Breaking News

ଦୁଇ ଦିନ ପାଇଁ ୭ ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା

ଆସନ୍ତା ଦୁଇଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଗୁରୁବାର ଓ ଶୁକ୍ରବାର ପୁରୀ, ଗଞ୍ଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ...

0

ଭୁବନେଶ୍ୱର: ଆସନ୍ତା ଦୁଇଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଗୁରୁବାର ଓ ଶୁକ୍ରବାର ପୁରୀ, ଗଞ୍ଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତ ଅନୁଭୂତ ହେବ। ଏବେ ରାଜ୍ୟରେ ଧୀରେଧୀରେ ଶୀତ ପଡ଼ିବା ଆରମ୍ଭ ହୋଇଥିବା ବେଳେ କିଛିଦିନ ପରେ ଅଧିକ ଶୀତ ଅନୁଭୂତ ହେବ ।

ଶୀତଋତୁ ଯୋଗୁ ବିଭିନ୍ନ ଅଞ୍ଚଳରେ ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି।  ରାଜ୍ୟରେ ୧୫ ସହରର ତାପମାତ୍ରା ୨୦ ଡିଗ୍ରି ତଳେ ରହିଛି। ଫୁଲବାଣୀରେ ସବୁଠୁ କମ୍ ୧୬ ଡିଗ୍ରି ତାପମାତ୍ରା ରେକର୍ଡ଼ ହୋଇଛି।

ଅଧିକ ପଢ଼ନ୍ତୁ: ବାଲିଯାତ୍ରା ଆୟୋଜନ ଆରମ୍ଭରୁ କେଁ: ସମସ୍ତ ଟେଣ୍ଡର୍‌ ବାତିଲ

ଦାରିଙ୍ଗିବାଡିରେ ରାତିର ତାପମାତ୍ରା ୧୬.୫ ଓ ନବରଙ୍ଗପୁରରେ ୧୬.୬ ଡିଗ୍ରି ରେକର୍ଡ଼ ହୋଇଛି। ଭବାନୀପାଟଣା ଓ ରାୟଗଡାରେ ୧୭ ଡିଗ୍ରି, କୋରାପୁଟ ରେ ୧୭.୮, ବଲାଙ୍ଗୀରରେ ୧୭.୯, ରାଉରକେଲାରେ ୧୮.୮, ହୀରାକୁଦରେ ୧୯.୧, ସୁନ୍ଦରଗଡ ଓ ଝାରସୁଗୁଡାରେ ୧୮.୨, ଅନୁଗୁଳରେ ୧୮.୬, ସୋନପୁର ଓ ଟିଟିଲାଗଡରେ ୨୦, ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି।

ଏବେ ରାଜ୍ୟ ବିଭିନ୍ନ ଅଞ୍ଚଳରେ ଶୁଖିଲା ପାଗ ରହିଥିବା ବେଳେ ଆଗକୁ  କୁହୁଡି ସହିତ ଥଣ୍ତା ପଡ଼ିବ ।  ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି।

ଅଧିକ ପଢ଼ନ୍ତୁ: ବଣବାଁରେଇ ଦେବୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଚୋରି

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.