Breaking News

ତାମିଲନାଡ଼ୁ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ

ନୂଆଦିଲ୍ଲୀ,୦୪/୦୧: ତାମିଲନାଡ଼ୁର ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି।  ତାମିଲନାଡ଼ୁର ବିରୁଧନଗର ଜିଲ୍ଲା ସତୁର ଅଞ୍ଚଳରେ ଏହି ଘଟଣା ଘଟିଛି। ତେବେ କେମିକାଲ୍ ମିଶ୍ରଣ ପ୍ରକ୍ରିୟା ସମୟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।  ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ତେବେ ବିସ୍ଫୋରଣ ସମୟରେ ଶ୍ରମିକମାନେ ପ୍ରତିଦିନ ଭଳି କାମ କରୁଥିଲେ । ହେଲେ ହଠାତ୍ ବିସ୍ଫୋରଣ ଯୋଗୁଁ ୬ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ସେହିପରି ତାମିଲନାଡୁରେ ଏହି ଘଟଣା ପୂର୍ବରୁ ମଧ୍ୟ ଏଭଳି ଦୁଇଟି ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୨ ଜଣ ମହିଳାଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ରଙ୍ଗାପାଲାୟମ ଅଞ୍ଚଳରୁ ବାଣର ନମୁନା ପରୀକ୍ଷା ସମୟରେ ଏହି ଦୁର୍ଘଟଣା ଘଟିଛି। ଏନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

ରଙ୍ଗାପାଲାୟାମର ବାଣି କାରଖାନାରେ ବିସ୍ଫୋରଣ ପରେ ଅଳିଆଗଦାରୁ ୭ ଟି ମୃତଦେହ ମିଳିଥିବା ବେଳେ  ଯାହାର ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ପୋଲିସର ତଦନ୍ତରୁ ଜଣାପଡିଛି ଯେ ଏହି ଅଞ୍ଚଳରେ ବିନା ଲାଇସେନ୍ସ ରେ ବାଣ କାରଖାନା ଚାଲିଛି।  ପ୍ରକାଶ ଥାଉକି,  ନିକଟରେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଏକ ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ବୁଧବାର ରାତିରେ ଘଟିଥିବା ଏହି ବିସ୍ଫୋରଣରେ ୬ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ ଏହାର ପ୍ରଚଣ୍ଡ ଶବ୍ଦରେ ଆଖପାଖ ଗାଁ ଥରି ଉଠିଥିଲା ।

 

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.