ଏହା ପୂର୍ବରୁ ସେ ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ରୋଗୀଙ୍କ ସମ୍ପର୍କୀୟ ରହଣି ନିର୍ମିତ ସାମୟିକ ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ଥିବା ଅନ୍ତେବାସୀଙ୍କ ସହ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ଗତକାଲି ପରିମଳ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନଙ୍କ ସହରର ମୁଖ୍ୟମାର୍ଗର ସ୍ବଚ୍ଛତା କାର୍ଯ୍ୟର ତଦାରଖ କରିଥିଲେ। ଡ୍ରେନ୍‌, ରାସ୍ତା ସମସ୍ୟା ସମ୍ପର୍କରେ ସ୍ଥାନୀୟଲୋକଙ୍କୁ ପଚାରିଥିଲେ। ସ୍ଥାନୀୟ ଅଞ୍ଚଳବାସୀ ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ କମିସନରଙ୍କୁ ଅବଗତ କରାଇଥିଲେ। ପରେ କମିସନର ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ମଧ୍ୟ ବୁଲି ଦେଖିଥିଲେ। କମିସନରଙ୍କର ଏଭଳି କାର୍ଯ୍ୟକୁ ସହରର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଆଗାମୀ ଦିନରେ ସହରବାସୀଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବେ ବୋଲି ବିଭିନ୍ନ ୱାର୍ଡବାସୀ ଆଶା ରଖିଛନ୍ତି।