Breaking News

ତାଳବଣିଆ ଓ ରେଳ ଷ୍ଟେସନ୍‌ରୁ ମିଳିବ ସଟଲ ସର୍ଭିସ୍‌, ଟାଉନ୍‌ ହଲ୍‌ ଛକରୁ ସମୁଦ୍ର କୂଳ ଆଡକୁ ଛଡ଼ାଯିବନି କୌଣସି ଗାଡି

ପୁରୀ, ୦୪/୧୨ : ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା। ତାଳବଣିଆ ଓ ରେଳ ଷ୍ଟେସନ୍‌ଠାରୁ ମିଳିବ ସଟଲ ସର୍ଭିସ୍‌ । ତାଳବଣିଆଠାରୁ ଟାଉନ୍‌ ବସ୍‌ ଓ ତିନି ଚକିଆ ଗାଡ଼ି ମଙ୍ଗଳା ମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ, ରାମ ମନ୍ଦିର ଛକଠାରେ ପହଞ୍ଚିବ । ସେଠାରୁ ୱାଟର୍‌ ୱାକ୍ସ ରୋଡ୍‌, ଓଡ଼ିଶା ବେକେରୀ, ସଦର ବ୍ଲକ ଅଫିସ୍‌ ଦେଇ ତାଳବଣିଆ ଫେରିବ । ଭିଆଇପି ଓ ଭିଭିଆଇପିଙ୍କ ଗତିବିଧିକୁ ଲକ୍ଷ୍ୟ ରଖି ପର୍ଯ୍ୟଟକଙ୍କୁ ନେଇ ଅର୍ବାନ୍‌ ହାଟଠାରୁ ଜିଲ୍ଲା ସ୍କୁଲ୍‌, ଗୋପାଳ ସ୍ୱାମୀ ଛକ, ଏସ୍‌ସିଏସ୍‌ ଛକ ଦେଇ ଟାଉନ୍‌ ହଲ୍‌ ପର୍ଯ୍ୟନ୍ତ ଏହି ସଟଲ୍‌ ସର୍ଭିସ୍‌ ଯୋଗାଇ ଦିଆଯିବ । ଟାଉନ୍‌ ହଲ୍‌ ଛକରୁ କୌଣସି ଯାନବାହନ ସମୁଦ୍ର କୂଳ ଆଡକୁ ଛଡ଼ାଯିବ ନାହିଁ । କେବଳ ପାସ୍‌ଧାରୀଙ୍କୁ ରେଳ ଷ୍ଟେସନ୍‌ ପାର୍ଶ୍ଵରୁ ଝାଡ଼େଶ୍ୱରୀ ଛକ ଆଡ଼କୁ ଛଡ଼ାଯିବ ।

କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯିବାକୁ ଚାହିଁଲେ ରେଳ ଷ୍ଟେସନ୍‌ଠାରୁ ଗୋପାଳ ସ୍ୱାମୀ ଛକ, ଏସ୍‌ସିଏସ୍‌ ଛକ ଦେଇ ଟାଉନ୍‌ ହଲ୍‌, ମୋଚି ସାହି ଓ ଦୋଳମଣ୍ଡପ ସାହି ଯାଏଁ ସଟଲ ସର୍ଭିସ୍‌ ପାଇ ପାରିବେ । ତାଳବଣିଆ ଠାରୁ ଶ୍ରୀମନ୍ଦିର ଯିବାକୁ ଥିବା ଶ୍ରଦ୍ଧାଳୁ ହେଲିପ୍ୟାଡ୍‌ ଛକରୁ ସଦର ବ୍ଲକ ଅଫିସ୍‌ ଛକ, ରାମ ମନ୍ଦିର ଛକ, ଘୋଡ଼ା ବଜାର, ଗୋପାଳ ସ୍ୱାମୀ ଛକ, ଏସ୍‌ସିଏସ୍‌ ଛକ ଦେଇ ଟାଉନ୍‌ ହଲ୍‌, ମୋଚି ସାହି ଓ ଦୋଳମଣ୍ଡପ ସାହି ଯାଏଁ ସଟଲ୍‌ ସେବା ନେଇ ପାରିବେ।
ସୌଜନ୍ୟ-ପ୍ରମେୟ

Comments are closed.