ଚଳିତ ବର୍ଷ ମୁକ୍ତିଲାଭ କରିବ ଦିଶା ପଟାନୀଙ୍କ ଅଭିନୀତ ‘ମଲଙ୍ଗ୍-୨’। ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏହି ଛବିରେ ତାଙ୍କ ବିପକ୍ଷରେ ଅଛନ୍ତି ଆଦିତ୍ୟ ରଏ କପୁର। ଏହାର ଏକ ପ୍ରଚାର ଉତ୍ସବରେ ‌ଦିଶା ନିଜ ସଂପର୍କରେ ଏକ କୌତୂହଳପ୍ରଦ କଥା ପ୍ରକାଶ କରିଛନ୍ତି। ଯଦିଓ ନିଜର ଅଭିନୟର କଳା ସହ ସୌନ୍ଦର୍ଯ୍ୟର ଯାଦୁରେ ସେ ଅନେକଙ୍କ ହୃଦୟ ଜିଣିଛନ୍ତି, କିନ୍ତୁ ଏଯାବତ୍‌ ତାଙ୍କୁ କେହି ମୁହାଁମୁହିଁ ପ୍ରପୋଜ୍‌ କରିନାହାନ୍ତି। ସୁନ୍ଦରୀ ଦିଶା ଏହାର ଦୁଇଟି କାରଣ ବି ଦର୍ଶାଇଛନ୍ତି। ପ୍ରଥମତଃ, ତାଙ୍କ ବାପା ଜଣେ ପୁଲିସ୍‌ ଅଧିକାରୀ ହୋଇଥିବାରୁ କେହି କେବେ ପ୍ରେମ ନିବେଦନ କରିବାକୁ ହୁଏତ ସାହସ କରିନଥିବେ! ଦ୍ବିତୀୟରେ ସ୍କୁଲ୍‌ରେ ପଢ଼ିବା ‌େବଳେ ଦିଶାଙ୍କ ହାବଭାବ ଓ ଚାଲିଚଳନ ‘ଟମ୍‌ବୟ’ ଭଳି ଥିଲା।

ଉଲ୍ଲେଖନୀୟ ଯେ ନିଜ ବଲିଉଡ୍ ଡେବ୍ୟୁ ‘ଏମ୍‌ଏସ୍ ଧୋନି: ଦି ଅନ୍‌ଟୋଲ୍ଡ ଷ୍ଟୋରି’ରେ ଜଣେ ସରଳ ଝିଅ ଭୂମିକାରେ ଅବତୀର୍ଣ୍ଣ ହୋଇ ସଭିଁଙ୍କ ମନ ଜିଣିଥିଲେ ଦିଶା। ସେ ଜାତୀୟ କ୍ରସ୍ ପାଲଟି ଯାଇଥିଲେ। ତେବେ ଦିଶାଙ୍କ ନାମ ତା’ପରେ ପରେ ଅଭିନେତା ଟାଇଗର୍ ଶ୍ରଫ୍‌ଙ୍କ ସହ ଯୋଡ଼ା ଯାଇଥିଲା। ଦୁହିଁଙ୍କୁ ସବୁଆଡ଼େ ଏକାଠି ଦେଖିବାକୁ ମିଳୁଥିଲା। ସେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଚର୍ଚ୍ଚା ବି ହେଉଥିଲା। କିନ୍ତୁ ସେ ସଂପର୍କ ଏବେ ଭାଙ୍ଗିଗଲାଣି ବୋଲି କୁହାଯାଉଛି।