Breaking News

ଟ୍ରୋଲିଂ ବଢ଼ାଇଛି ମାନସିକ ଆଘାତ

ସେଲିବ୍ରିଟି ଓ ଟ୍ରୋଲିଂ ପରସ୍ପର ଅବିଚ୍ଛେଦ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ବେଳେବେଳେ ବଲିଉଡ୍‌ର ସିନେତାରକାମାନେ ସେମାନଙ୍କର କୌଣସି ମନ୍ତବ୍ୟ ବା ବକ୍ତବ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ଭୀଷଣ ଭାବରେ ଟ୍ରୋଲିଂର ଶିକାର ହୋଇଥା’ନ୍ତି।

ସେଲିବ୍ରିଟି ଓ ଟ୍ରୋଲିଂ ପରସ୍ପର ଅବିଚ୍ଛେଦ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ବେଳେବେଳେ ବଲିଉଡ୍‌ର ସିନେତାରକାମାନେ ସେମାନଙ୍କର କୌଣସି ମନ୍ତବ୍ୟ ବା ବକ୍ତବ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ଭୀଷଣ ଭାବରେ ଟ୍ରୋଲିଂର ଶିକାର ହୋଇଥା’ନ୍ତି। ସାମାଜିକ ଗଣମାଧ୍ୟମରେ ଟ୍ରୋଲିଂ କିପରି ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ସେ ବାବଦରେ ପୂର୍ବରୁ ଦୀପିକା ପାଦୁକୋନ୍, କରଣ ଜୋହର, ଅନନ୍ୟା ପାଣ୍ଡେ ଓ ରବିନା ଟଣ୍ଡନଙ୍କ ଭଳି ଅଭିନେତାଅଭିନେତ୍ରୀ କ୍ଷୋଭ ପ୍ରକାଶ କରି ସାରିଛନ୍ତି। ଏବେ ସାରା ଅଲୀ ଖାଁଙ୍କ ଭଳି ଅଗ୍ରଣୀ ନାୟିକା ମଧ୍ୟ ସେ ସମ୍ପର୍କରେ ଖୋଲି କହିଛନ୍ତି। ସମାଲୋଚନା ଓ ଟ୍ରୋଲିଂ କିପରି ତାଙ୍କର ସାମାଜିକ ସ୍ଥିତି ଓ ଜୀବନକୁ ପ୍ରଭାବିତ କରିଛି ବୋଲି ସାରା ଏକ ସାକ୍ଷାତ୍‌କାରରେ କହିଛନ୍ତି। ତାଙ୍କ କହିବାନୁସାରେ, ସମାଲୋଚନା ଓ ନିଷ୍ଠୁର ଟ୍ରୋଲିଂକୁ ସହ୍ୟ କରିବା ବହୁତ କଷ୍ଟକର। ବିଶେଷ କରି ତାହା ବ୍ୟକ୍ତିଗତ ଆକ୍ଷେପ ହୋଇଥିଲେ, ତାହାର ନକାରାତ୍ମକତା ଆଦୌ ସହନଯୋଗ୍ୟ ନୁହେଁ।

ତେବେ ଧୀରେ ଧୀରେ ସେଥିରୁ କ୍ଷାନ୍ତ ହେବା ସେ ଶିଖିପାରିଛନ୍ତି। କାରଣ ସେ ଯାହା କରୁଛନ୍ତି, ତାହା ସମସ୍ତଙ୍କୁ ଭଲ ଲାଗି ନପାରେ ବୋଲି ସେ ହୃଦୟଙ୍ଗମ କରିଛନ୍ତି। ତେଣୁ ତାଙ୍କର କାର୍ଯ୍ୟକଳାପରେ କିଏ କ’ଣ ପ୍ରତିକ୍ରିୟା ରଖିଲା, ସେଥିପ୍ରତି ପ୍ରତିକ୍ରିୟାଶୀଳ ନ ହୋଇ ବରଂ ସମାଜରେ ନିଜର ଭୂମିକାକୁ ଆହୁରି ବଳିଷ୍ଠ କରିବା ଉପରେ ଗୁରୁତ୍ବାରୋପ ଆରମ୍ଭ କରିଛନ୍ତି। ଅପରପକ୍ଷେ, ନକାରାତ୍ମକ ସମାଲୋଚନା ନିଜର ଆତ୍ମସମୀକ୍ଷା ପାଇଁ ଖୋରାକ ଯୋଗାଉଛି ବୋଲି ସେ ଧରିନେଇଛନ୍ତି। ଆକ୍ଷେପମୂଳକ ମତାମତକୁ ଆତ୍ମସମ୍ମାନ ପ୍ରତି ଆଞ୍ଚ ବୋଲି ବିଚାରିବା ପରିବର୍ତ୍ତେ ତାହା ଆତ୍ମପ୍ରଗତି ପାଇଁ ବାଟ ଖୋଲିଦେଇଛି ବୋଲି ସାରା କହିଛନ୍ତି। ଏହି ଅବସରରେ କ୍ୟାରିଅର ଆରମ୍ଭ ବେଳେ କିପରି ସାରା ଅଲୀ ଖାଁଙ୍କୁ ନିଜକୁ ପ୍ରମାଣିତ କରିବାରେ ଓ ସମସ୍ତଙ୍କର ଆଶା ପୂରଣ କରିବାରେ ଭୀଷଣ ଚାପର ଶିକାର ହେବାକୁ ପଡ଼ିଥିଲା ତାହା ସେ ପ୍ରକାଶ କରିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.