Breaking News

ଟୟୋଟାର ନୂଆ କାମ୍ରି ହାଇବ୍ରିଡ୍‌ ଇଭି

ମଞ୍ଚେଶ୍ବର ସ୍ଥିତ କ୍ୟାପିଟାଲ୍ ଟୟୋଟାରେ ସମ୍ପୂର୍ଣ୍ଣ ନୂଆ କାମ୍ରି ହାଇବ୍ରିଡ୍‌ ଇଭିକୁ ଉନ୍ମୋଚନ କରାଯାଇଛି। ଗର୍ଗସନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ସତୀଶ ଗର୍ଗ, ଟାୟୋଟା କ୍ୟାପିଟାଲ୍‌ର ଏମ୍‌ଡି ସିଦ୍ଧାର୍ଥ ଗର୍ଗ ଓ ଡିଜିଏମ୍‌ ଚମ୍ପକ କୁମାର...

ଭୁବନେଶ୍ବର: ମଞ୍ଚେଶ୍ବର ସ୍ଥିତ କ୍ୟାପିଟାଲ୍ ଟୟୋଟାରେ ସମ୍ପୂର୍ଣ୍ଣ ନୂଆ କାମ୍ରି ହାଇବ୍ରିଡ୍‌ ଇଭିକୁ ଉନ୍ମୋଚନ କରାଯାଇଛି। ଗର୍ଗସନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ସତୀଶ ଗର୍ଗ, ଟାୟୋଟା କ୍ୟାପିଟାଲ୍‌ର ଏମ୍‌ଡି ସିଦ୍ଧାର୍ଥ ଗର୍ଗ ଓ ଡିଜିଏମ୍‌ ଚମ୍ପକ କୁମାର ଦାସଙ୍କ ଉପସ୍ଥିତିରେ ୟୁନିୟନ୍ ବ୍ୟାଙ୍କର ଡିଜିଏମ୍‌ ନିରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି। ଏହାର ବୁକିଂ ଆରମ୍ଭ ହୋଇଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୪୮,୦୦,୦୦୦ ଟଙ୍କାରୁ ଆରମ୍ଭ ହୋଇଛି।

ନୂଆ କାମ୍ରି ହାଇବ୍ରିଡ୍‌ ଇଭିରେ ରହିଛି ପଞ୍ଚମ ପିଢ଼ିର ହାଇବ୍ରିଡ୍ ପ୍ରଯୁକ୍ତି ଯାହା ଗାଡ଼ିର ଉଭୟ ପ୍ରଦର୍ଶନ ଓ ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ଆଣିଛି। ଏହାର ୨.୫ ଲିଟର ଡାଇନାମିକ୍ ଫୋର୍ସ ଇଞ୍ଜିନ ୨୨୧ ଏନ୍‌ଏମ୍‌ ଟର୍କ ପ୍ରଦାନ କରୁଛି। ଏହା ସହିତ ରହିଛି ଇ-ସିଭିଟି ଯାହା ଏକ ନିରବଚ୍ଛିନ୍ନ ଓ ଚମତ୍କାର ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରୁଛି। ଗାଡ଼ିରେ ଏକ ଉଚ୍ଚ କାର୍ଯ୍ୟଦକ୍ଷତା ସମ୍ପନ୍ନ ଲାଇ-ଆୟନ ବ୍ୟାଟେରି ମଧ୍ୟ ରହିଛି। ଏହି ସମୃଦ୍ଧ ହାଇବ୍ରିଡ୍ ବ୍ୟବସ୍ଥା ଲିଟର ପିଛା ୨୫.୪୯ କିମି ମାଇଲେଜ୍ ନିଶ୍ଚିତ କରୁଛି।

ସେଡାନ୍‌କୁ ଭଲ ପାଉଥିବା ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ଏହାର ବାହ୍ୟ ପାର୍ଶ୍ବକୁ ଷ୍ଟାଇଲିସ୍ କରାଯାଇଛି। ରାସ୍ତାରେ ଏହାର ବଳିଷ୍ଠ ଉପସ୍ଥିତି ଦୃଷ୍ଟି ଆକର୍ଷଣ କରିବ। ଏହାର ପ୍ରତିଟି ଦିଗକୁ ଅତି ଯତ୍ନର ସହ ପ୍ରସ୍ତୁତ କରାଯାଇଛି। ନୂଆ କାମ୍ରିର ଭିତର ପାର୍ଶ୍ବକୁ ଆରାମଦାୟକ କରାଯାଇଛି। ଗାଡ଼ିର ସୁରକ୍ଷାକୁ ଦୃଷ୍ଟିରେ ରଖି ସେଥିରେ ଟୟୋଟା ସେଫ୍ଟି ସେନ୍‌ସ ୩ ବ୍ୟବହାର କରାଯାଇଛି। ଏଥିରେ ୯ଟି ଏୟାରବ୍ୟାଗ୍ ରହିଛି। ଏହା ପ୍ରିସିଅସ୍‌ ମେଟାଲ୍, ଡାର୍କ ବ୍ଲୁ, ସିମେଣ୍ଟ ଗ୍ରେ ଓ ଇମୋସନାଲ୍ ରେଡ୍‌ ଭଳି ଚାରିଟି ରଙ୍ଗରେ ଆସିଛି। ଆଟିଚ୍ୟୁଡ୍‌ ବ୍ଲାକ୍ ଓ ପ୍ଲାଟିନମ୍ ହ୍ବାଇଟ୍‌ ପର୍ଲ ରଙ୍ଗରେ ମଧ୍ୟ ଏହା ଉପଲବ୍ଧ ହୋଇଛି। ଏହା ଉପରେ କମ୍ପାନି ୮ ବର୍ଷ କିମ୍ବା ୧,୬୦,୦୦୦ କିମି ୱାରେଣ୍ଟି ପ୍ରଦାନ କରୁଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.