Breaking News

ଡ୍ରେସ୍‌ ସୋ’ରୁମ୍‌ରେ ଅଗ୍ନିକାଣ୍ଡ

ଆଜି ବିଳମ୍ବିତ ରାତିରେ ଖାରବେଳନଗର ଥାନା ଶ୍ରୀୟା ଟକିଜ୍‌ ଛକ‌ସ୍ଥିତ ଦୁଇଟି ଡ୍ରେସ୍‌ ସୋ’ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗୋଟିଏ କୋଠାର ଦୁଇ ମହଲାରେ ଥିବା ଅରେଲିଆ ଓ ଡବ୍ଲ୍ୟୁ ସୋ’ ରୁମ୍‌ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ଲକ୍ଷରୁ ଅଧିକ....

ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ ଖାରବେଳନଗର ଥାନା ଶ୍ରୀୟା ଟକିଜ୍‌ ଛକ‌ସ୍ଥିତ ଦୁଇଟି ଡ୍ରେସ୍‌ ସୋ’ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗୋଟିଏ କୋଠାର ଦୁଇ ମହଲାରେ ଥିବା ଅରେଲିଆ ଓ ଡବ୍ଲ୍ୟୁ ସୋ’ ରୁମ୍‌ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ଲକ୍ଷରୁ ଅଧିକ ମୂଲ୍ୟର ବିଭିନ୍ନ ପୋଷାକପତ୍ର ଜଳି ପାଉଁଶ ହୋଇଯାଇଛି। ଦୁଇଟି ଦମକଳ ପ୍ରାୟ ଘଣ୍ଟାଏ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ହେଁ ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ରାତି ପ୍ରାୟ ୧୧ଟା ବେଳେ ଅରେଲିଆ ଦୋକାନ ଭିତରୁ ପ୍ରବଳ ଧୂଆଁ ବାହାରିବା ଦେଖି ଲୋକେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ସଟର୍‌ ତାଲା କାଟିବା ସହ ଗ୍ଲାସ ଭାଙ୍ଗି ପ୍ରଥମେ ତଳମହଲାସ୍ଥିତ ‘ଡବ୍ଲ୍ୟୁ’ ଦୋକାନରୁ ଧୂଆଁ ବାହାର କରିଥିଲେ। ଏହାପରେ ଜଣାପଡ଼ିଥିଲା ଯେ ଉପରମହଲାସ୍ଥିତ ଅରେଲିଆରୁ ମଧ୍ୟ ଧୂଆଁ ବାହାରୁଛି। ସେଠାକୁ ଯାଇ ଅଗ୍ନିଶମ ବାହିନୀ ଅନୁରୂପ ଭାବେ ସଟର୍‌ ଭାଙ୍ଗି ଭିତରେ ନିଆଁ ଲିଭାଇଥିଲା। ଅରେଲିଆ ସୋ’ରୁମ୍‌ରେ ବେଶି କ୍ଷତି ହୋଇଥିବା ଜଣାପଡ଼ିଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.