ଡିପ୍ରେସନରେ ବାବର୍ ଆଜମ୍ : ଭାରତଠୁ ହାରିଲା ପରେ ପାକିସ୍ତାନ ବୋର୍ଡ ଦେଲା ବଡ ଝଟକା
ଟି୨୦ ବିଶ୍ୱକପର ଲିଗ୍ ମୁକାବିଲାରେ ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ପାକିସ୍ତାନ । ଦଳର ସବୁ ବ୍ୟାଟର ଭାରତୀୟ ବୋଲିଂ ଆଗରେ ଆଣ୍ଠେଇଥିଲେ । ସେମାନେ ପେସ୍ କିମ୍ବା ସ୍ପିନ୍ ଆଟାକର ମୁକାବିଲା କରିପାରିନଥିଲେ । ଫଳରେ ଟି୨୦ ବିଶ୍ୱକପ ଇତିହାସରେ ପାକ୍ ବିପକ୍ଷରେ ସର୍ବୋଚ୍ଚ ବ୍ୟବଧାନରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଏହାକୁ ନେଇ ସବୁଠି ପାକ୍ କ୍ରିକେଟର୍ସଙ୍କୁ ଟ୍ରୋଲ୍ କରାଯାଉଛି ।

ଲାହୋର ୧୯/୦୨ : ଟି୨୦ ବିଶ୍ୱକପର ଲିଗ୍ ମୁକାବିଲାରେ ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ପାକିସ୍ତାନ । ଦଳର ସବୁ ବ୍ୟାଟର ଭାରତୀୟ ବୋଲିଂ ଆଗରେ ଆଣ୍ଠେଇଥିଲେ । ସେମାନେ ପେସ୍ କିମ୍ବା ସ୍ପିନ୍ ଆଟାକର ମୁକାବିଲା କରିପାରିନଥିଲେ । ଫଳରେ ଟି୨୦ ବିଶ୍ୱକପ ଇତିହାସରେ ପାକ୍ ବିପକ୍ଷରେ ସର୍ବୋଚ୍ଚ ବ୍ୟବଧାନରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଏହାକୁ ନେଇ ସବୁଠି ପାକ୍ କ୍ରିକେଟର୍ସଙ୍କୁ ଟ୍ରୋଲ୍ କରାଯାଉଛି ।
ହାଇଭୋଲଟେଜ୍ ମୁକାବିଲାରେ ସମସ୍ତଙ୍କ ନଜର ଥିଲା ପାକିସ୍ତାନର ବାବର ଆଜମଙ୍କ ଉପରେ । ଯେତେବେଳେ ପାକ୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରୁଥିଲା ସେତେବେଳେ ବାବର କ୍ରିଜକୁ ଆସିଥିଲେ । ପାକ୍ ଫ୍ୟାନ୍ସ ବାବରଙ୍କଠୁ ଦମଦାର ଇନିଂସ ଆଶା କରୁଥିଲେ । ହେଲେ ସେ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଯାହାକୁ ନେଇ ନେଟିଜେନ୍ସ ପିସିବିକୁ ଅନେକ ପ୍ରଶ୍ନ କରୁଛନ୍ତି ।ତାଙ୍କୁ ସୋସିଆଲ ମିଡିଆ ୟୁଜର ଟ୍ରୋଲ୍ ମଧ୍ୟ କରୁଛନ୍ତି ।
ପାକ୍ ଦଳ ଚୟନ ପୂର୍ବରୁ ବାବରଙ୍କୁ ସୁଯୋଗ ମିଳିବ ନା ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତଥାପି ପାକ୍ କ୍ରିକେଟ୍ ବୋର୍ଡ ବାବରଙ୍କୁ ଚାନ୍ସ ଦେଇଥିଲା । ତଥାପି ନିଜକୁ ପ୍ରମାଣିତ କରିପାରିନାହାଁନ୍ତି ପାକିସ୍ତାନର ଏହି ବ୍ୟାଟର୍ । ଖାଲି ଭାରତ ବିପକ୍ଷରେ ନୁହେଁ ନେଦରଲ୍ୟାଣ୍ଡସ ବିପକ୍ଷରେ ମଧ୍ୟ ପାକ୍ ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇଥିଲା । ସେବେବି ଦଳକୁ ସଙ୍କଟରୁ ଉଦ୍ଧାର କରିନଥିଲେ ବାବର । ନାମିବ୍ୟା ବିପକ୍ଷ ମୁକାବିଲାରେ ଦଳ ତାଙ୍କୁ ୬ ନମ୍ବର ପୋଜିସନରେ ରଖାଯାଇଥିଲା । ତାଙ୍କଠୁ ଭଲ ବ୍ୟାଟରଙ୍କୁ ଆଗରେ ପଠାଯାଇଥିଲା । ଏପରିକି ସେ ବ୍ୟାଟିଂ ପାଇଁ ଚାନ୍ସ ମଧ୍ୟ ପାଇନଥିଲେ ।
ସୌଜନ୍ୟ Prameya News7




