Breaking News

ଦାୟିତ୍ବ ନେଲେ ଡିସିପି ଜଗମୋହନ ମିନା: ସେୟାର୍‌ କଲେ ନିଜ ଅଫିସିଆଲ୍‌ ନମ୍ବର

ଆଜିଠୁ ଭୁବନେଶ୍ବର ଡିସିପି ଭାବେ ଆଇପିଏସ୍‌ ଜଗମୋହନ ମିନା ଦାୟିତ୍ବ ମୁଣ୍ଡାଇଛନ୍ତି। ପୁଲିସ ସେବାଭବନରେ ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂଙ୍କ ଉପସ୍ଥିତିରେ ସେ ପୂର୍ବତନ ଡିସିପି ପିନାକ ମିଶ୍ରଙ୍କଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।

ଭୁବନେଶ୍ବର: ଆଜିଠୁ ଭୁବନେଶ୍ବର ଡିସିପି ଭାବେ ଆଇପିଏସ୍‌ ଜଗମୋହନ ମିନା ଦାୟିତ୍ବ ମୁଣ୍ଡାଇଛନ୍ତି। ପୁଲିସ ସେବାଭବନରେ ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂଙ୍କ ଉପସ୍ଥିତିରେ ସେ ପୂର୍ବତନ ଡିସିପି ପିନାକ ମିଶ୍ରଙ୍କଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ଉଲ୍ଲେଖନୀୟ କଥାଟି ହେଉଛି, ସାଧାରଣ ଜନତାଙ୍କ କଥାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି ସେ ଆଜି ନିଜ ଅଫିସିଆଲ୍‌ ନମ୍ବରକୁ ସେୟାର୍‌ କରିଛନ୍ତି।

କ୍ୟାପିଟାଲ୍‌ ସିଟି ଭୁବନେଶ୍ବର ଡିସିପି ଦାୟିତ୍ବ ତାଙ୍କ ପାଇଁ ଏକ ଆହ୍ବାନ ବୋଲି କୁହାଯାଉଥିବା ବେଳେ ସେ କହିଛନ୍ତି ଯେ ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଦିଗ ଉପରେ ଗୁରୁତ୍ବ ଦିଆଯିବ। ବିଶେଷକରି ଥାନାସ୍ତରରେ ଓ ପିଓପିଡି ଟିମ୍‌କୁ ନିୟମିତ ବ୍ୟବଧାନରେ ତାଲିମ ଦିଆଯିବ। ସହରର ସମସ୍ତ ସିସିଟିଭି ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରାଯିବ। ବଡ଼ କଥା ହେଉଛି, ପୁଲିସ କିଭଳି ଲୋକଙ୍କୁ ଭଲ ବ୍ୟବହାର ଦେଖାଇବ, ସେଦିଗରେ ମଧ୍ୟ ପୁଲିସ ବେଶ୍‌ ସଚେତନ ରହିବ। ଲୋକମାନଙ୍କ ଅଭିଯୋଗକୁ ଗୁରୁତ୍ବର ସହ ‌ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଦିଗରେ ଏସ୍‌ଆଇ ଓ ଏଏସ୍ଆଇମାନେ ଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି କି ନାହିଁ, ତଦନ୍ତ ପ୍ରକ୍ରିୟା ତ୍ବରିତ ଓ ନିରପେକ୍ଷ ହେଉଛି କି ନାହିଁ, ସେସବୁକୁ ଏସିପି ଓ ଏଡିସିପିସ୍ତରର ଅଧିକାରୀମାନେ ତଦାରଖ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସାଇବର କ୍ରାଇମ୍‌ ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି।

ଏଥିପାଇଁ ସାଇବର ଥାନାକୁ ସୁଦୃଢ଼ କରାଯିବ। ପ୍ରତି ଥାନାରେ ଆଇଟି ଜ୍ଞାନକୌଶଳ ଉପରେ ଦକ୍ଷତା ଥିବା କ‌ନେଷ୍ଟବଳଙ୍କୁ ନିଯୁକ୍ତି କରାଯିବ। ଏହି ଅବସରରେ ସେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ରୋକିବା ପାଇଁ ନିଜ ଅଫିସିଆଲ୍‌ ନମ୍ବର-୮୨୮୦୩୩୮୩୦୨ ସେୟାର୍‌ କରିଛନ୍ତି। ସେମାନେ ଏହି ନମ୍ବରରେ ହ୍ବାଟ୍ସଆପ୍‌ ଜରିଆରେ ଅଭିଯୋଗ କରିପାରିବେ। ରାଜଧାନୀର ଷ୍ଟ୍ରିଟ୍‌ କ୍ରାଇମ୍‌କୁ ରୋକିବା ପାଇଁ ପିଓପିଡି, ଟିମ୍‌-୬୦ ଓ ୧୧୨ ଏମର୍ଜେନ୍ସି ରେସ୍‌ପନ୍ସ ସିଷ୍ଟମ(ଇଆର୍‌ଏସ୍‌)କୁ ସୁଦୃଢ଼ କରାଯିବ ବୋଲି ସେ କହିଛନ୍ତି। ଅଭିଯୋଗ ପାଇବାର ଖୁବ୍‌ କମ୍‌ ସମୟରେ ପୁଲିସ କିଭଳି ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚିବ, ସେଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଖବର ପାଇବା ପରେ ଠିକ୍‌ ସମୟରେ ପୁଲିସ ଟିମ୍‌ ପହଞ୍ଚୁଛି କି ନା, ମଝିରେ ମଝିରେ ଇଆର୍‌ଏସ୍‌ର ସମୀକ୍ଷା ମଧ୍ୟ‌ ହେବ ବୋଲି ସେ କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.