ରାଶିଫଳ

ଡିସେମ୍ବର ୧୮ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ- କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ଶେଷ ହେବ। ପରିବାରରେ ହସଖୁସିର ପରିବେଶ ରହିବ ଏବଂ ଜୀବନସାଥୀଙ୍କ ସହିତ ସମ୍ପର୍କ ଅଧିକ ନିବିଡ଼ ହେବ। ଦିନଟିକୁ ଶୁଭ କରିବା ପାଇଁ ହନୁମାନଙ୍କ ଦର୍ଶନ କରନ୍ତୁ।

ବୃଷ- ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବ ଏବଂ ପୁରୁଣା ବିନିଯୋଗରୁ ଉତ୍ତମ ଲାଭ ପ୍ରାପ୍ତ ହେବ। ଘରକୁ ଆତ୍ମୀୟ ସ୍ୱଜନଙ୍କ ଆଗମନ ଯୋଗୁ ଉତ୍ସବର ପରିବେଶ ରହିବ ଏବଂ ମନ ପ୍ରଫୁଲ୍ଲ ରହିବ। ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ।

ମିଥୁନ- କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ, ନଚେତ୍ ଚାକିରି କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା କିମ୍ବା ଶ୍ୱାସ ଜନିତ ସମସ୍ୟା ଦେଖାଦେଇପାରେ, ତେଣୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ- ସଫଳତାପୂର୍ଣ୍ଣ ଦିନ ହେବ ଏବଂ ବହୁ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ ହେବ। ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ମନ୍ଦିର ଦର୍ଶନ କରି ମାନସିକ ଶାନ୍ତି ଲାଭ କରିବେ। ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ।

ସିଂହ- ସମାଜରେ ଆପଣଙ୍କର ଗୌରବ ବଢ଼ିବ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନାନ୍ତର ହୋଇପାରେ, ତେଣୁ ନିଜର ଜିଦ୍ ଛାଡ଼ି ଶାନ୍ତ ରୁହନ୍ତୁ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।

କନ୍ୟା- କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରି ଆପଣ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ ଏବଂ ବ୍ୟବସାୟରେ ଲାଭ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ, ବିଶେଷ କରି ପେଟ ଜନିତ ରୋଗ ହେବାର ସମ୍ଭାବନା ରହିଛି। ତୁଳସୀ ମୂଳରେ ଦୀପ ଜାଳନ୍ତୁ।

ତୁଳା- କଳା ଏବଂ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ବହୁତ ଭଲ ଏବଂ ନୂତନ ସୁଯୋଗ ପ୍ରାପ୍ତ ହେବ। ଅଣ୍ଟା କିମ୍ବା ଗଣ୍ଠି ଯନ୍ତ୍ରଣା ହୋଇପାରେ, ତେଣୁ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ ନେବା ଆବଶ୍ୟକ। କୌଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।

ବିଛା- ଆକସ୍ମିକ ଭାବେ କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତି ହେବାର ଯୋଗ ରହିଛି, ଯାହା ଆପଣଙ୍କ ଆର୍ଥିକ ଚିନ୍ତା ଦୂର କରିବ। ପଡ଼ୋଶୀଙ୍କ ସହ କୌଣସି ବିବାଦ ହୋଇପାରେ, ତେଣୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ- ଦିନଟି ଶିକ୍ଷକ ଏବଂ ବୌଦ୍ଧିକ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ଯୋଜନା ପ୍ରସ୍ତୁତ ହୋଇପାରେ ଏବଂ ଶୁଭ ଖବର ମିଳିବ। ହଳଦିଆ ରଙ୍ଗର ବସ୍ତ୍ର ବ୍ୟବହାର କରନ୍ତୁ।

ମକର- କଠିନ ପରିଶ୍ରମ ପରେ ମଧ୍ୟ କାର୍ଯ୍ୟରେ ଆଶାନୁରୂପ ଫଳ ମିଳିବା ପାଇଁ ଆପଣଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ିପାରେ। ପରିବାରରେ କୌଣସି ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି। କାଉକୁ ରୁଟି ଖାଇବାକୁ ଦିଅନ୍ତୁ।

କୁମ୍ଭ- ବୈଷୟିକ କ୍ଷେତ୍ର ଏବଂ ଯନ୍ତ୍ରପାତି କାମରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବା ଯୋଗୁ ମାନସିକ ସନ୍ତୋଷ ପାଇବେ। ଶନିଦେବଙ୍କ ମନ୍ଦିରରେ ଦୀପଟିଏ ଅର୍ପଣ କରନ୍ତୁ।

ମୀନ- ସମାଜରେ ପତିଆରା ବଢ଼ିବ ଏବଂ ବ୍ୟବସାୟ କ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ହେବ ଏବଂ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା କରନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button