ବାଣିଜ୍ୟ

ଦୁଇ ମାସରେ ୫୧ ପ୍ରତିଶତ କମିଲାଣି ରୁପା, ଏବେ ଏଥିରେ ନିବେଶ ହେବ କି ଉଚିତ ?

ମାତ୍ର ଦୁଇ ମାସ ମଧ୍ୟରେ ରୁପା ଏହାର ୪.୩୯ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମର ରେକର୍ଡ ସର୍ବୋଚ୍ଚ ମୂଲ୍ୟର ୫୧% ହ୍ରାସ ପାଇ ୨.୧୫ ଲକ୍ଷ ଟଙ୍କା ତଳକୁ ଖସିଯାଇଛି।

ନୂଆଦିଲ୍ଲୀ:ଗତ ବର୍ଷ ରୁପା ମୂଲ୍ୟରେ ପ୍ରାୟ ୧୭୦% ବୃଦ୍ଧି ରେକର୍ଡ ହୋଇଥିଲା । ଖାଲି ଗତ ବର୍ଷ ନୁହେଁ ଏହି ବୃଦ୍ଧି ଧାରା ଲଗାତାର ଭାବରେ ୨୦୨୬ ପର୍ଯ୍ୟନ୍ତ ଜାରି ରହିଥିଲା। ଏଥିପାଇଁ ରୁପା, ସମ୍ପତ୍ତି ଦୃଷ୍ଟିରୁ ଏକ ପ୍ରମୁଖ ଧାତୁ ପାଲଟିଛି। ଅବଶ୍ୟ ୨୦୨୬ ମାର୍ଚ୍ଚରେ ବୃଦ୍ଧିରେ ବ୍ରେକ୍ ଲାଗିଛି। ଏମିତିରେ ଏହାକୁ ନେଇ ଚିନ୍ତାରେ ନିବେଶକ।

ରିପୋର୍ଟ ଅନୁସାରେ, ମାତ୍ର ଦୁଇ ମାସ ମଧ୍ୟରେ ରୁପା ଏହାର ୪.୩୯ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମର ରେକର୍ଡ ସର୍ବୋଚ୍ଚ ମୂଲ୍ୟର ୫୧% ହ୍ରାସ ପାଇ ୨.୧୫ ଲକ୍ଷ ଟଙ୍କା ତଳକୁ ଖସିଯାଇଛି। ଯାହା ଏହି ଧାତୁର ଅଧିକ ବିକ୍ରି ସ୍ପଷ୍ଟ କରୁଛି। ବଜାର ବିଶେଷଜ୍ଞଙ୍କ ମତରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି, ଉଚ୍ଚ ସୁଧ ହାର ଏବଂ ଡଲାର ମଜବୁତ ହେବା ଭଳି କାରଣଗୁଡ଼ିକର ଏହା ହ୍ରାସ ପାଉଛି।

ରୁପା କିଣିବା ପାଇଁ ଏହା କ’ଣ ସଠିକ୍ ସମୟ ?

ରିପୋର୍ଟ ଅନୁସାରେ, ତୀବ୍ର ବୃଦ୍ଧି ପରେ ବର୍ତ୍ତମାନ ଏଭଳି ହ୍ରାସ ମାର୍କେଟକୁ ସନ୍ତୁଳିତ କରିଥାଏ। ଆଉ ଏହି ସମୟ ନୂଆ ନିବେଶକଙ୍କ ପାଇଁ ମାର୍କେଟରେ ଏଣ୍ଟ୍ରି କରିବା ପାଇଁ ଭଲ ହୋଇଥାଏ। ଟାଟା ମ୍ୟୁଚୁଆଲ୍ ଫଣ୍ଡର ଏକ ରିପୋର୍ଟ ଅନୁସାରେ, ରୁପାରେ ଏବେ ଯେଉଁ ହ୍ରାସ ହେଉଛି ତାହା ସତ୍ତ୍ବେବି ରୁପାର ମୂଲ୍ୟ ଦୃଢ଼ ଭାବରେ ସ୍ଥିର ରହିବ।

ଦି ଇକୋନୋମିକ୍ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଚାହିଦା ଏବଂ ଯୋଗାଣ ମଧ୍ୟରେ ଏହି ନିରନ୍ତର ଅସନ୍ତୁଳନ, ବଜାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ। ଏହା ରୁପା ମୂଲ୍ୟ ପାଇଁ ଏକ ଗଠନମୂଳକ ଦୃଷ୍ଟିକୋଣକୁ ସୁଦୃଢ଼ କରିପାରେ। ମୋଟ ରୁପା ବ୍ୟବହାରର ୬୦%ରୁ ଅଧିକ ପାଇଁ ପ୍ରବଳ ଏବଂ ବର୍ଦ୍ଧିତ ଶିଳ୍ପ ଚାହିଦା ରହିଛି। ଚୀନ୍ରୁ ସ୍ଥିର ନିବେଶ ଚାହିଦା ସହିତ ବିଭିନ୍ନ କ୍ଷେତ୍ରରେ ବଢ଼ୁଥିବା ବ୍ୟବହାର ମଧ୍ୟମରୁ ଦୀର୍ଘକାଳୀନ ମୂଲ୍ୟକୁ ଉଚ୍ଚ ସ୍ତରରେ ସମର୍ଥନ କରିବ ବୋଲି ଆଶା କରାଯାଉଛି।

କାହିଁକି କମୁଛି ରୁପା ମୂଲ୍ୟ ?

ଆମେରିକୀୟ ଡଲାର ସୁଦୃଢ଼ ହେବା ଏବଂ ଆମେରିକୀୟ ଫେଡେରାଲ ରିଜର୍ଭର ଏକ କଠୋର ମନୋଭାବ ଯୋଗୁ ରୁପା ମୂଲ୍ୟ କମିବାରେ ଲାଗିଛି। ସେହିଭଳି ରୁପା ମୂଲ୍ୟରେ ଦୀର୍ଘ ସମୟରୁ ବୃଦ୍ଧି ଘଟିଛି ଫଳରେ ନିବେଶକମାନେ ଏବେ ଏଥିରେ ଆଉ ନିବେଶ ନକରି ଲାଭ ସୁରକ୍ଷିତ ରଖିବାକୁ ପସନ୍ଦ କରୁଛନ୍ତି। ଫଳରେ ଟଙ୍କା ବାହାର କରୁଛନ୍ତି। ଇରାନ ଯୁଦ୍ଧ ମଧ୍ୟ ଏକ ପ୍ରମୁଖ କାରଣ ହୋଇ ରହିଛି। ଆଉ ଏକ କାରଣ ହେଉଛି, ରୁପା ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସାମଗ୍ରୀ। ଏହା ଇଲେକ୍ଟ୍ରୋନିକ୍ସ, ସୌର ପ୍ୟାନେଲ, ବ୍ୟାଟେରୀ ଏବଂ ବୈଦ୍ୟୁତିକ ଉପକରଣ ଭଳି କ୍ଷେତ୍ରରେ ବ୍ୟବହୃତ ହେଉଛି। ତେଣୁ ବିଶ୍ୱ ଅଭିବୃଦ୍ଧି ମନ୍ଥର ହେବା ଯୋଗୁ ଏହାର ଚାହିଦା କମିଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button