାସର ଆୟର ୨୫-୩୦ ପ୍ରତିଶତ ରାଶି ନିବେଶ କରନ୍ତୁ ଏବଂ ସେଥିରେ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି କରନ୍ତୁ।

ସୌଜନ୍ୟ-ସମ୍ୱାଦ

Comments are closed.