Breaking News

ଡକାୟତି ପୂର୍ବରୁ ଧରାପଡ଼ିଗଲେ ୩ ଦୁର୍ଦାନ୍ତ: କାର୍‌ରୁ ମିଳିଲା ବନ୍ଧୁକ, ବୋମା ଓ ଭୁଜାଲି

ଶନିବାର ରାତିରେ ବାରଙ୍ଗ ଥାନା ପୁଲିସ ଏକ ବଡ଼ଧରଣର ଡକାୟତି ରୋକିବାରେ ସଫଳ ହୋଇଛି। ଖବର ପାଇ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାରୁ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ୩ ଦୁର୍ଦାନ୍ତ ଅପରାଧୀ ଧରାପଡ଼ିଯାଇଛନ୍ତି।

ବାରଙ୍ଗ/ ତ୍ରିଶୁଳିଆ: ଶନିବାର ରାତିରେ ବାରଙ୍ଗ ଥାନା ପୁଲିସ ଏକ ବଡ଼ଧରଣର ଡକାୟତି ରୋକିବାରେ ସଫଳ ହୋଇଛି। ଖବର ପାଇ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବାରୁ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ୩ ଦୁର୍ଦାନ୍ତ ଅପରାଧୀ ଧରାପଡ଼ିଯାଇଛନ୍ତି। ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ସଂଗ୍ରାମ ଦାସ(୩୯), ବାରଙ୍ଗ ଥାନା ନରାଜ ଗ୍ରାମର ଦେବୀପ୍ରସାଦ ଦଳେଇ(୨୨) ଓ କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ବାପିନା ପାତ୍ର(୨୬)। ପୁଲିସ ସେମାନଙ୍କ କାର୍‌ରୁ ଏକ ଦେଶୀ ବନ୍ଧୁକ, ଭୁଜାଲି, ୨ଟି ବୋମା ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.