Breaking News

ଟ୍ରେଡିଂ ଟ୍ରେଣ୍ଡ୍‌

ମୁଁ ଓଡ଼ିଶା ସରକାରଙ୍କ ଅଧୀନରେ ଚାକିରି କରିଛି ଏବଂ ମୋର ବୟସ ୩୦ ବର୍ଷ। ଏସଆଇପି ଜରିଆରେ ମୁଁ ମାସିକ ୭ ହଜାର ଟଙ୍କା ନିବେଶ କରୁଛି। ୨ଟି ଫଣ୍ଡ୍ ବନ୍ଦ କରିଛି ଏବଂ ୭ଟି ଫଣ୍ଡ୍‌ରେ ଗତ ସେପ୍ଟେମ୍ବରରୁ ନିବେଶ କରୁଛି।

ରାଜନ ସରକାର
ନିର୍ଦ୍ଦେଶକ ଓ ୟୁନିଟ୍ ମୁଖ୍ୟ
ଆନନ୍ଦ ରାଠି ୱେଲ୍‌ଥ ଲିମିଟେଡ୍‌

ମୁଁ ଓଡ଼ିଶା ସରକାରଙ୍କ ଅଧୀନରେ ଚାକିରି କରିଛି ଏବଂ ମୋର ବୟସ ୩୦ ବର୍ଷ। ଏସଆଇପି ଜରିଆରେ ମୁଁ ମାସିକ ୭ ହଜାର ଟଙ୍କା ନିବେଶ କରୁଛି। ୨ଟି ଫଣ୍ଡ୍ ବନ୍ଦ କରିଛି ଏବଂ ୭ଟି ଫଣ୍ଡ୍‌ରେ ଗତ ସେପ୍ଟେମ୍ବରରୁ ନିବେଶ କରୁଛି। ଅଧିକ ରିଟର୍ଣ୍ଣ ପାଇଁ କଣ କରିବାକୁ ହେବ ଦୟାକରି ପରାମର୍ଶ ଦେବେ କି?
-ରଂଜନ କୁମାର ନାୟକ, ଫାସିଗୁଡ଼ା, ଗଞ୍ଜାମ
ରଂଜନ, ଆପଣଙ୍କୁ ବର୍ତ୍ତମାନ ୩୦ ବର୍ଷ। ଆପଣ ମାସକୁ ୭ ହଜାର ଟଙ୍କା ନିବେଶ କରୁଛନ୍ତି। ଆସନ୍ତା ୨୫ ବର୍ଷ ପାଇଁ ନିବେଶ ଜାରି ରଖନ୍ତୁ। ଯେଉଁ ଦୁଇଟି ଫଣ୍ଡରୁ ଓହରି ଯିବା ପାଇଁ ଚାହୁଛନ୍ତି ସେ ବିଷୟରେ ଆପଣଙ୍କ ପରାମର୍ଶଦାତାଙ୍କ ସହ କଥା ହୁଅନ୍ତୁ। ଏହାବ୍ୟତୀତ ଯେଉଁସବୁ ଫଣ୍ଡକୁ ଆପଣ ରଖିପାରିବେ ସେଗୁଡ଼ିକ ହେଲା ପରାଗ ପାରିଖ ଫ୍ଲେକ୍ସି କ୍ୟାପ ଫଣ୍ଡ୍-ରେଗ୍‌(ଜି), କ୍ବାଣ୍ଟ୍ ସ୍ମଲ କ୍ୟାପ୍ ଫଣ୍ଡ୍‌(ଜି), ମୋତିଲାଲ ଓସ୍ବାଲ ମିଡକ୍ୟାପ୍ ଫଣ୍ଡ୍-ରେଗ୍‌(ଜି), ଆଇସିଆଇସିଆଇ ପ୍ରୁ ବ୍ଲୁଚିପ୍‌ ଫଣ୍ଡ୍‌(ଜି), କୋଟକ ଏମର୍ଜିଂ ଇକ୍ବିଟି ଫଣ୍ଡ୍‌(ଜି)। ଯେଉଁସବୁ ଫଣ୍ଡରୁ ‌ଓହରିଯିବାକୁ ବିଚାର କରିପାରିବେ ସେଗୁଡ଼ିକ ହେଲା ନିପନ ଇଣ୍ଡିଆ ସ୍ମଲ କ୍ୟାପ୍ ଫଣ୍ଡ୍‌(ଜି), ଟାଟା ସ୍ମଲ କ୍ୟାପ ଫଣ୍ଡ୍-ରେଗ୍‌(ଜି)। ଯେଉଁସବୁ ଫଣ୍ଡ୍‌ରେ ନିବେଶ କରିବା ନେଇ ଚିନ୍ତା କରିପାରନ୍ତି ସେଗୁଡ଼ିକ ହେଲା କାନାରା ରବ୍ ମଲ୍ଟି କ୍ୟାପ୍ ଫଣ୍ଡ୍‌-ରେଗ୍‌(ଜି), ଡିଏସ୍‌ପି ଇକ୍ବିଟି ଅପର୍ଚ୍ୟୁନିଟି ଫଣ୍ଡ୍‌-ରେଗ୍‌(ଜି) ଏବଂ ଆଇସିଆଇସିଆଇ ପ୍ରୁ ଡିଭିଡେଣ୍ଡ୍ ୟିଲଡ ଇକ୍ବିଟି ଫଣ୍ଡ୍(ଜି)।

ଦୟାକରି ମୋତେ ଇଟିଏଫ୍‌ରେ କାରବାର ସଂପର୍କରେ ସୂଚନା ଦେବେ?
-କଳ୍ପତରୁ ସେଠୀ, ଭୁବନେଶ୍ବର
କଳ୍ପତରୁ, ଆପଣ ଇଟିଏଫ୍‌ରେ ନିବେଶ କରିବା ପାଇଁ ଚାହୁଛନ୍ତି। ଆମେ ଆପଣଙ୍କୁ ଇଟିଏଫ୍‌/ଇଣ୍ଡେକ୍ସ ଫଣ୍ଡ୍‌ରେ ନିବେଶକୁ ଏଡ଼ାଇବାକୁ ପରାମର୍ଶ ଦେବୁ କାରଣ ଏଥିରେ ଆଲ୍‌ଫା ଜେନେରେଟ୍ ହୁଏ ନାହିଁ। ଆକ୍ଟିଭ ଡାଇଭର୍ସିଫାଏଡ ଇକ୍ବିଟି ଫଣ୍ଡ୍‌ରେ ନିବେଶ କରି ଆପଣ ନିଫ୍‌ଟି ୫୦ ଉପରେ ୩ରୁ ୪ % ଆଲ୍‌ଫା ଜେନେରେଟ୍ କରିପାରିବେ। ଦୀର୍ଘମିଆଦୀରେ ଏହା ଆପଣଙ୍କୁ ଭଲ ରିଟର୍ଣ୍ଣ‌ ଦେବାରେ ସହାୟକ ହେବ। ରିସ୍କକୁ କମ୍ କରିବା ପାଇଁ ବିଭିନ୍ନ ପ୍ରକାର ଫଣ୍ଡ୍ ବର୍ଗରେ ନିବେଶ କରିବାକୁ ଆମେ ପରାମର୍ଶ ଦେବୁ।

ସୁନା କିଣିବା ଭଲ ନା ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରିବା ଭଲ। କାରଣ ସୁନା ୨୫ ପ୍ରତିଶତ ଭଳି ରିଟର୍ଣ୍ଣ ଦେଉଛି।  

-ଚନ୍ଦନ ବେହେରା
ଚନ୍ଦନ ତୁମେ ନିବେଶ କରିବାକୁ ଆଗ୍ରହୀ। ଇକ୍ବିଟିକୁ ଦେଖିଲେ ଗତ ୨୦ ବର୍ଷ ହେଲା ଏହା ବାର୍ଷିକ ୧୧ରୁ ୧୨% ରିଟର୍ଣ୍ଣ ପ୍ରଦାନ କରୁଛି। କିନ୍ତୁ ସୁନାରେ ମିଳୁଥିବା ରିଟର୍ଣ୍ଣରେ ସେଭଳି ସ୍ଥିରତା ନାହିଁ। ସୁନା ଓ ରୁପାର ଦରରେ ହ୍ରାସବୃଦ୍ଧି ଲୋକଙ୍କ ଭାବାବେଗ ସହ ଜଡ଼ିତ। ୨୦୨୪ରେ ବିଭିନ୍ନ କାରଣରୁ ସୁନା ଦରରେ ବଡ଼ଧରଣର ଉତ୍‌ଥାନ ପତନ ଦେଖିବାକୁ ମିଳିଛି। ଆପଣ ମୋଟ ନିବେଶର ୧୦ ପ୍ରତିଶତ ସୁନାରେ ରଖିପାରିବେ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.