Breaking News

ତାମିଲନାଡୁରେ ଭୂସ୍ଖଳନ, ଗୋଟିଏ ପରିବାରର ୭ ମୃତ

ନୂଆଦିଲ୍ଲୀ,୦୩/୧୨: ତାମିଲନାଡୁରେ ବାତ୍ୟା ଫେଙ୍ଗାଲର ପ୍ରଭାବ । ଫଳରେ ଲଗାଣ ବର୍ଷା ସାଙ୍ଗକୁ ହେଉଛି ଭୂସ୍ଖଳନ । ଏନେଇ ଗତକାଲି ରାତିରେ ତିରୁବନ୍ନାମଲାଇ ଜିଲ୍ଲାରେ ହୋଇଛି ଭୂସ୍ଖଳନ। ଫଳରେ ପାହାଡର ତଳିଆ ଅଞ୍ଚଳରେ ଥିବା ମାଟି ଅତଡ଼ା ଖସି ଗୋଟିଏ ପରିବାର ୭ ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ସୂଚନା ମୁତାବକ, ରବିବାର ଦିନ ତାମିଲନାଡୁର ତିରୁବନ୍ନାମଲାଇ ଜିଲ୍ଲାର ବାତ୍ୟା ଫେଙ୍ଗାଲ ପ୍ରଭାବରୁ ପ୍ରବଳ ବର୍ଷା ହୋଇଥିଲା । ଦୁଇ ଦିନ ଲଗାଣ ବର୍ଷା ଯୋଗୁଁ ମାଟି ଅତଡା ଖସି ଗୋଟିଏ ୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣାପ଼ିଛି। ଏନେଇ ଜିଲ୍ଲାପାଳ କହିଛନ୍ତି, ରବିବାର ସନ୍ଧ୍ୟାରେ ତିରୁବନ୍ନାମଲାଇର ଅନ୍ନାମଲାଇୟାର ପାହାଡର ବିଓସି ନଗରରେ ହୋଇଥିବା ଭୂସ୍ଖଳନ ଫଳରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ଏନେଇ ୩୦ ଟି ଏନଡିଆରଏଫ୍ କର୍ମଚାରୀ ଉଦ୍ଧାର କାର୍ଯ୍ୟ କରିଛନ୍ତି । ତେବେ ବାତ୍ଯା ଫେଙ୍ଗାଲ ପ୍ରଭାବରେ ତାମିଲନାଡୁରେ ଲାଗି ରହିଛି ବର୍ଷା । ଫଳରେ ଭୂସ୍ଖଳନ ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସେପଟେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଉଦ୍ଧାରକାର୍ଯ୍ୟ ପ୍ରଭାବିତ ହୋଇଛି। ଆଗକୁ ମଧ୍ୟ ପାହାଡ଼ରୁ ମାଟି ଧସିବା ନେଇ ସତର୍କତା ଜାରି କରିଛି ପ୍ରଶାସନ। ସେପଟେ ତାମିଲନାଡୁ ଭିଲିପୁରମରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।

ସୌଜନ୍ୟ-ପ୍ରମେୟ

Comments are closed.