Breaking News

ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଗୁଜୁରାଟର ପୋରବନ୍ଦରଠାରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଆଡଭାନ୍ସେଡ ଲାଇଟ୍ ହେଲିକପ୍ଟର (ଏଏଲ୍‌ଏଚ୍) ଧ୍ରୁବ ଆଜି ଏକ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ପୋରବନ୍ଦର: ଗୁଜୁରାଟର ପୋରବନ୍ଦରଠାରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଆଡଭାନ୍ସେଡ ଲାଇଟ୍ ହେଲିକପ୍ଟର (ଏଏଲ୍‌ଏଚ୍) ଧ୍ରୁବ ଆଜି  ଏକ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋରବନ୍ଦରର କୋଷ୍ଟଗାର୍ଡ ଏୟାର ଏନ୍‌କ୍ଲେଭରେ  ଘଟିଥିବା ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅପରାହ୍‌ଣ ୧୨ଟା ୧୦ମିନିଟରେ ହେଲିକପ୍ଟରରେ ବୈଷୟିକ ତ୍ରୁଟି ଦେଖାଦେବା ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଦୁଇ ପାଇଲଟଙ୍କ ସମେତ ୩ ଜଣ ଯାତ୍ରୀ ଥିଲେ ଏବଂ ସମସ୍ତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

କମଳା ବାଗ ଥାନା ଇନ୍ସପେକ୍ଟର ରାଜେଶ କାନମିଆ କହିଛନ୍ତି ଯେ  ଦୁଇଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।  ହେଲିକପ୍ଟରଟି ରନୱେ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା। ପରେ ଦମକଳ ବାହିନୀ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା।   ଭାରତୀୟ ତଟରକ୍ଷୀ ବାହିନୀ ଦୁର୍ଘଟଣାର ତଦନ୍ତ କରୁଛି।
ଗତ ବର୍ଷ ଏକାଧିକ ଦୁର୍ଘଟଣା ପରେ ହାଲ୍ ଦ୍ୱାରା ଆରମ୍ଭ ହୋଇଥିବା ସେନାର ଏଏଲ୍ଏଚ୍ ଶ୍ରେଣୀର ଏହି ହେଲିକପ୍‌ଟରରେ ଏକ ଗୁରୁତ୍ବପୂର୍ଣ୍ଣ ସୁରକ୍ଷା ଉନ୍ନତୀକରଣ ସମ୍ପୂର୍ଣ୍ଣ ହୋଇଛି  ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.