ଦେଶ ବିଦେଶ

166 tigers died in a year: ବର୍ଷକରେ ୧୬୬ ବାଘ ମଲେ: ଗତବର୍ଷ ତୁଳନାରେ ୪୦ ଅଧିକ

ଭାରତରେ ବିଶ୍ବର ସବୁଠୁ ଅଧିକ ବାଘ ରହିଛନ୍ତି। ଭାରତର ବିଶାଳ ବାଘ ସଂଖ୍ୟାରୁ ୨୦୨୫ରେ ୧୬୬ଟିର ମୃତ୍ୟୁ ହୋଇଛି। ଗତବର୍ଷ ତୁଳନାରେ ଏହା ୪୦ଟି ଅଧିକ ବୋଲି ଜଣାପଡ଼ିଛି। ବିଭିନ୍ନ କାରଣରୁ ବାଘଙ୍କ ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) କହିଛନ୍ତି।

ଭୋପାଳ: ଭାରତରେ ବିଶ୍ବର ସବୁଠୁ ଅଧିକ ବାଘ ରହିଛନ୍ତି। ଭାରତର ବିଶାଳ ବାଘ ସଂଖ୍ୟାରୁ ୨୦୨୫ରେ ୧୬୬ଟିର ମୃତ୍ୟୁ ହୋଇଛି। ଗତବର୍ଷ ତୁଳନାରେ ଏହା ୪୦ଟି ଅଧିକ ବୋଲି ଜଣାପଡ଼ିଛି। ବିଭିନ୍ନ କାରଣରୁ ବାଘଙ୍କ ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) କହିଛନ୍ତି। ତଥ୍ୟ ଅନୁଯାୟୀ, ବାଘ ସଂଖ୍ୟାରେ ମଧ୍ୟପ୍ରଦେଶ ଦେଶରେ ସର୍ବାଗ୍ରେ ରହିଛି। ଗତବର୍ଷ ଏଠା‌ରେ ସର୍ବାଧିକ ୫୫ଟି ବାଘଙ୍କର ମୃତ୍ୟୁ ହୋଇଥିଲା। ୨୦୨୫ରେ ମହାରାଷ୍ଟ୍ରରେ ୩୮,  କେରଳରେ ୧୩ ଏବଂ ଆସାମରେ ୧୨ଟି ବାଘ ମୃତ୍ୟୁ ହୋଇଛି। ୧୬୬ ମୃତ ବାଘଙ୍କ ମଧ୍ୟରେ ୩୧ଟି ଶାବକ ଅଛନ୍ତି। ସ୍ଥାନ ଅଭାବରୁ ନିଜ ନିଜ ମଧ୍ୟରେ ସଂଘର୍ଷରୁ ଅନେକ ବାଘଙ୍କ ମୃତ୍ୟୁ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ୨୦୨୪ରେ ଭାରତରେ ୧୨୬ଟି ବାଘଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ ସର୍ବପ୍ରଥମେ ଜାନୁଆରି ୨ରେ ମହାରାଷ୍ଟ୍ରର ବ୍ରହ୍ମପୁରୀ ବନଖଣ୍ଡରେ ଏକ ବୟସ୍କ ବାଘର ମୃତ୍ୟୁ ହୋଇଥିଲା। ଏହାର ତିନି ଦିନ ପରେ ମଧ୍ୟପ୍ରଦେଶର ଏକ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଗୋଟିଏ ବାଘର ମୃତ୍ୟୁ ହୋଇଥିଲା।

ଏନ୍‌ଟିସିଏ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୮ରେ ମଧ୍ୟପ୍ରଦେଶର  ସାଗରରେ ଗୋଟିଏ ବାଘର ମୃତ୍ୟୁ ହୋଇଥିଲା। ବାଘ ସଂଖ୍ୟା ବୃଦ୍ଧି ଅନୁଯାୟୀ ସେମାନଙ୍କୁ ସ୍ଥାନର ଅଭାବ ରହୁଛି ବୋଲି କୁହାଯାଇଛି। ୨୦୧୪ରୁ ମଧ୍ୟପ୍ରଦେଶରେ ବାଘ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇଥିବା ବନ୍ୟଜନ୍ତୁ ବିଶେଷଜ୍ଞ ଜୟରାମ ଶୁକ୍ଳା କହିଛନ୍ତି। ୨୦୨୩ରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ବାଘ ସଂଖ୍ୟା ୨୦୧୮ରେ ୨,୯୬୭ ଥିବାବେଳେ ୨୦୨୨ରେ ଏହା ୩୬୮୨କୁ ବୃଦ୍ଧି ପାଇଛି। ମଧ୍ୟପ୍ରଦେଶରେ ୨୦୧୪ରେ ୩୦୮ଟି ବାଘ ଥିବା ବେଳେ ୨୦୧୮ରେ ୫୨୬ ଓ ୨୦୨୨ରେ ଏହି ସଂଖ୍ୟା ୭୮୫ ରହିଥିଲା। ଭାରତରେ ବିଶ୍ବର ୭୫ ପ୍ରତିଶତ ବାଘ ଅଛନ୍ତି ବୋଲି କୁହାଯାଉଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button