Breaking News

ଡାକ୍ତରଙ୍କୁ ପ୍ରଶ୍ନ: ଦୀର୍ଘକାଳୀନ ରୋଗ ଲାଗି ହୋମିଓପାଥି ଅଧିକ ଉପକାରୀ

ହଁ, ଦୀର୍ଘକାଳୀନ ରୋଗର ଚିକିତ୍ସାରେ ହୋମିଓପାଥି ବେଶ୍‌ ଉପକାରୀ। ଯେକୌଣସି ଦୀର୍ଘକାଳୀନ ରୋଗ ଯଥା ଆଣ୍ଠୁଗଣ୍ଠି ବାତ, ବାଦ୍ଧର୍କ୍ୟଜନିତ ସମସ୍ୟା, ଥଣ୍ଡା ଲାଗିରହିବା, ମାଇଗ୍ରେନ୍, ଅଣ୍ଟା ଯନ୍ତ୍ରଣା ଓ ଏସିଡିଟି

 ଦୀର୍ଘକାଳୀନ ରୋଗ ପାଇଁ ସାଧାରଣତଃ ଲୋକମାନେ ହୋମିଓପାଥି ଔଷଧ ଖାଇଥାନ୍ତି। ଦୀର୍ଘକାଳୀନ ରୋଗରେ ହୋମିଓପାଥି ବେଶୀ ପ୍ରଭାବଶାଳୀ କି?
ହଁ, ଦୀର୍ଘକାଳୀନ ରୋଗର ଚିକିତ୍ସାରେ ହୋମିଓପାଥି ବେଶ୍‌ ଉପକାରୀ। ଯେକୌଣସି ଦୀର୍ଘକାଳୀନ ରୋଗ ଯଥା ଆଣ୍ଠୁଗଣ୍ଠି ବାତ, ବାଦ୍ଧର୍କ୍ୟଜନିତ ସମସ୍ୟା, ଥଣ୍ଡା ଲାଗିରହିବା, ମାଇଗ୍ରେନ୍, ଅଣ୍ଟା ଯନ୍ତ୍ରଣା ଓ ଏସିଡିଟି ଆଦି ସମସ୍ୟା ପାଇଁ ହୋମିଓପାଥି ଔଷଧ ଭଲ ପ୍ରଭାବ ଦେଖାଇଥାଏ‌। ଏହିସବୁ ରୋଗର ଉପଶମ ସହ ମୂଳୋତ୍ପାଟନ ଲାଗି ହୋମିଓପାଥି ଔଷଧ କାର୍ଯ୍ୟ କରିଥାଏ।
 ଦୁର୍ଘଟଣା ବା କୌଣସି ଆଘାତ ଭଳି ଆକସ୍ମିକ ଅସୁସ୍ଥତା କ୍ଷେତ୍ରରେ ଗୁରୁତର ରୋଗୀ ଲାଗି ହୋମିଓପାଥି ଚିକିତ୍ସା ପ୍ରଭାବୀ ସାବ୍ୟସ୍ତ ହୋଇ ନଥାଏ କାହିଁକି?
ସବୁଠି ଛୁଞ୍ଚି କାମ ଦିଏ ନାହିଁ, କି ସବୁଠି ଶାବଳର କାମ ଚାଲେନାହିଁ। ଏଣୁ ପରିସ୍ଥିତି ଓ ରୋଗ ଦେଖି ଆମେ ଚିକିତ୍ସ‌ା କରୁ। ଚିକିତ୍ସା ଦୁଇ ପ୍ରକାରର। ଗୋଟିଏ ହେଉଛି ସର୍ଜିକାଲ୍‌ ଓ ଅନ୍ୟଟି ଓୗଷଧ ଦ୍ବାରା ଚିକିତ୍ସା‌। ଯେତେବେଳେ ଔଷଧ ସେବନଜନିତ ଚିକିତ୍ସାର କଥା ଆସେ ହୋମିଓପାଥି ଭଲ କାମ କରିଥାଏ। କିନ୍ତୁ ଆକସ୍ମିକ ଦୁର୍ଘଟଣା ବା ଯେଉଁଠି ତତ୍କାଳ ଚିକିତ୍ସା କଥା ଉଠେ, ଆମକୁ ଡାକ୍ତରୀ ଚିକିତ୍ସା ବ୍ୟବସ୍ଥା ଉପରେ ନିର୍ଭର ହେବାକୁ ପଡ଼େ। କିନ୍ତୁ ଜୀବନ ରକ୍ଷା ପରେ ଦୁର୍ଘଟଣାଜନିତ ବା କୌଣସି କାରଣରୁ ଦୀର୍ଘ ଯନ୍ତ୍ରଣାରୁ ମୁକ୍ତି ପାଇଁ ହୋମିଓପାଥି ଉପଯୋଗୀ।
 ହୋମିଓପାଥି ପାର୍ଶ୍ବପ୍ରତିକ୍ରିୟାବିହୀନ ବୋଲି କୁହାଯାଏ, ଏହା କେତେ ସତ?
୧୦୦% ସତ। ହୋମିଓପାଥି ଔଷଧରେ କୌଣସି ସିନ୍ଥେଟିକ୍‌ ପଦାର୍ଥ ନଥାଏ। ଏଥିରେ ମାତ୍ରାଧିକ ରସାୟନର ଉପସ୍ଥିତି ବି ନଥାଏ। ହୋମିଓପାଥି ଓ ଆୟୁର୍ବେଦ ଚିକିତ୍ସା ଯନ୍ତ୍ରଣାବିହୀନ ଚିକିତ୍ସା। ଏଣୁ ଯନ୍ତ୍ରଣା ଜର୍ଜର ରୋଗୀ ଏହି ଔଷଧ ଖାଇ ଏକ ମାନସିକ ସମର୍ଥନ ବି ପାଇଥାଏ। ମନୋବଳ ଦୃଢ଼ ହୋଇଥାଏ। ଫଳରେ ଔଷଧ ଭଲ ଭାବେ କାମ କରିଥାଏ।
 ଋତୁକାଳୀନ ‌ରୋଗରେ ହୋମିଓପାଥି ଚିକିତ୍ସା କେତେ ପ୍ରଭାବଶାଳୀ?
ବର୍ଷା ଓ ଶୀତକାଳୀନ ରୋଗ ଯଥା ଥଣ୍ଡା, ଜ୍ବର, କାଶ, ଛିଙ୍କଠାରୁ ଆରମ୍ଭ କରି ବିିଭିନ୍ନ ଚର୍ମ ‌େରାଗ ପାଇଁ ହୋମିଓପାଥିରେ ଶ୍ରେଷ୍ଠ ଔଷଧ ରହିଛି। ନବଜାତଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ଏହି ଔଷଧ ଭଲ କାମ କରିବା ସହ ସଙ୍ଗେସଙ୍ଗେ ସୁଫଳ ମଧ୍ୟ ଦେଇଥାଏ। ହୋମିଓପାଥିରେ ରୋଗ ପାଇଁ ନୁହେଁ, ରୋଗୀଙ୍କ ପାଇଁ ଔଷଧ ରହିଛି। ରୋଗୀଠାରେ ଦେଖାଯାଉଥିବା ଲକ୍ଷଣକୁ ଲକ୍ଷ୍ୟ କରି ଔଷଧ ଦିଆଯାଇଥାଏ।
 ସାଧାରଣରେ ଏକ ଧାରଣା ରହିଛି ଯେ ହୋମିଓପାଥି ପ୍ରଥମେ ରୋଗକୁ ବଢ଼ାଇ ତା’ପରେ କମାଇଥାଏ।ଏଥିରେ ସତ୍ୟତା ରହିଛି କି?
ଏହା କେତେକାଂଶରେ ସତ୍ୟ। ଔଷଧରେ ଏକ ମେଡିସିନାଲ୍‌ ଆଗ୍ରାଭେସନ୍‌ ଥାଏ। ଔଷଧ ଖାଇଲା ପ‌େର ରୋଗ ବଢ଼ିଯିବା ଏକ ଭଲ ଲକ୍ଷଣ। କିଛି ଦୀର୍ଘକାଳୀନ ରୋଗରେ ଏଭଳି ଆଗ୍ରାଭେସନ୍‌ ଦେଖାଯାଇଥାଏ। ରୋଗୀଙ୍କ ଲକ୍ଷଣ ଦେଖି ଚିକିତ୍ସକ ଔଷଧ ପ୍ରସ୍ତୁତ କରିଥା’ନ୍ତି। ବେଳେବେଳେ ଔଷଧ ଟିକେ ଅଧିକ ଶକ୍ତିଶାଳୀ ହେବା ଫଳରେ ରୋଗୀଠାରେ ସେହି ଲକ୍ଷଣ ଟିକେ ଅଧିକ ପ୍ରକାଶ ପାଏ। ଏହି ସମୟରେ ଚିକିତ୍ସକଙ୍କୁ ପୁଣି ଥରେ ଆସି ପରାମର୍ଶ କରିବା ଉଚିତ। ବିଶେଷ କରି ଚର୍ମ ରୋଗରେ ଏହା ଦେଖାଯାଇଥାଏ। ଭିତରେ ଥିବା ସମସ୍ତ ଲକ୍ଷଣ ବାହାରକୁ ବାହାରି ଆସେ ଓ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବାରେ ସହଜ ହୋଇଥାଏ। ସବୁ ରୋଗରେ କିନ୍ତୁ ଏଭଳି ଦେଖାଯାଏ ନାହିଁ।

ସୌଜନ୍ୟ-ସମ୍ୱାଦ

Comments are closed.