Breaking News

ଦେଓମାଳିରେ ବାହାର ଟେଣ୍ଟ ନେବା ଉପରେ ଲାଗିଲା କଟକଣା, ଖିଲାପ କଲେ ଗଣିବେ ୫ ହଜାର ତଣ୍ଡ

ଜୟପୁର ୦୨/୧୨: ଦେଓମାଳିରେ ବାହାର ଟେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ନେବା ଉପରେ ଲାଗିଲା କଟକଣା। ଖିଲାପ କଲେ ୫ ହଜାର ଫାଇନ୍ ଆଦାୟ କରିବ ପ୍ରଶାସନ। ଏଭଳି କଡ଼ା ନିର୍ଦ୍ଦେଶନାମା ଜାରି କଲେ ଉପ ଜିଲ୍ଲାପାଳ ବେଣୁଧର ଶବର।

ସୂଚନା ଅନୁଯାଇ,ଓଡ଼ିଶାର ଉଚ୍ଚତମ ପର୍ବତ ତଥା କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦେଓମାଳିରେ ରାତ୍ରୀ ରହଣୀ ନିମନ୍ତେ କୌଣସି ପର୍ଯ୍ୟଟକ ବାହାରୁ କିମ୍ଵା ନିଜର ଟେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ପ୍ରତିବନ୍ଧକ ଲଗା ଯାଇଛି। କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ତଫରୁ ଦେଓମାଳିରେ ରାତ୍ରୀ ଯାପନ କରୁଥିବା ପର୍ଯ୍ୟଟକ ମାନଙ୍କୁ ଭଡ଼ା ସୂତ୍ରରେ ଟେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଉଛି। ତେଣୁ କୌଣସି ପର୍ଯ୍ୟଟକ ନିଜସ୍ଵ ଟେଣ୍ଟ ନେବାକୁ ବାରଣ କରା ଯିବା ସହ ଏହାର ଖିଲାପକାରୀଙ୍କୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରା ଯିବାକୁ ନିର୍ଦେଶ ଦେଇଛନ୍ତି ଉପ ଜିଲ୍ଲାପାଳ।
ସୌଜନ୍ୟ-ପ୍ରମେୟ

Comments are closed.