Breaking News

ଡଗ୍‌ ସୋ ଉଦ୍‌ଯାପିତ: ମନ ଜିଣିଲେ ‘ଟିକ୍‌ ଟିକ୍‌ ବୁମ୍‌’,‘ଏମ୍’

ସୁନ୍ଦର ଚେହେରାକୁ ଭିନ୍ନ ଭିନ୍ନ ଶୈଳୀରେ କଟା ହୋଇଥିଲା ଚୁଟି। କିଏ ବିଭିନ୍ନ ଅଙ୍ଗଭଙ୍ଗୀରେ ଚାଲି ଚାଲି ଯାଉଥିଲେ ତ ଆଉ କିଏ ଅଖି ଲାଖିବା ଭଳି ‌କୌଶଳ ଦେଖାଉଥିଲା। ହେଲେ ସମସ୍ତଙ୍କ ମନ କିଣିଥିଲା ଦେଢ଼ ବର୍ଷୀୟ ‘ଟିକ୍‌ ଟିକ୍‌ ବୁମ’ ଓ ବଡ଼ ଭଉଣୀ ‘ଏମ୍’।

ଭୁବନେଶ୍ୱର: ସୁନ୍ଦର ଚେହେରାକୁ ଭିନ୍ନ ଭିନ୍ନ ଶୈଳୀରେ କଟା ହୋଇଥିଲା ଚୁଟି। କିଏ ବିଭିନ୍ନ ଅଙ୍ଗଭଙ୍ଗୀରେ ଚାଲି ଚାଲି ଯାଉଥିଲେ ତ ଆଉ କିଏ ଅଖି ଲାଖିବା ଭଳି ‌କୌଶଳ ଦେଖାଉଥିଲା। ହେଲେ ସମସ୍ତଙ୍କ ମନ କିଣିଥିଲା ଦେଢ଼ ବର୍ଷୀୟ ‘ଟିକ୍‌ ଟିକ୍‌ ବୁମ’ ଓ ବଡ଼ ଭଉଣୀ ‘ଏମ୍’। ସିହ୍-ଜୁ ବ୍ରିଡର ଏହି କୁକୁର ଦେଖିବାକୁ ଯେମିତି ସୁନ୍ଦର ତାଲିମ ପାଇଁ କାମରେ ମଧ୍ୟ ସେତିକି ନିପୁଣ। ବ୍ରାଜିଲରୁ ଆସିଥିବା ଏଇ ବ୍ରିଡ୍‌ଙ୍କ କୌତୁକିଆ କାରନାମା ଦେଖିବାକୁ ମିଳିଥିଲା ଓଡ଼ିଶା କେନେଲ୍‌ କ୍ଲବ୍‌ (ଓକେସି) ପକ୍ଷରୁ ଆୟୋଜିତି ୬୫ ଓ ୬୬ତମ ଡଗ୍‌ ସୋ’ରେ।

ଓୟୁଏଟି ଭେଟେରିନାରି କଲେଜ ଖେଳପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶେଷ ଦିନ‌ରେ ‘ଅଲ୍‌ ବ୍ରିଡ୍‌ ଡଗ୍‌ ସୋ’ ଅନୁଷ୍ଠିତ ହୋଇଥିଲା। ‌ଆୟୋଜିତ ପୋଷା କୁକୁରଙ୍କ ପ୍ରତିଯୋଗିତାରେ ଫ୍ୟାସନ୍ ସୋ’, ରାମ୍ପ ୱାକ୍ ଓ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା। ଦୁଇଦିନ ଧରି ଚାଲିଥିବା ଏହି ଚାମ୍ପିଅନସିପ୍‌ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ମୋଟ ୪୧ଟି ବ୍ରିଡ୍‌ର ପାଖାପାଖି ୩ ଶହରୁ ଅଧ‌ିକ କୁକୁର ଭାଗ ନେଇଥିଲେ। ଜର୍ମାନ ସେଫର୍ଡ, ଲାବ୍ରାଡର୍‌, ପଗ୍‌, ରେଟ୍ରିଭର୍‌, ବକ୍ସର, ରଟୱିଲର୍‌, ଫ୍ରେଞ୍ଚ୍ ବୁଲଡଗ୍‌ ଭଳି ବ୍ରିଡ୍‌ର କୁକୁର ଭାଗ ନେଇଥିଲେ। ୬୫ତମ ଅଲ ବ୍ରିଡ୍‌ ଚାମ୍ପିଅନସିପ୍‌ରେ ମୁମ୍ବାଇର ଚିହୁଆହୁଆ ବ୍ରିଡ୍‌ର ‘ଟାବଲେଟ୍‌’ ଓ ୬୬ତମ ଅଲ୍‌ ବ୍ରିଡ୍‌ ଡଗ୍ ସୋ’ରେ କୋଲକାତାରୁ ଆସିଥିବା ଆମେରିକାନ୍ କୋକର୍‌ ସ୍ପାନିଏଲ୍‌ ବିଲର୍‌ ‘ନାଥିନ୍’ ଚାମ୍ପିଅନ ହୋଇଥିଲେ। ଟାବଲେଟ୍‌ର ମାଲିକ ରିତେଶ ବର୍ମା ଓ ନାଥିନ୍‌ର ମାଲିକ ପଲ୍ଲବ ଶାହାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ମାଲିକର ବିପଦ ବେଳେ ପୋଷାପ୍ରାଣୀ ହିଁ ସହାୟ ହୁଏ ବୋଲି ମତ ରଖିଥିଲେ। ସେ କହିଥିଲେ ଖୁବଶୀଘ ପୋଷା ପ୍ରାଣୀଙ୍କ ପାଇଁ ଶ୍ମଶାନ ତିଆରି ହେବ। କାର୍ଯ୍ୟକ୍ରମ‌ରେ ବିଧାୟକ ପ୍ରଶାନ୍ତ ଜଗଦେବ ଉପସ୍ଥିତ ଥିଲେ।

ସୌଜନ୍ୟ-ସମ୍ୱାଦ

Comments are closed.