Breaking News

ଦୀପାବଳିରୁ ଥଣ୍ଡା

ରାଜ୍ୟରେ ଜାରି ରହିଥିବା ଆଂଶିକ ମେଘୁଆ ପାଗ ସହ କାଁ ଭାଁ ହାଲୁକାରୁ ସ୍ବଳ୍ପ ବର୍ଷା ଲାଗିରହିଛି। ନଭେମ୍ବର ୨ ପର୍ଯ୍ୟନ୍ତ ଏଭଳି ସ୍ଥିତି ଚାଲିବ। ତେବେ ଆସନ୍ତା ୩୧ ତାରିଖରୁ ଉତ୍ତର ଭରତରୁ ଥଣ୍ଡା ପବନ ବହିବାକୁ ଥିବାରୁ ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ନଭେମ୍ବର ୧ରେ ସ୍ବଳ୍ପ ବର୍ଷା...

0

ଭୁବନେଶ୍ବର: ରାଜ୍ୟରେ ଜାରି ରହିଥିବା ଆଂଶିକ ମେଘୁଆ ପାଗ ସହ କାଁ ଭାଁ ହାଲୁକାରୁ ସ୍ବଳ୍ପ ବର୍ଷା ଲାଗିରହିଛି। ନଭେମ୍ବର ୨ ପର୍ଯ୍ୟନ୍ତ ଏଭଳି ସ୍ଥିତି ଚାଲିବ। ତେବେ ଆସନ୍ତା ୩୧ ତାରିଖରୁ ଉତ୍ତର ଭରତରୁ ଥଣ୍ଡା ପବନ ବହିବାକୁ ଥିବାରୁ ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ନଭେମ୍ବର ୧ରେ ସ୍ବଳ୍ପ ବର୍ଷା ଓ ନଭେମ୍ବର ୧ରୁ ୫ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ଦୁଇ ଡିଗ୍ରି କମିବ। ଆସନ୍ତା ତିନି ଦିନ ସକାଳ ସମୟରେ ହାଲୁକା କୁହୁଡ଼ି ଓ ଶିଶିରପାତ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ‌ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ପ୍ରଫେସର ପଶୁପାଳକ ଆହୁରି କହିଛନ୍ତି ଯେ ବୁଧବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗୁରୁବାର ପଶ୍ଚିମ ଓ ଉତ୍ତର-ପଶ୍ଚିମ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗୁରୁବାରଠାରୁ ସୋମବାର ମଧ୍ୟରେ ରାତିର ତାପମାତ୍ରା ୩ ଡିଗ୍ରି ଯାଏଁ କମିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁରୁବାର ରାତିରୁ ପରବର୍ତ୍ତୀ ତିନି ଦିନ ମଧ୍ୟରେ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରି କମିପାରେ। ମଝିରେ ମଝିରେ ଝିପିଝିପି ବର୍ଷା ଏବଂ ତାପମାତ୍ରା କମି ନ ଥିବାରୁ ଧାନ ଫସଲରେ ଚକଡ଼ା ପୋକ ଲାଗିବାର ସମ୍ଭାବନା ରହିଛି। ଏଥିସହ ରବି ମୁଗ ଓ ବିରିରେ ପାଉଁଶିଆ ରୋଗ ହୋଇପାରେ। ସମୁଦ୍ର ପାଣି ମାଡ଼ି ଯାଇଥିବା ସ୍ଥାନରେ ବୁଟ ଓ ରାଶି ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟ ପକ୍ଷରେ ସାରା ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ଖସିବାରେ ଲାଗିଛି। ଗତକାଲି ରାତିରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୧୯ ଓ ଦାରିଙ୍ଗିବାଡ଼ିରେ ୨୦ ଡିଗ୍ରି ରହିଥିଲା। ଦିନ ସମୟରେ ଚାନ୍ଦବାଲି, ସମ୍ବଲପୁର, ଢେଙ୍କାନାଳ, ନୂଆପଡ଼ା, ଭୁବନେଶ୍ବର, ନବରଙ୍ଗପୁର, ଜଗତ୍‌ସିଂହପୁର ସହରରେ ବର୍ଷା ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.