ଦେଶ ବିଦେଶ

Trump Threat Cuba: କ୍ୟୁବାକୁ ଟ୍ରମ୍ପଙ୍କ ଧମକ: ବିଳମ୍ବ ନକରି ଚୁକ୍ତି କର

ଭେନେଜୁଏଲା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କାରିବିଆନ ଦେଶ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ‘ଟ୍ରୁଥ ସୋସିଆଲ’ରେ ଏକ ପୋଷ୍ଟ କରି କ୍ୟୁବା ଭେନେଜୁଏଲାରୁ ଆଉ ତେଲ କିମ୍ବା ଟଙ୍କା ପାଇବ ନାହିଁ

ୱାସିଂଟନ: ଭେନେଜୁଏଲା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କାରିବିଆନ ଦେଶ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ‘ଟ୍ରୁଥ ସୋସିଆଲ’ରେ ଏକ ପୋଷ୍ଟ କରି କ୍ୟୁବା ଭେନେଜୁଏଲାରୁ ଆଉ ତେଲ କିମ୍ବା ଟଙ୍କା ପାଇବ ନାହିଁ, ଅଧିକ ବିଳମ୍ବ ହେବା ପୂର୍ବରୁ କ୍ୟୁବାକୁ ଆମେରିକା ସହିତ ଚୁକ୍ତି କରିବାକୁ ପଡିବ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି କ୍ୟୁବା ଅନେକ ବର୍ଷ ହେଲା ଭେନେଜୁଏଲାରୁ ଟଙ୍କା ଓ ତେଲ ପାଇ ଆସୁଥିଲା।

ଏହା ବଦଳରେ କ୍ୟୁବା ଭେନେଜୁଏଲାର ଦୁୂଇ ଶେଷ ଏକଛତ୍ରବାଦୀ ଶାସକଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲେ। କିନ୍ତୁ ଏବେ ଆଉ ତାହା ହେବନାହିଁ। ଗତ ସପ୍ତାହରେ ଭେନେଜୁଏଲାରେ ଆମେରିକାର ଆକ୍ରମଣ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, ଆମେରିକା ଆକ୍ରମଣରେ ଗତ ସପ୍ତାହରେ ବହୁ ସଂଖ୍ୟକ କ୍ୟୁବା ଲୋକଙ୍କର ମୃତ୍ୟୁ ହୋଇଥିଲା। ଭେନେଜୁଏଲାର ଗୁଣ୍ଡା ଓ ଦାଦାବଟି ଆଦାୟକାରୀଙ୍କ ସୁରକ୍ଷା ଆବଶ୍ୟକ ନାହିଁ, ଯିଏକି ସେମାନଙ୍କୁ ଅନେକ ବର୍ଷ ଦରି ବନ୍ଧକ କରି ରଖିଥିଲେ। ଟ୍ରମ୍ପ ପ୍ରଶାସନ ଆମେରିକାର ପୁନଃ ନିର୍ମାଣ ଲକ୍ଷ୍ୟରେ ଏପରି ଆକ୍ରମଣାତ୍ମକ ମନ୍ତବ୍ୟ ପ୍ରଦାନ କରୁଛି।

ଭେନେଜୁଏଲାର ଏକଛତ୍ରବାଦୀ ଶାସକ ନାକୋଲାସ୍ ମାଦୁରୋଙ୍କୁ କ୍ଷମତାଚ୍ୟୁତ କରିବା ପରେ ୱାସିଂଟନ ଭେନେଜୁଏଲାରେ କଟକଣା କଡ଼ାକଡ଼ି କରିବା ସହିତ ତୈଳ ଜାହାଜ ଜବତ କରୁଛି। ଟ୍ରମ୍ପ କହିଛନ୍ତି, ଭେନେଜୁଏଲାକୁ ଆମେରିକା ସେନାର ସମର୍ଥନ ରହିଛି। କ୍ୟୁବା ଅର୍ଥନୀତି ପାଇଁ ଏହା ଶକ୍ତ ଧକ୍କା ପରି ହୋଇଛି। କ୍ୟୁବାକୁ ସର୍ବାଧିକ ତୈଳ ଭେନେଜୁଏଲାରୁ ଆସୁଥିଲା। କିନ୍ତୁ ମାଦୁରୋଙ୍କୁ ବନ୍ଦୀ କରାଯିବା ପରେ ଟ୍ରମ୍ପ ଭେନେଜୁଏଲାର ତେଲ ଆମେରିକାକୁ ପଠାଇବା ପାଇଁ ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ଉପରେ ସଫଳତାର ସହ ଚାପ ପକାଇପାରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button