Breaking News

ତିବ୍ବତରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ୧୩୦ ମୃତ, ବ୍ୟାପକ କ୍ଷୟକ୍ଷତି

ମଙ୍ଗଳବାର ତିବ୍ବତରେ ଏକ ଘଣ୍ଟା ମଧ୍ୟରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ୫ଟି ପଶ୍ଚାତ୍‌ କମ୍ପନ ଅନୁଭୂତ ହେବା ଫଳରେ ଅତି କମ୍‌ରେ ୧୩୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫୦ରୁ ଅଧିକ ଆହତ ହୋଇଛନ୍ତି।

ନୂଆଦିଲ୍ଲୀ: ମଙ୍ଗଳବାର ତିବ୍ବତରେ ଏକ ଘଣ୍ଟା ମଧ୍ୟରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ୫ଟି ପଶ୍ଚାତ୍‌ କମ୍ପନ ଅନୁଭୂତ ହେବା ଫଳରେ ଅତି କମ୍‌ରେ ୧୩୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଭୂମିକମ୍ପ ଭାରତ, ନେପାଳ ଓ ଭୁଟାନର ଅନେକ ଅଞ୍ଚଳକୁ ଦୋହଲାଇ ଦେଇଛି। ଦିଲ୍ଲୀ-ଏନ୍‌ସିଆର୍ ଓ ବିହାରର ରାଜଧାନୀ ପାଟନା ସମେତ ଉତ୍ତରଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଆସାମ ସମେତ ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବ ରାଜ୍ୟରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।

ପଛକୁପଛ ୫ କମ୍ପନ
ଉତ୍ତର ଭାରତରେ ଝଟ୍‌କା

ଚୀନ୍ ଗଣମାଧ୍ୟମ ଅନୁଯାୟୀ, ଡିଙ୍ଗରି କାଉଣ୍ଟି ଓ ଏହାର ଆଖପାଖ ଅଞ୍ଚଳରେ  ଭୂମିକମ୍ପର ପ୍ରଭାବ ବହୁତ ଅଧିକ ରହିଥିଲା ଏବଂ କେନ୍ଦ୍ରସ୍ଥଳ ନିକଟରେ ଥିବା ଅନେକ କୋଠା ଭୁଶୁଡ଼ି ପଡ଼ିଛି। ଦେଶର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି ଯେ ତିବ୍ବତ ସୀମାରେ ଥିବା ୭ଟି ପାହାଡ଼ିଆ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍‌ମୋଲୋଜି ଅନୁଯାୟୀ ନେପାଳ-ତିବ୍ବତ ସୀମା ନିକଟରେ ଥିବା ସିଜାଙ୍ଗରେ ସକାଳ ୬ଟା ୩୫ ମିନିଟ୍‌ରେ ପ୍ରଥମ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ତୀବ୍ରତାକୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ ଏବଂ ଏହା ଗୁରୁତର କ୍ଷତି କରିବାକୁ ସକ୍ଷମ। ତିବ୍ବତର ଦ୍ବିତୀୟ ବୃହତ୍ତମ ସହର ଶିଗାତ୍ସେ ସହରରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି। ସେହି ସିଜାଙ୍ଗ ଅଞ୍ଚଳରେ ୪.୭ ଓ ୪.୯ ତୀବ୍ରତାର ଆଉ ଦୁଇଟି ଝଟକା ଅନୁଭୂତ ହୋଇଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭାରତ ଓ ୟୁରେସିଆ ପ୍ଲେଟ୍‌ର ମିଳନ ସ୍ଥଳରେ ଥିଲା। ଚୀନ୍‌ର ସରକାରୀ ବ୍ରଡ୍‌କାଷ୍ଟର ସିସିଟିଭି ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଶିଗାତ୍ସେ ସହରର ୨୦୦ କିଲୋମିଟର ମଧ୍ୟରେ ୩ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ୨୯ଟି ଭୂମିକମ୍ପ ହୋଇଛି, ଯାହା ମଙ୍ଗଳବାର ସକାଳେ ହୋଇଥିବା ଭୂମିକମ୍ପଠାରୁ ଛୋଟ ଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.