Breaking News

ଦିନକ ପରେ ହୋଲି… କୁଆଡେ ଗଲା ବିଜେପିର ମାଗଣା ସିଲିଣ୍ଡର ପ୍ରତିଶ୍ରୁତି ?

ନୂଆଦିଲ୍ଲୀ: ବିଜେପି ଲୋକଙ୍କୁ ଠକିଛି, ବିଜେପି ଲୋକଙ୍କ ସହ ବିଶ୍ବାସଘାତ କରିଛି । କଥା ଦେଇ କଥା ରଖୁନି ବିଜେପି ସରକାର । ଲୋକଙ୍କ ମିଛ କହି ଦିଲ୍ଲୀରେ ସରକାର ଗଢିଛି ବିଜେପି । ଜନସାଧାରଣଙ୍କୁ ଭୂଆଁ ବୁଲାଇ ବିଜେପି ସରକାର ଗଢିବା ପରେ ଏବେ ମାଆମାନଙ୍କୁ ଦେଇଥିବା କଥା ଭୁଲି ଯାଇଛି… ଏମିତି ଅଭିଯୋଗ ଆଣି ଦିଲ୍ଲୀରେ ପ୍ରତିବାଦ କରୁଛି ବିରୋଧୀ ଆମ୍ ଆଦମୀ ପାର୍ଟି ।

ହୋଲିରେ ମହିଳାଙ୍କୁ ମାଗଣା ସିଲିଣ୍ଡର ଦେବା ନେଇ ବିଜେପି ପ୍ରତିଶ୍ରୁତି ଦେଇଥିଲା । ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବା ନେଇ ମଧ୍ୟ ଘୋଷଣା କରିଥିଲା ବିଜେପି । ତାସହ ମାଆମାନଙ୍କ ପାଇଁ ମାଗଣା ସିଲିଣ୍ଡର ଗ୍ୟାସ ଦେବାକୁ କହିଥିଲା । ଆଉ ଏହି ଲୋଭନୀୟ ପ୍ରତିଶ୍ରୁତି ପରେ ଦିଲ୍ଲୀରେ ବିଜେପି ସରକାର ଆସିଥିଲା ମାତ୍ର ସରକାଗଢିବା ପରେ ପ୍ରତିଶ୍ରୁତି ପାଶୋରି ଦେଇଛି ବିଜେପି । ତେଣୁ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀର ପ୍ରାୟ ୪୦ଟି ସ୍ଥାନରେ ଆପ୍ ପକ୍ଷରୁ ବିରଓଧ ଜାରି ରହିଛି ।ଗତକାଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଟାର୍ଗେଟ୍ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଶାନା କରିଥିଲେ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଆତିଶୀ । ବିଜେପି ଦେଇଥିବା କଥା ରଖି ପାରୁନି, ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ବିଜେପି । ଦିଲ୍ଲୀବାସୀଙ୍କୁ ମୋଦୀ ଏବଂ ବିଜେପି ପୁଳାପୁଳା ପ୍ରତିଶ୍ରୁତି ଦେଇଥିଲା । ହେଲେ ସେସବୁ କୁଆଡେ ଗଲା ? ଦିଲ୍ଲୀ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା କୁଆଡେ ଗଲା, ଏହା କେବଳ ଜୁମଲା ଥିଲା ବୋଲି କହିଥିଲେ ଆତିଶୀ । ତାସହ ହୋଲି ପୂର୍ବରୁ ଦିଲ୍ଲୀର ମହିଳାଙ୍କୁ ମାଗଣା ଗ୍ୟାସ୍ କଥା କୁଆଡେ ଗଲା । ଆଉ ୨ ଦିନ ପରେ ହୋଲି, ହେଲେ ଏଯାଏଁ ମହିଳାଙ୍କୁ ମାଗଣା ଗ୍ୟାସ୍ ସିଲିଣ୍ଡର ମିଳିନି ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.