ଓଡିଶା

ତ୍ରିବେଣୀ ଯାତରୁ କିଣାହେଉଥିଲା ବାହାପୁଆଣୀ ସଜ: ଆଜି ବୁଡ଼ ଅଛି, ଯାତ ନାହିଁ

ଏକ ସମୟ ଥିଲା, ‌ଯେତେବେଳେ ଗାଁଠୁ ଯୋଜନ ଯୋଜନ ଦୂରରେ ସହର ଥିଲା। ଲୋକେ ବି ସହର ଉପରେ ବେଶି ନିର୍ଭର କରୁ ନ ଥିଲେ। କିନ୍ତୁ ମେଳା ବା ଯାତ ଥିଲା। ଆଞ୍ଚଳିକ ମେଳା ବା ଯାତରୁ ଲୋକେ ଆବଶ୍ୟକ ଜିନିଷପତ୍ର କିଣାବିକା କରୁଥିଲେ।

ବାଲିପାଟଣା: ଏକ ସମୟ ଥିଲା, ‌ଯେତେବେଳେ ଗାଁଠୁ ଯୋଜନ ଯୋଜନ ଦୂରରେ ସହର ଥିଲା। ଲୋକେ ବି ସହର ଉପରେ ବେଶି ନିର୍ଭର କରୁ ନ ଥିଲେ। କିନ୍ତୁ ମେଳା ବା ଯାତ ଥିଲା। ଆଞ୍ଚଳିକ ମେଳା ବା ଯାତରୁ ଲୋକେ ଆବଶ୍ୟକ ଜିନିଷପତ୍ର କିଣାବିକା କରୁଥିଲେ। ସେତେବେଳେ ଆବଶ୍ୟକ ଜିନିଷପତ୍ର କହିଲେ ସାଧାରଣତଃ ଲୁଗାପଟା ସହିତ ଘରକରଣା ଜିନିଷପତ୍ର ଓ କୃଷି ଉପକରଣକୁ ବୁଝାପଡ଼ୁଥିଲା। ତେଣୁ ମେଳା ତଥା ଯାତରୁ ସେସବୁ ମିଳିଯାଉଥିଲା। ସେମିତି କିଛି କିଛି ଜାଗାରେ ଛୋଟ ଛୋଟ ଗାଁ ହାଟ ବସୁଥିଲା। ସେଠି ବି ପନିପରିବା, ଡାଲି, ତେଲ, ଲୁଣ ସାଙ୍ଗକୁ ଲୁଗାପଟା ଓ ଅନ୍ୟାନ୍ୟ ଘରକରଣା ଜିନିଷ କିଣାବିକା ହେଉଥିଲା। ସେହି ସମୟର କଥା। ବାଲିପାଟଣା ଅଞ୍ଚଳରେ ପୁଣ୍ୟତୋୟା ପ୍ରାଚୀ ନଦୀ ତଟରେ ବସୁଥିଲା ତ୍ରିବେଣୀ ଯାତ। ମହାନଦୀ ପଠାରେ କଟକ ବାଲିଯାତ୍ରା ଭଳି ବାଲିପାଟଣା‌ରେ ପ୍ରାଚୀ ତଟରେ ତ୍ରିବେଣୀ ଯାତ୍ରା ବି ସେସମୟରେ ଥିଲା ଏକ ବଡ଼ ମେଳା। କର୍ପୂର ଉଡ଼ିଯାଇଛି, କନା ପଡ଼ିଛି ନ୍ୟାୟରେ ଆଜି ତ୍ରିବେଣୀ ଯାତ୍ରା ଅଛି ସତ, କିନ୍ତୁ ପୁରୁଣା ଉଦ୍ଦୀପନା, ପୁରୁଣା ଉତ୍ସାହ ନାହିଁ। ପୁଣ୍ୟତୋୟା ପ୍ରାଚୀ ନଦୀର ମୃତ୍ୟୁ ସହ ତ୍ରିବେଣୀ ଯାତ୍ରାର ପୁରୁଣା ଗୌରବ ହଜିଯାଇଛି। ଆଜି ପ୍ରାଚୀ ନଦୀରେ ଜଳସ୍ରୋତ ନାହିଁ, ଠିକ୍‌ ସେମିତି ତ୍ରିବେଣୀ ଯାତ୍ରାର ପ୍ରବାହ ବି ମରିଯାଇଛି।

Leave a Reply

Your email address will not be published. Required fields are marked *

Back to top button