Breaking News

ତମାଖୁରୁ ୬୫୯୫ କୋଟି ରାଜସ୍ବ

ରାଜ୍ୟ ସରକାର ୧୦ ବର୍ଷ ମଧ୍ୟରେ ପାନ ମସଲା, ଗୁଟ୍‌ଖା ଓ ତମାଖୁ ଉତ୍ପାଦରୁ ୬୫୯୫.୫୫ କୋଟି ଟଙ୍କାର ଟିକସ ଆଦାୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଦେଇଥିବା ସୂଚନା...

ଭୁବନେଶ୍ବର: ରାଜ୍ୟ ସରକାର ୧୦ ବର୍ଷ ମଧ୍ୟରେ ପାନ ମସଲା, ଗୁଟ୍‌ଖା ଓ ତମାଖୁ ଉତ୍ପାଦରୁ ୬୫୯୫.୫୫ କୋଟି ଟଙ୍କାର ଟିକସ ଆଦାୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ଫେବ୍ରୁଆରି ସୁଦ୍ଧା ଏହି ଉତ୍ପାଦଗୁଡ଼ିକରୁ ୧୦୪୭.୮୨ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଛି। ୨୦୧୪-୧୫ରେ ସେ ବାବଦରେ ମାତ୍ର ୧୭୪.୭୧ କୋଟି ଟଙ୍କାର ଟିକସ ଆସିଥିଲା।

ପରବର୍ତ୍ତୀ ବର୍ଷଗୁଡ଼ିକରେ ଟିକସ ସଂଗ୍ରହରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ୨୦୨୩-୨୪ରେ ୧୦୧୨.୫୬ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ରାଜ୍ୟରେ ବିକ୍ରି ହେଉଥିବା ପାନ ମସଲା ଓ ତମାଖୁ ଉତ୍ପାଦଗୁଡ଼ିକୁ ୧୬ଟି ରାଜ୍ୟରୁ ଆମଦାନି କରାଯାଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ବିକ୍ରି ହେଉଥିବା ତମାଖୁ ଉତ୍ପାଦଗୁଡ଼ିକ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସୁଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.