ଓଡିଶାମହାନଗର

ତୋଷାଳି ଭବନ ରେକର୍ଡ ରୁମ୍‌ରେ ଅଗ୍ନିକାଣ୍ଡ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା

ତୋଷାଳି ଭବନରେ ଲାଗିଛି ନିଆଁ । ତୋଷାଳି ଭବନର ରେକର୍ଡ ରୁମ୍‌ରେ ନିଆଁ ଲାଗିଥିବା ସୂଚନା । ସର୍ଟ ସର୍କିଟରୁ ନିଆଁ ଲାଗି ଅନେକ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଓ ଖାରବେଳନଗର ଥାନା ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।

ଭୁବନେଶ୍ବର ୨୬।୨: ତୋଷାଳି ଭବନରେ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ଲାଗିଛି ନିଆଁ । ତୋଷାଳି ଭବନର ରେକର୍ଡ ରୁମ୍‌ରେ ନିଆଁ ଲାଗିଥିବା ସୂଚନା । ସର୍ଟ ସର୍କିଟରୁ ନିଆଁ ଲାଗି ଅନେକ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ଓ ଖାରବେଳନଗର ଥାନା ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ଅଗ୍ନିକାଣ୍ଡ ଘଟିଛି । ତୋଷାଳି ଭବନର ରେକର୍ଡ ରୁମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି । ରେକର୍ଡ ରୁମ୍‌ରେ ଥିବା ଅନେକ କାଗଜପତ୍ର ନିଆଁରେ ପୋଡ଼ି ଯାଇଥିବା ଜଣାପଡ଼ିଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶନ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ଖବର ପାଇ ଖାରବେଳନଗର ଥାନା ପୋଲିସ ପହଞ୍ଚି ଘଟଣାର ତଦାରଖ କରୁଛି । ଖବର ଲେଖା ହେବା ପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଛି ନା ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button